ନବରଙ୍ଗପୁର ତା ୦୮ / ୦୬(ମସିହା) ସମଗ୍ର ଭାରତ ବର୍ଷରେ କନ୍ୟା ସନ୍ତାନ ମାନଙ୍କର ସୁରକ୍ଷା ଓ ସୁନେଲି ଭବିଷ୍ୟତ ଗଠନ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଜଯୋଗ ରେ ଚାଲୁଥିବା ବେଟି ବଞ୍ଚାଅ ବେଟି ପଢାଅ ଅଭିଯାନ ର ସଫଳ ରୂପାୟନ ନିମନ୍ତେ ଆଜି ନବରଙ୍ଗପୁରର ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ସମ୍ମିଳନୀ କକ୍ଷରେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଟିତ ହୋଇ ଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି ଆନୁକୁଲ୍ୟରେ ଅନୁଷ୍ଟିତ ହୋଇଥିବା ଏହି ଜିଲ୍ଲା ସ୍ତରୀୟ କର୍ମଶାଳାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମୋତିରାମ ନାୟକ ମୁଖ୍ଯଅତିଥି ଭାବରେ ଯୋଗଦେଇ ଏହି କର୍ମଶାଳାକୁ ଉଦଘାଟନ କରିଥିଲେ । କର୍ମଶାଳାରେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଅଧ୍ୟକ୍ଷତା କରି କହିଲେଯେ ଜିଲ୍ଲାରେ ପ୍ରତ୍ଯେକ ଶିଶୁ ମାନଙ୍କୁ ସୁରକ୍ଷା ଓ ବାଲ୍ୟ ବିବାହକୁ ରୋକିବା ପାଇଁ ପ୍ରଶାସନ ର ବିଭିନ୍ନ ବିଭାଗ କାର୍ଯ୍ୟ କରୁଛନ୍ତି । ଖୁସିର କଥା ଆମ ଜିଲ୍ଲା ନବରଙ୍ଗପୁର ରେ ପୁରୁଷ ମାନଙ୍କ ତୁଳନା ରେ ମହିଳା ମାନଙ୍କ ସଂଖ୍ୟା ଅଧିକ । କିନ୍ତୁ ବାଲ୍ୟବିବାହ ରୋକିବା ପାଇଁ ଜିଲ୍ଲାରେ ସମସ୍ତ ବିଭାଗ ଗୁଡିକ ମଧ୍ୟରେ ଉତ୍ତମ ସମ୍ପର୍କ ରକ୍ଷାକରି ଆହୁରି ଅଧିକ କାର୍ଯ୍ୟ କରିବାକୁ ପଡିବ । ଜିଲ୍ଲାରେ ବାଳିକା ମାନଙ୍କ ପ୍ରତି ଆମର ପାରମ୍ପରିକ ଚିନ୍ତା ଧାରା ଓ ନାରୀ ଶିକ୍ଷାର ଅଭାବ ଏବଂ ସଚେତନତା ର ଅଭାବ ଯୋଗୁଁ ଜିଲ୍ଲାରେ ବାଲ୍ୟବିବାହ ହେଉଛି ବୋଲି ମତବ୍ୟକ୍ତ କରିବା ସହିତ ଜିଲ୍ଲାର ସମସ୍ତ ବ୍ଲକ ଗୁଡିକରେ ଶିଶୁମିତ୍ର ପଞ୍ଚାୟତ ଗଠନ ସହିତ,ପ୍ରତି ପରିବାରରେ ଝିଅଟିଏ ଜନ୍ମ ହେଲେ ତାହା ପାଇଁ ଗଛ ଟିଏ ଲଗାଇବା ନିମନ୍ତେ ଉପସ୍ଥିତ ଜିଲ୍ଲା ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ବୈଠକ ପ୍ରାରମ୍ଭରେ ସୂଚନା ଦେଇ କହିଥିଲେ ଯେ ଆମ ଜିଲ୍ଲାରେ ଯଦିଓ ପୁରୁଷ ମାନଙ୍କ ତୁଳନା ରେ ମହିଳା ମାନଙ୍କ ସଂଖ୍ୟା ଅଧିକ ତଥାପି ଜିଲ୍ଲାରେ ବାଳିକା ମାନଙ୍କ ର ଶିକ୍ଷା