ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟରୁ ଜନ୍ମ ସାର୍ଟିଫିକେଟ ପାଇଁ ଅଭିଭାବକ ହଟହଟା

ବନ୍ଧୁଗାଁ ତା ୮/୬/୨୩  // କୋରାପୁଟ ଜିଲ୍ଲା ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଜନ୍ମ ପ୍ରମାଣ ପତ୍ର ଖଣ୍ଡିକ ପାଇବା ପାଇଁ ଅଭିଭାବକ ମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ହଟହଟା ହେଉଥିବା ଦେଖିବାକୁ ମିଳିଛି । ଅନେକ ଉପାନ୍ତ ଗାଁ ଗୁଡିକରେ ବହୁ ସଂଖ୍ୟକ ଆଦିବାସୀ ଓ ହରିଜନ ଗୋଷ୍ଟିର ପରିବାର ରହୁଥିଲା ବେଳେ କିଛି ଗର୍ଭବତୀ ମହିଳା ମମତା କାର୍ଡ ଥାଇ ମଧ୍ୟ ଅନେକ କାରଣ ଯୋଗୁଁ ଗର୍ଭବତୀ ମହିଳା ନିଜ ଘରେ ହିଁ ପ୍ରସୂତୀ ହେଇଛନ୍ତି । ସେହି ମାଆଙ୍କ ମମତା କାର୍ଡ ଠାରେ ଏଏନଏମ ଘୋରେଇ ପ୍ରସୂତୀ ହୋଇଥିବା ଲେଖୁଛନ୍ତି । ସେହି ଜନ୍ମିତ ଶିଶୁର ଜନ୍ମ ତାରିଖ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ନାହିଁ କହି ଫେରାଇ ଦେବା ସହିତ  ଏଫିଡେବିଟ କରିବାକୁ କହୁ ଥିବା ଜଣା ଯାଇଛି , ଅନେକ ଅଭିଭାବକ ମାନେ ଛୁଆ ଜନ୍ମ ହେବାର ୬ ବର୍ଷ ରୁ ଅଙ୍ଗନୱାଡ଼ି ଠାରୁ ଛୁଆର ପ୍ରମାଣ ପତ୍ର ନେଇ ଆଜକୁ ୮ ରୁ ୧୦ ବର୍ଷ ତଳେ ସେବା ଆଶ୍ରମ କିମ୍ବା ଗାଁ ସ୍କୁଲ ଗୁଡିକରେ ନାମ ପଞ୍ଜିକରଣ କରିଥିଲେ । ଅଭିଭାବକ ଅଶିକ୍ଷିତ ହେତୁ ଛୁଆର ଆଧାର କାର୍ଡ କରିବା ବେଳେ ଛୁଆର ଜନ୍ମ୍ ତାରିଖ ଭୁଲ ରହିଥିବା ଦେଖିବାକୁ ମିଳୁଛି। ଯାହାଦ୍ୱାରା ସ୍କୁଲ ଗୁଡିକରେ ଶିକ୍ଷକ ମାନେ ଶିଶୁ ଙ୍କ ଅଭିଭାବକ ମାନଙ୍କୁ ଶିଶୁଙ୍କ ଜନ୍ମ ପ୍ରମାଣ ପତ୍ର ଆଣିବାକୁ ବାଧ୍ୟ କରିବା ସହିତ ପାଠ ପଢିବା ପାଇଁ ଆଶ୍ରମ କିମ୍ବା ଗାଁ ସ୍କୁଲ ଗୁଡିକରେ ନାମ ପଞ୍ଜିକରଣ ନ କରି ଫେରାଇ ଦେଉଛନ୍ତି । ଏହି ସମସ୍ୟା ର ସମାଧାନ ପାଇଁ ଅଭିଭାବକ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଗଲେ ତୁମ ଛୁଆ ଜନ୍ମ ହୋଇ ବହୁ ବର୍ଷ ହୋଇଗଲା, ମେଡିକାଲ୍ ଠାରେ ତୁମ ଛୁଆ ର ନାମ ନାହିଁ , ତୁମେ ପୁନର୍ବାର ମମତା କାର୍ଡ ଲେଖି ଆଣ ,ଏଫିଡେବିଟ କରି