ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତରତ୍ନ ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ 135 ତମ ଜନ୍ମ ଜୟନ୍ତୀ ପାଳନ

ଭାରତରତ୍ନ ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ 135 ତମ ଜନ୍ମ ଜୟନ୍ତୀ ପାଳନ

ଭାରତୀୟ ଜନତା ପାର୍ଟୀ ଗୋନା ମଣ୍ଡଳ ତରଫରୁ ଗୋନା ବଜାର ଠାରେ ଭାରତରତ୍ନ ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ 135 ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି। ଏ ଉତ୍ସବ ପାଳନ ଅବସର ରେ ବୀଜେପୀ ର ବରିଷ୍ଠ ନେତା ତଥା ମୁଣ୍ଡିବେଡା ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ନନ୍ଦଲାଲ ମାଝୀ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ବାବା ସାହେବଙ୍କ ଜୀବନୀ ଉପରେ ଅଲୋକପାତ କରିଥିଲେ।ସଭା ରେ ଅନ୍ୟତମ ଅତିଥି ଭାବେ ବରିଷ୍ଠ ବୀଜେପୀ କର୍ମୀ ଶ୍ରୀଯୁକ୍ତ ଶ୍ୟାମଲାଲ ଗଣ୍ଡ ସମାଜ କିପରି ବାବା ସାହେବଙ୍କ ଦ୍ବାରା ରଚିତ ସମ୍ବିଧାନ ଦ୍ବାରା ଚାଲିବା ସହିତ ଭାରତ ଆଜି ବିକାଶ ର ପଥରେ ଆଗକୁ ବଢି ଚାଲିଛି ସେ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏ ଉତ୍ସବ ରେ ଲଳିତା ନାୟକ,ବାସନ୍ତୀ ଗଣ୍ଡ,ଜଗନ୍ନାଥ ନାୟକ,ନକୁଳ ନାୟକ,ବଜରଙ୍ଗ ଗଣ୍ଡ,ପ୍ରତାପ ମାଝୀ ,ଟୋପିରାମ ନାୟକ,ଖେଦୁରାମ ଗଣ୍ଡ ,ଲକ୍ଷ୍ମଣ ଗଣ୍ଡ,ଧିରେନ ରୟ,ବଳଦେବ ଗଣ୍ଡ,ପରମେଶ୍ବର ହରିଜନ,ବିଷ୍ଣୁ ନାଗେଶ,ମଦନ ରାଜଗଣ୍ଡ,ଚମରୁ ପୁଜାରୀ ଅତିଥି ଭାବେ ଯୋଗ ଦେଇ ଥିଲେ ,ହିମାଂଶୁ ଭାଈ ଓ ପ୍ରତାପ ଭାଈ ମଞ୍ଚ ପରିଚାଳନା କରିଥିଲେ।

କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଝରୀଗାଁ ନିର୍ବାଚନ ମଣ୍ଡଳୀରୁ ସରକାରୀ ବସ ଚଳାଚଳ ଓ +୩ବିଜ୍ଞାନ କଲେଜ ପାଇଁ ବିଧାୟକଙ୍କ ଦାବୀ 

masiha

କଣ୍ଟେନର ସହ ବାଇକ ଧକ୍କା, ୨ ବାଇକ୍ ଆରୋହୀ ଗୁରୁତର

Sunil Chandra Nayak

ଆମ ସଂଘ ଆମର, ଆମେ ସବୁ ସଂଘର : ବରିଷ୍ଠ କଳାକାର ମହାସଂଘ

masiha

Leave a Comment

error: Content is protected !!