ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକର ୧୩ ଟି ପଞ୍ଚାୟତର ୫୭୮୨ ମଧୁବାବୁ ପେନସନ ହିତାଧିକାରୀଙ୍କୁ ଗାଁକୁ ଯାଇ ବଣ୍ଟନ , ୫୦୦୨ ଜଣ ଇନ୍ଦିରା ଗାନ୍ଧି ପେନସନ ହିତାଧିକାରୀ ନିରାଶ 

ବନ୍ଧୁଗାଁ ତା ୧୫/୬/୨୩ //  ଆଜି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ୧୩ଟି ପଞ୍ଚାୟତର ସରପଞ୍ଚ,ପି ଓ ଏବଂ ଯୋଗାଣ ସହାୟକଙ୍କ ଦ୍ଵାରା ୫୭୮୨ ଜଣ ମଧୁବାବୁ ପେନସନ ହିତାଧିକାରୀଙ୍କୁ ପ୍ରତି ଗାଁକୁ ଯାଇ ଭତ୍ତା ବଣ୍ଟନ କରାଯାଇଛି । ଆଜି ବନ୍ଧୁଗାଁ ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ କାଡ୍ରାକା ଓ ଜି, ଚନ୍ଦନ ଯୋଗାଣ ସହାୟକ ପ୍ରତି ଗାଁରେ ମଧୁବାବୁ ପେନସନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ପାଇଁ ପହଞ୍ଚିବା ପରେ ଅନ୍ୟ ଇନ୍ଦିରା ଗାନ୍ଧୀ ପେନସନ ହିତାଧିକାରୀ ମାନେ ମଧ୍ଯ ପହଞ୍ଚି ଆମେ କଣ ପାଇଁ ନିଜ ଘରେ ପେନସନ ପାଇବୁ ନାହିଁ ? ସେମାନେ ହିଁ କାହିଁକି ପାଇବେ ? ଆମେ ଜାଣିଛୁ ପେନସନ ଆମ ପଞ୍ଚାୟତ ଆମକୁ ଦେଉଛି, ବୟସ ଅଧିକ ଚାଲିବାକୁ କଷ୍ଟ ହେଉଛି ଆମେ ଆଉ ବ୍ୟାଙ୍କ କୁ ଯାଇ ପେନସନ ଆଣି ପାରିବୁ ନାହିଁ,ସରପଞ୍ଚ ମାଆ ସରକାରଙ୍କୁ କହି ଆମକୁ ପେନସନ ଆଣି ଘରେ ଦେବା ପାଇଁ ବହୁ କାକୁତି ମିନତି ହୋଇ ଗୁହାରି କରୁଥିବା ଦେଖିବାକୁ ମିଳିଛି । ବଳକା ୫୦୦୨ ଜଣ ଇନ୍ଦିରା ଗାନ୍ଧି ପେନସନ ହିତାଧିକାରୀ କେବେ ପାଇବେ ହାତରେ ପେନସନ ଟଙ୍କା । ଆଜି ସରପଞ୍ଚ  ମଧୁବାବୁ ବାର୍ଦ୍ଧକ୍ୟ, ବିଧବା , ଭିନ୍ନକ୍ଷମ, ଦିବ୍ୟାଙ୍ଗ, ଅବିବାହିତ ଓ ସ୍ଵାମୀ ପରିତ୍ୟକ୍ତା ପେନସନ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରିଛନ୍ତି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ମଦନପୁରୁ ସ୍କୁଲର 1988 ମସିହା ମାଟ୍ରୀକ ଵ୍ୟାଚର ବନ୍ଧୁ ମିଳନ ଓ ଅନୁଭୂତି ଆଦାନ ପ୍ରଦାନ ଅନୁଷ୍ଠିତ

masiha

ରାଇଘରଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

ରେଙ୍ଗାଲୀ ଦକ୍ଷିଣ କେନାଲ ଜଳ ସେଚନ ଲ୍ଯାନଡିଟ୍ ସଠିକ ଭାବେ କରି ନଥିବାରୁ ଚାଷୀମାନେ ଅସନ୍ତୋଷ

Leave a Comment

error: Content is protected !!