ଆଣିବା ପାଇଁ କୋରାପୁଟ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ଯିବାକୁ ହେବ ଓ ଏଥିପାଇଁ ୧୫ ହଜାର ଟଙ୍କା ଖର୍ଚ୍ଚ ହେବ ଜଣାଇ ଦେଉଥିବା ଅଭିଭାବକ ଆମ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଛନ୍ତି। ଏଫିଡେବିଟ ପାଇଁ ଆଇନଜିବି ଙ୍କ ପାଖକୁ ଗଲେ ୧୦ ରୁ ୧୬ ହଜାର ଟଙ୍କା ଖର୍ଚ୍ଚ ହେବ ଜଣାଇ ଦେଉଛନ୍ତି। ଗରିବ ଆଦିବାସୀ ପରିବାର ନିଜ ଛୁଆର ଜନ୍ମ ପ୍ରମାଣ ପତ୍ର ପାଇଁ ଏତେ ଟଙ୍କା ଖର୍ଚ୍ଚ କରିବା ସମ୍ଭବ ନୁହେଁ। ମେଡିକାଲ୍ ଠାରେ ଜନ୍ମ ପ୍ରମାଣ ପତ୍ର ନେବା ସମୟରେ ଜଣ ପିଛା ୭୦୦ ରୁ ୧୦୦୦ ଟଙ୍କା ଦେଉଥିବା ଅଭିଭାବକ ମାନେ ଜଣାଇଛନ୍ତି। ନିଜ ଛୁଆର ଜନ୍ମ ପ୍ରମାଣ ପତ୍ର ଖଣ୍ଡିକ ପାଇବା ପାଇଁ ଅନେକ ଥର ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକେ ପହଞ୍ଚୁ ଥିଲେ ମଧ୍ୟ ଅଭିଭାବକ ମାନେ ନିରାଶ ହୋଇ ହଟହଟା ହେଉଥିବା ଦେଖିବାକୁ ମିଳିଛି। ଆଜି ସଡାବାଡ଼ି ଗାଁର ଅନାମା ବିଡ଼ିକା, ଦଶମତି ପ୍ରାଶାକା, ସତାରାଉ ମାଣ୍ଡିଙ୍ଗି ପୁଟୁଗାଁ ରୁ କୁମାରସ୍ଵାମୀ ଜାକାକା, ଲେଡିଙ୍ଗୀ ଗାଁରୁ ସୁରେନ୍ଦ୍ର ତାଡିଙ୍ଗୀ, ବି, ଗୁଋଷି ଗାଁରୁ କୁରୁମା ମାଣ୍ଡିଙ୍ଗି, ଲାଚା ମିଣ୍ୟାକା,ଓ ଡୁମାଡଙ୍ଗର ଗାଁରୁ ରାଉତ ମିଣ୍ୟାକା ଏକତ୍ରିତ ହୋଇ ସ୍ଥାନୀୟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁସ୍ମିତା ମେଲେକା, ବିଡ଼ିଓ ଆକାଶ ପଟ୍ଟନାୟକ, ଗୋଷ୍ଟି ସ୍ବାସ୍ଥ୍ୟ ଅଧିକାରୀ ଡ଼ା ରଶ୍ମି ରଞ୍ଜନ ସାମଲ, ଙ୍କୁ ଫୋନ ମଧ୍ୟମରେ ସମାଧାନ କରିବା ପାଇଁ ଅନୁରୋଧ କରିଛନ୍ତି। ବିଡ଼ିଓ ନିଜ ପ୍ରତିକ୍ରିୟାରେ ଏହାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ସମାଧାନ ହେଲା ନନ୍ଦିଗୋର ବେଆଇନ ବାଲି ଉତ୍ତୋଳନ ସମସ୍ୟା 

Sunil Chandra Nayak

ପଂଚାୟତରାଜ ପ୍ରତିନିଧିଙ୍କ ତାଲିମ କାର୍ଯ୍ୟକ୍ରମ ଉଦଯାପିତ

Sunil Chandra Nayak

ଜାତୀୟ ଉପଭୋକ୍ତା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!