ଓ ବାଲ୍ୟବିବାହକୁ ରୋକିବା ଦିଗରେ ଏହି ବେଟି ବଞ୍ଚାଅ ବେଟି ପଢାଅ ଅଭିଯାନ କାର୍ଯ୍ୟ କରିବ । ଜିଲ୍ଲାରେ ଆଗାମୀ ଦିନରେ ବେଟି ବଞ୍ଚାଅ ବେଟି ପଢାଅ କାର୍ଯ୍ୟକ୍ରମ ଜରିଆରେ ବ୍ୟାପକ ଭାବରେ ଜନ ସଚେତନତା କାର୍ଯ୍ୟକ୍ରମ କରାଯିବା ସହିତ ବାଲ୍ୟ ବିବାହକୁ ନା ବିଦ୍ୟାଳୟ କୁ ହଁ ଅଭିଯାନ କୁ ଏହାତ୍ୱୋରାନିତ କରିବ ।ପରେ ପରେ ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ ସରକାରଙ୍କର ବେଟି ବଞ୍ଚାଅ ବେଟି ପଢାଅ କାର୍ଯ୍ୟକ୍ରମ ରେ ଥିବା ଜିଲ୍ଲା ସ୍ତର, ବ୍ଲକ ସ୍ତର ଓ ପଞ୍ଚୟତସ୍ତର କାର୍ଯ୍ୟକ୍ରମ ଗୁଡିକ ଉପରେ ବିଷଦ ଭାବରେ ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ,ଉପ ଆରକ୍ଷୀ ଅଧିକ୍ଷକ ପୁରୁଷୋତ୍ତମ ଭୋଇ ,ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ କମଳା କୁମାରୀ ପଟ୍ଟନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ,ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି ,ଜିଲ୍ଲା ଶିଶୁମଙ୍ଗଳ ସମିତିର ଅଧକ୍ଷା ଅଜନ୍ତା ପ୍ରିୟଦର୍ଶନି , ଜିଲ୍ଲା ନିୟୋଜନ ଅଧିକାରୀ ଆନନ୍ଦ ପଲାଇ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଲଧର ନିଆଲ ,ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ନବକୀଶୋର ବେହେରା, ବାଲ୍ୟବିବାହ ନିଷେଧ ଅଧିକାରୀ ଏସେ ଗୀତା, ସୁରମା ମହାପାତ୍ର ,ସସ୍ମିତା ମହାନ୍ତି ,ଗୀତା ମହାରଣା , ସଂଯୁକ୍ତା ବେହେରା, ଗୀତାରାଣୀ ମିଶ୍ର , କାଞ୍ଚନପଣ୍ଡା , ବିରଜା ମୋହିନୀ ପାଙ୍ଗି, ସୁଦର୍ଶନୀ ରଥ ,ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଚିତରଞ୍ଜନ ପଟ୍ଟନାୟକ , ପିରାମଲ ଫାଉଣ୍ଡସନର ଜିଲ୍ଲା ସଂଯୋଜକ ଦେବବ୍ରତ ଆଚାର୍ଯ୍ୟ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି ର କୁନିମଣୀ ସ୍ଵାଇଁ , କିଶୋର ମାର୍ଥା ପ୍ରମୁଖ ଉପସ୍ତିତ ରହିବା ସହିତ ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲାରେ ବେଟି ବଞ୍ଚାଅ ବେଟି ପଢାଅ ଏବଂ ବାଲ୍ୟ ବିବାହ ସମାପ୍ତ ଦିଗରେ ନିଜର ମତାମତ ପ୍ରଦାନ କରିଥିଲେ ।
next post