ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରୀୟ ଏକତା ଦିବସ ୨୦୨୬ ସମାରୋହ ପାଇଁ କଳାହାଣ୍ଡି ଜିଲ୍ଲାରୁ ୪୬ ଜଣିଆ ପ୍ରତିନିଧି ଦଳଙ୍କ ଗୁଜରାଟ ଗସ୍ତ

ରାଷ୍ଟ୍ରୀୟ ଏକତା ଦିବସ ୨୦୨୬ ସମାରୋହ ପାଇଁ କଳାହାଣ୍ଡି ଜିଲ୍ଲାରୁ ୪୬ ଜଣିଆ ପ୍ରତିନିଧି ଦଳଙ୍କ ଗୁଜରାଟ ଗସ୍ତ

ଭବାନୀପାଟଣା ତା ୨୮.୧୦.୨୦୨୬: ଆସନ୍ତା ଅକ୍ଟୋବର ୩୧ ତାରିଖ ରେ ଗୁଜୁରାଟର କେଭାଡିଆ ( ଏକତା ନଗର) ଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ସ୍ତରୀୟ ରାଷ୍ଟ୍ରିୟ ଏକତା ଦିବସ ୨୦୨୬ ସମାରୋହରେ ଯୋଗ ଦେବା ପାଇଁ ଗତକାଲି ୨୭.୧୦.୨୦୨୬ ରିଖ କଳାହାଣ୍ଡି ଜିଲ୍ଲାରୁ ୪୬ ଜଣିଆ ପ୍ରତିନିଧି ଦଳ ଗୁଜୁରାଟ ଗସ୍ତ କରିଛନ୍ତି।ସ୍ଥାନୀୟ ସର୍କିଟ ହାଉସଠାରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଉପସ୍ଥିତ ରହି ପ୍ରତିନିଧି ଦଳଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ଏବଂ ଯାତ୍ରା ର ଶୁଭ ମନାସି ଥିଲେ।” ନକ୍ସଲ ମୁକ୍ତ ଭାରତ ” ର ସନ୍ଦେଶ ନେଇ ପ୍ରତିନିଧି ଗଣ ଓଡ଼ିଶାର ୧୯ ଟି ନକ୍ସଲ ପ୍ରଭାବିତ ଅଞ୍ଚଳରେ ଆସିଥିବା ବ୍ୟାପକ ପରିବର୍ତ୍ତନ ଓ ପ୍ରଗତିକୁ ଜାତୀୟ ସ୍ତରରେ ବାର୍ତ୍ତା ଦେବେ। ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତନ୍ମୟ କୁମାର ଦରୱାନ ପ୍ରତିନିଧି ଦଳ ଙ୍କ ବସ କୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ବ କରିଥିଲେ ଏବଂ ପ୍ରତିନିଧିଦଳ କେସିଙ୍ଗା ରେଳ ଷ୍ଟେସନରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସମାଵେଶ ହୋଇଥିଲେ ଏବଂ ରାତ୍ର ୩.୦୦ ଘଣ୍ଟା ସମୟରେ ସ୍ୱତନ୍ତ ଟ୍ରେନ ରେ ଗୁଜୁରାଟ ଅଭିମୁଖେ ଯାତ୍ରା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଙ୍କ ସମେତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ମିଶ୍ର, ବିଶିଷ୍ଟ ସମାଜସେବୀ ଯୁଗଳ କିଶୋର ପୋଡ, ସହ ନିର୍ଦ୍ଦେଶକ ସଞ୍ଚୟ ଏବଂ ଆର୍ଥିକ ସେବା ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା,ଡି ପି ଇ ଓ ରୂପ ସିଂ ରାଉତ ପ୍ରମୁଖ ଉପସ୍ଥିତ ରହି କେସିଙ୍ଗା ରେଳ ଷ୍ଟେସନ ସମାବେଶ ରେ ଯୋଗ ଦେଇଥିଲେ।

ପ୍ରତିନିଧି ଦଳଙ୍କ ସମସ୍ତ ସୁବିଧା ବ୍ୟବସ୍ଥା ଏବଂ ସମ୍ମନୟ ପାଇଁ ଦୁଇ ଜଣ ନୋଡାଲ ଅଧିକାରୀ ଅତିରିକ୍ତ ତହସିଲଦାର ଅର୍ମାନ୍ ଦେବ ପୁହାଣ ଓ ଅନୁଭବ ମହାନ୍ତି ଗୁଜୁରାଟ ଗସ୍ତ କରିଛନ୍ତି। କେସିଙ୍ଗା ରେଳ ଷ୍ଟେସନ ସମାବେଶ ରେ ଏସ ଡି ପି ଓ କେସିଙ୍ଗା ସନ୍ଦୀପ ମାଝୀ,ବି ଡି ଓ ଜନ୍ମେଜୟ ସ୍ୱାଇଁ ,ତହସିଲଦାର ପ୍ରଶାନ୍ତି ପ୍ରଧାନ ,ପୋଲିସ ଅଧିକାରୀ ବାବାଜୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

୧୮ ବର୍ଷ ମଧ୍ୟରେ ଅମାପ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ରେ କାଶୀପୁର ରେଞ୍ଜର ଗିରଫ

Sunil Chandra Nayak

ମହା ଆଡମ୍ବରରେ ପାଳିତ ହେଲା ହର ଘର ତିରଙ୍ଗା ଯାତ୍ରା

masiha

ପେଷା ସାମ୍ବାଦିକତା ନିଶା ଗୀତ 

masiha

Leave a Comment

error: Content is protected !!