ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକ ଶ୍ରୀ ଦୁର୍ଗା ତନ୍ତୀଙ୍କ ଏକାଧିକ ପ୍ରସ୍ତାବ ଉପରେ ରାଜ୍ୟ ସରକାରଙ୍କ ମୋହର

ବିଧାୟକ ଶ୍ରୀ ଦୁର୍ଗା ତନ୍ତୀଙ୍କ ଏକାଧିକ ପ୍ରସ୍ତାବ ଉପରେ ରାଜ୍ୟ ସରକାରଙ୍କ ମୋହର

ରାଉରକେଲା : ରଘୁନାଥପଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳ ତଥା ଅଞ୍ଚଳବାସୀଙ୍କ ସର୍ବାଙ୍ଗୀନ ବିକାଶ/ଉନ୍ନତି ନିମିତ୍ତ ବିଧାୟକ ଦୂର୍ଗା ଚରଣ ତନ୍ତୀ ଗତ ଜାନୁଆରୀ ମାସରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ମୋଟ ୧୨ଟି ପ୍ରସ୍ତାବ ଉପସ୍ଥାପନ କରିଥିଲେ । ପ୍ରସ୍ତାବ ମଧ୍ୟରେ ୧) ରାଉରକେଲା ସରକାରୀ ଡାକ୍ତରଖାନାର ସମ୍ପ୍ରସାରଣ ସହିତ ସେଠି ଆଇ ସି ୟୁ ଏବଂ ବର୍ଣ୍ଣ ସେଣ୍ଟର ଖୋଲିବା, ୨) ଏକ ଅତ୍ୟାଧୂନିକ ସରକାରୀ ବସଷ୍ଟାଣ୍ଡ ସ୍ଥାପନ କରିବା, ୩) ଜଲଦା ସ୍ଥିତ ମିନି ଷ୍ଟାଡିୟମକୁ ସମ୍ପ୍ରସାରଣ କରି ଏହାକୁ ଏକ ବଡ ଷ୍ଟାଡିୟମ ରେ ପରିଣତ କରିବା,୪) ରଘୁନାଥପଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଆସୁଥିବା ଲାଠିକଟା ବ୍ଲକର ୭ ପଞ୍ଚାୟତ ମଧ୍ୟରେ ଯେ କୌଣସି ସ୍ଥାନରେ ଏକ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନା କରିବା, ୫) ରାଉରକେଲା ରେ ଏକ ଏମ ଏସ ଏମ ଇ ପାର୍କ ଏବଂ ଟେକ୍ସଟାଇଲ ପାର୍କ ସ୍ଥାପନା କରିବା, ୬) ଗ୍ରାମାଞ୍ଚଳରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକୁ ୨୪×୭ ଚାଲୁ କରିବା,୭) ଲାଠିକଟା ଅଞ୍ଚଳରେ ଏକ ସରକାରୀ ମହାବିଦ୍ୟାଳୟ ସ୍ଥାପନା କରିବା, ୮) ଅଞ୍ଚଳରେ ବୃହତ/ବ୍ୟାପକ ବାସଗୃହ ନିର୍ମାଣ ଯୋଜନା, ୯) ଇ ଏସ ଆଇ ଦିସ୍ପେନସାରି ଗୁଡିକରେ ଓ ଏଚ ଏସ ସେବା ପ୍ରଦାନ ବ୍ୟବସ୍ଥା କରିବା,୧୦) ରଘୁନାଥପଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଅତ୍ୟାଧୁନିକ ଜ୍ଞାନ କୌଶଳ ରହିତ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା (୨୪×୭)ଯୋଗାଇ ଦେଇ ପାରୁଥିବା ଏକ ସରକାରୀ ଡାକ୍ତରଖାନା ସ୍ଥାପନା କରିବା,(୧୧) ରାଉରକେଲା ରୁ ଭୁବନେଶ୍ୱର କୁ ପୂର୍ବରୁ ଚାଲୁଥିବା ୭୨ସିଟ ବିଶିଷ୍ଟ ବିମାନ ସେବାକୁ ପୁନଃ ଚାଲୁ କରିବା ଇତ୍ୟାଦି ପ୍ରସ୍ତାବ ମାନ ଅନ୍ତର୍ଭୁକ୍ତ । ବିଧାୟକ ଶ୍ରୀତନ୍ତୀ ଅଂଚଳର ବିକାଶକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ବ୍ୟକ୍ତିଗତ ଭାବେ ମଧ୍ୟ ସାକ୍ଷାତ କରି ଆଲୋଚନା କରିଥିଲେ । ଵିଧାୟକ ଙ୍କ ସହ ଆଲୋଚନା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଅତିରିକ୍ତ ଶାସନ ସଚିବ ପ୍ରଦ୍ୟୁମ୍ନ କୁମାର ମହାକୁଡ଼ ଗତ ୧୦/୪/୨୬ ଋଖ ଦିନ ପତ୍ରାଙ୍କ ନମ୍ବର-୬୨୨୧(୮) ମାଧ୍ୟମରେ ବିଧାୟକ ଶ୍ରୀ ତନ୍ତୀଙ୍କ ପ୍ରସ୍ତାବ ଉପରେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାରଙ୍କ ବିଭିନ୍ନ ବିଭାଗକୁ ପତ୍ର ଲେଖିଛନ୍ତି । ଏହି କ୍ରମରେ ରାଜ୍ୟ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଲାଠିକଟା ଅଞ୍ଚଳରେ ଏକ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାଦ୍ୱାରା ଲାଠିକଟା ବ୍ଲକର ୭ଟି ପଂଚାୟତ ରେ ଥିବା ପ୍ରତିଭା ସମ୍ପନ୍ନ ବେକାର ଯୁବକ ଓ ଯୁବତୀ ମାନେ ନିଶ୍ଚିତ ଭାବରେ ଆତ୍ମନିର୍ଭରଶୀଳ ହୋଇ ପାରିବେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମହାଶିବରାତ୍ରି ଉପଲକ୍ଷେ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ଆରମ୍ଭ ହେଲା ମେଳା

Sunil Chandra Nayak

ଦୁଇ ଦିନିଆ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

masiha

ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ତିରୋଧାନ ଦିବସ ପାଳିତ

masiha

Leave a Comment

error: Content is protected !!