ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁରେ ଶ୍ରୀ ଶ୍ରୀ ଶ୍ରୀ ମାଁ ଅଗ୍ନି ଗାଙ୍ଗାମାଁଙ୍କ ଘଣ୍ଟ ଯାତ୍ରା ମାର୍ଚ ୨ରୁ ୧୦ ପର୍ଯ୍ୟନ୍ତ

ବନ୍ଧୁଗାଁରେ ଶ୍ରୀ ଶ୍ରୀ ଶ୍ରୀ ମାଁ ଅଗ୍ନି ଗାଙ୍ଗାମାଁଙ୍କ ଘଣ୍ଟ ଯାତ୍ରା ମାର୍ଚ ୨ରୁ ୧୦ ପର୍ଯ୍ୟନ୍ତ

ରାୟଗଡା :- ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ନୀଲାବାଡି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ଶ୍ରୀ ମାଁ ଅଗ୍ନି ଗାଙ୍ଗାମାଁଙ୍କ ପବିତ୍ର ଘଣ୍ଟ ଯାତ୍ରା ଚଳିତ ମାର୍ଚ ୨ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହେବ। ଏନେଇ ସରକାରୀ ଭାବେ ଘୋଷଣା କରିଛନ୍ତି ବନ୍ଧୁଗାଁ ଯାତ୍ରା କମିଟିର ଅଧକ୍ଷ ତଥା ତହସିଲଦାର ଶ୍ରୀମତୀ ସୋନାଲି ପାତ୍ର।

ଏହି ଉପଲକ୍ଷେ ଆଜି ଯାତ୍ରା କମିଟିର ସଭାପତି ଶ୍ରୀ ସତ୍ୟମ୍ ନାଇଡୁଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇ, ଯାତ୍ରାର ସଫଳ ସମ୍ପାଦନ ପାଇଁ ବିଭିନ୍ନ ବ୍ୟବସ୍ଥା ନେଇ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଗଲା।

ଯାତ୍ରା କାଳୀନ ସୁରକ୍ଷା, ଶୃଙ୍ଖଳା, ସ୍ୱଚ୍ଛତା, ପାନୀୟଜଳ, ଆଲୋକ ସଜା, ଭକ୍ତମାନଙ୍କ ପାଇଁ ଯାତାୟାତ ସୁବିଧା ଏବଂ ଧାର୍ମିକ କାର୍ଯ୍ୟକ୍ରମର ସୁଚାରୁ ଆୟୋଜନ ପାଇଁ ବିଭିନ୍ନ ସବ୍-କମିଟି ଗଠନ କରାଯାଇଛି। ପୂଜା, ଯଜ୍ଞ, କୀର୍ତ୍ତନ, ଭଜନ ସନ୍ଧ୍ୟା, ସଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପ୍ରସାଦ ବିତରଣ ଭଳି ବିଭିନ୍ନ ଧାର୍ମିକ ଆୟୋଜନ ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ରହିବ।

ଯାତ୍ରା କମିଟି ପକ୍ଷରୁ ଜନସାଧାରଣଙ୍କୁ ଅଧିକ ସଂଖ୍ୟାରେ ଯୋଗଦେଇ ମାଁ ଅଗ୍ନି ଗାଙ୍ଗାମାଁଙ୍କ ଆଶୀର୍ବାଦ ଗ୍ରହଣ କରି ଏହି ପବିତ୍ର ଯାତ୍ରାକୁ ସଫଳ କରିବାକୁ ଆହ୍ୱାନ

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମାଟ୍ରିକ ପରୀକ୍ଷାରେ କନ୍ଦରପୁର ଏସ୍କେ ଏକାଡେମୀର ସଫଳତା 

masiha

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ” ଛତୁଚାଷ ପାଇଁ ସମନ୍ବିତ ପଦ୍ଧତି ” ଦୁଇଦିନିଆ କର୍ମଶାଳା 

Sunil Chandra Nayak

ଜେମାଘାଇ ରେ ବୁଡି ବୃଦ୍ଧ ଙ୍କ ମୃତ୍ୟୁ 

Sunil Chandra Nayak

Leave a Comment

error: Content is protected !!