ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୫-ଟି ସଚିବଙ୍କ ଗସ୍ତ ପୂର୍ବରୁ ବରେହୀ ନଦୀ କୂଳରେ ନେତାଙ୍କ ଭିଡ଼ 

ଚନ୍ଦାହାଣ୍ଡି,୧୬/୩ (ମନି ସ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବରେହୀ ନଦୀରେ ଜଳ‌ସେଚନ ପ୍ରକଳ୍ପ ନିର୍ମାଣ ଓ ତେଲନଦୀରେ ବ୍ୟାରେଜ ନିର୍ମାଣ ହେବା ନେଇ ଖବର ପ୍ରଚାର ହେବା ପରେ ଚନ୍ଦାହାଣ୍ଡି ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ମାଲଗାଁ ପଞ୍ଚାୟତ ସୀମାନ୍ତ ଛତିଶଗଡ଼ କୁ ଲାଗିରହି ଥିବା ବରେହୀ ନଦୀ ଉପରେ ଜଳସେଚନ ପ୍ରକଳ୍ପ ନିର୍ମାଣ କରିବା ପାଇଁ ବହୁ ବର୍ଷ ଧରି ସ୍ଥାନୀୟ ଚାଷୀ ଦାବି କରି ଆସୁଥିଲେ କୌଣସି ସୁଫଳ ମିଳିନଥିଲା। ତେବେ ଆସନ୍ତା ୧୮ ତାରିଖରେ ୫ଟି ସଚିବ ଭି କେ ପାଣ୍ଡିୟାନ ଙ୍କ ଚନ୍ଦାହାଣ୍ଡି ବ୍ଲକ ଗସ୍ତ କାର୍ଯ୍ୟକ୍ରମ ରହିଥିବା ବେଳେ ଗତକାଲି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଙ୍କ ଉଦ୍ୟମରେ ପ୍ରଶାସନ ପକ୍ଷରୁ ବରେହୀ ନଦୀ ରେ ଜଳ ସେଚନ ପ୍ରକଳ୍ପ କାମ ଆରମ୍ଭ ହେବ ବୋଲି ସ୍ଥାନୀୟ ଅଞ୍ଚଳରେ ଖବର ପ୍ରସାର ହେବା ପରେ ଅଞ୍ଚଳର ଶହ ଶହ ଚ‌ାଷୀ ଉପକୃତ ହେବେ ବୋଲି ଆଲୋଚନା ଜୋର ଧରିଛି। ଆସନ୍ତା ୧୮ ତାରିଖରେ ୫-ଟି ସଚିବ ଭି.କେ ପାଣ୍ଡିଆନ ବରେହୀ ପ୍ରକଳ୍ପ ପରିଦର୍ଶନ ପାଇଁ ଆସୁଥିବା ବେଳେ ଆଜି ନବରଙ୍ଗପୁର ସାଂସଦ ରମେଶ ମାଝୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ, ଝରିଗାଁ ବିଧାୟକ ପ୍ରକାଶ ମାଝୀ, ନବରଙ୍ଗପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଇଶ୍ୱର ପାଣିଗ୍ରାହୀ, ଉଠା ଜଳସେଚନ ଉପଦେଷ୍ଟା ପ୍ରମୋଦ ପାଢ଼ୀ ପ୍ରମୁଖଙ୍କ ସହିତ ଜିଲ୍ଲା ଓ ସ୍ଥାନୀୟ ଅଞ୍ଚଳର ବହୁ ନେତା ମାଲଗାଁ ନିକଟସ୍ଥ ବରେହୀ ନଦୀ କୂଳ ଗସ୍ତ କରିଥିଲେ। ଏଥିସହ ତେଲନଦୀରେ ବ୍ୟାରେଜ ନିର୍ମାଣ ହେବ ବୋଲି ମଧ୍ୟ ଜଣାପଡିଛି। ଯଦି ବରେହୀ ନଦୀରେ ଜଳସେଚନ ପ୍ରକଳ୍ପ ଓ ତେଲ ନଦୀରେ ବ୍ୟାରେଜ ନିର୍ମାଣ ହୁଏ ତେବେ ଚନ୍ଦାହାଣ୍ଡି ବ୍ଲକର ମାଲଗାଁ , କୁହୁଡି, ଗମ୍ଭାରିଗୁଡାା ,ଧୋଡିପାଣି ଓ ଦଳବେଡା ପଞ୍ଚାୟତର ବହୁ ଜମିରେ ଜଳସେଚନ ହୋଇପାରିବ ବୋଲି ଉଠା ଜଳସେଚନ ନିଗମ ଉପଦେଷ୍ଟା ପ୍ରମୋଦ ପାଢ଼ୀ ପ୍ରକାଶ କରିଛନ୍ତି। ଏହାଦ୍ବାରା ଅଞ୍ଚଳର ଶହ ଶହ ଚାଷୀ ଉପକୃତ ହେବେ ବୋଲି ମତ ପ୍ରକାଶ ପାଇଛି। ତେବେ ପ୍ରକଳ୍ପ କେବେ ନିର୍ମାଣ ହେବ ଏବଂ ସ୍ଥାନୀୟ ଚାଷୀ କେବେ ଉପକୃତ ହେବେ ତାହା ଦେଖିବାକୁ ରହିଲା।ଏ ସମ୍ପର୍କ ରେ ରାଜ୍ୟ ବିଜେପି ଉପ ସଭାପତି ବଳଭଦ୍ର ମାଝୀ ଏବଂ ରାଜ୍ୟ କଂଗ୍ରେସ ସମ୍ପାଦକ ଖେମରାଜ ବାଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ସାଧାରଣ ନିର୍ବାଚନ ପାଖେଇ ଆସିଲେ ତେଲନଦୀ ଓ ବରେହି ନଦୀ ଜଳ ସେଚନ ପ୍ରକଳ୍ପ କଥା ମନେ ପଡେ ବୋଲି କହିବା ସହ ଜନସାଧାରଣ ଙ୍କୁ ବୋକା ବନେଇବାର ଏକ ପ୍ରହସନ ବୋଲି କହିଛନ୍ତି l

ଚନ୍ଦାହାଣ୍ଡି ରୁୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ପାଚିକା ଓ ସହାୟିକା ସଂଘ ପକ୍ଷରୁ ୧୫ ଦଫା ଦାବିରେ ବିଶାଳ ଶୋଭାଯାତ୍ରା

masiha

ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ରଞ୍ଜୁଲତା

masiha

ତିରିଂ ହାଇସ୍କୁଲ ପଡ଼ିଆରେ ବ୍ଳକ ସ୍ତରୀୟ ୭୭ ତମ ସ୍ବାଧିନତା ଦିବସ ଆନନ୍ଦ ଓ ଉଲ୍ଲାସର ସହ ପାଳିତ

masiha

Leave a Comment

error: Content is protected !!