ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଵୟଂସେବକ ସଂଘ ର ଶତାବ୍ଦୀ ଉପଲକ୍ଷେ ପଞ୍ଚମ ପ୍ରମୁଖ ଜନ ସଂଗୋଷ୍ଠୀ କାର୍ଯ୍ଯକ୍ରମ

ସ୍ଵୟଂସେବକ ସଂଘ ର ଶତାବ୍ଦୀ ଉପଲକ୍ଷେ ପଞ୍ଚମ ପ୍ରମୁଖ ଜନ ସଂଗୋଷ୍ଠୀ କାର୍ଯ୍ଯକ୍ରମ

ଧର୍ମଗଡ଼ ବିଜୁ କଲ୍ୟାଣ ମଣ୍ଡପ ଠାରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର ଶତାବ୍ଦୀ ଉପଲକ୍ଷେ ପଞ୍ଚମ କାର୍ଯ୍ୟକ୍ରମ ପ୍ରମୁଖ ଜନ ସଂଗୋଷ୍ଠୀ ଅନୁଷ୍ଠିତ ହୋଇଯାଇଛି l

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଅଖିଳ ଭାରତୀୟ ସହ ସମ୍ପର୍କ ପ୍ରମୁଖ ଶ୍ରୀମାନ ରମେଶ ପାପ୍ପା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସଂଘର ୧୦୦ ବର୍ଷ ର ଯାତ୍ରା ଓ ଉପଲବ୍ଧି ବିଷୟରେ ଆଲୋଚନା କରିଥଲେ।

ସଂଘ ୧୦୦ ବର୍ଷ ରେ ନିଜର ଲକ୍ଷ୍ୟ ଓ କାର୍ଯ୍ୟ ପଦ୍ଧତି ଅକ୍ଷୁର୍ଣ୍ଣ ରଖି ଅନବରତ ଭାବେ ବ୍ୟକ୍ତି ନିର୍ମାଣ କରି ଚାଲୁଛି।ରାଷ୍ଟ୍ର ର ପରମ ବୈଭବ ଓ ସର୍ଵତ୍ତୋମୁଖୀ ବିକାଶ ଦିଗରେ ସ୍ଵୟଂସେବକ ମାନେ କାମ କରି ଆସୁଛନ୍ତି।ପାଞ୍ଚ ପରିବର୍ତ୍ତନ ଦ୍ଵାରା ଦେଶର ବିକାଶ ହୋଇପାରିବ ଓ ବିଶ୍ଵ କୁ ସଦ୍ଭାବନା ର ବାର୍ତ୍ତା ଦେବାକୁ ଭାରତ ସକ୍ଷମ ହୋଇପାରିବ।ଏହି ରାଷ୍ଟ୍ର କାର୍ଯ୍ଯରେ ସମସ୍ତେ ପ୍ରମୁଖ ବ୍ୟକ୍ତିଙ୍କ ପ୍ରତ୍ଯକ୍ଷ ଓ ପରୋକ୍ଷ ସହଯୋଗ ଆବଶ୍ୟକ।ହିନ୍ଦୁତ୍ୱ ହିଁ ରାଷ୍ଟ୍ରୀୟତ୍ୱ ଏହି ସିଦ୍ଧାନ୍ତ ରେ ଦେଶ ଚାଲିଲେ ସର୍ବତ୍ର ସଦ୍ଭାବନା ପ୍ରତିଷ୍ଠା ହୋଇ ପାରିବ ଓ ସାମାଜିକ ସମରସତ୍ତା ଉପରେ ସମସ୍ତେ ଗୁରୁତ୍ଵ ଦେବା ପାଇଁ ଶ୍ରୀମାନ ରମେଶ ପାପ୍ପା ଆହ୍ଵାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଘଚାଳକ ଶ୍ରୀ ନବ କିଶୋର ପାଢି ସଂଘ ର ଓଡିଶା ପଶ୍ଚିମ ପ୍ରାନ୍ତର ସହ ସଦଦ୍ଭାବନା ସଂଯୋଜକ ଶ୍ରୀ ଜୟନ୍ତ କୁମାର ମୁଣ୍ଡ ଉପସ୍ଥିତ ଥିଲେ।

ଖଣ୍ଡ କାର୍ଯ୍ୟବାହ ଶ୍ରୀ ଶିଶିର ମେହେର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଜୁନାଗଡ଼ ଗୋଲାମୁଣ୍ଡା ଓ ଧର୍ମଗଡ଼ ର ଶତାଧିକ ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସରପଞ୍ଚଙ୍କ ଖାତାକୁ ମନରେଗା ଟଙ୍କା? ଚିଚିଆ ପଞ୍ଚାୟତରେ ଉଠିଲା ପ୍ରଶ୍ନ 

ପ୍ରକାଶ ପାଇଲା ଅଘୋଷିତ କବିତା ପ୍ରତିଯୋଗିତା ଫଳାଫଳ, ମୟୂରଭଞ୍ଜକୁ ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

Sunil Chandra Nayak

ବହଳଦା ର କେନ୍ଦୁଆ ଗାଁ ରେ ସାନ୍ତାଳୀ ନବବର୍ଷ ମାଘ ମୁଲୁଃ ପାଳିତ।

masiha

Leave a Comment

error: Content is protected !!