ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀ ମହାପାତ୍ର ସିଜିନ ୨ ର ଶ୍ରେଷ୍ଠ ଓଡ଼ିଆଣୀ 

ଭବାନୀ ମହାପାତ୍ର ସିଜିନ ୨ ର ଶ୍ରେଷ୍ଠ ଓଡ଼ିଆଣୀ 

ରାଉରକେଲା: ଗରିମା ପରିବାର ଆୟୋଜିତ ସିଜିନ ୨ ର ଶ୍ରେଷ୍ଠ ଓଡ଼ିଆଣୀ ଭାବେ ଭବାନୀ ମହାପାତ୍ର ବିଜୟିନୀ ହୋଇ ବହୁ ପୁରସ୍କାର ଲାଭ କରିଛନ୍ତି। ସିଭିକ ସେଣ୍ଟର୍ ଠାରେ ମୋନାଲିସା ସାହୁ ଓ ମୈ।ସୁମୀ ଆଚାର୍ଯ୍ୟ ଙ୍କ ସଂଯୋଜନାରେ ଆୟୋଜିତ ଶ୍ରେଷ୍ଠ ଓଡ଼ିଆଣୀ ସିଜନ୍ ୨ ଫାଇନାଲ କାର୍ଯ୍ୟକ୍ରମରେ ସିନେ ଅଭିନେତ୍ରୀ ପୁଷ୍ପା ପଣ୍ଡା ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ଦୀପିକା ମହିଳା ସଂହତି ର ଉପସଭାପତି ପ୍ରଭାତୀ ମିଶ୍ର, ନମ୍ରତା ବର୍ମା,ଲାୟନ ବୈଶାଳୀ ଖେଡିଆ ଓ ମୁଖ୍ୟ ପୃଷ୍ଠପୋଷକ ସୁନିଲ କାୟଲ ପ୍ରମୁଖ ଉପସ୍ଥିତ ରହି ବିଜୟିନୀ ହୋଇଥିବା ଭବାନୀ ମହାପାତ୍ରଙ୍କୁ ମୁକୁଟ ଓ ସହସ୍ରାଧିକ ଟଙ୍କାର ଗିଫ୍ ଭାଉଚର ପ୍ରଦାନ କରିଥିଲେ। ସେହିପରି ପ୍ରଥମ ରନର୍ସ ଅପ୍ ଭାବେ ପ୍ରବୀଣା ଜେନା ଓ ଦ୍ବିତୀୟ ରନର୍ସ ଅପ୍ ଭାବେ ସୈ।ଦାମିନୀ ପାଢ଼ୀ ବିଜୟିନୀ ହୋଇ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ। ସୂଚନାଯୋଗ୍ୟ ଯେ ଶ୍ରେଷ୍ଠ ୧୧ଜଣଙ୍କ ମଧ୍ୟରୁ ବିଜୟିନୀ ୩ ଜଣଙ୍କୁ ଛାଡିଦେଲେ ଅନ୍ୟମାନଙ୍କ ମଧ୍ୟରେ ତପସ୍ୱିନୀ ପତି, କବିତା ରଣା,ଡ଼ା ଦେବସ୍ମିତା ପ୍ରହରାଜ, ସୁଶ୍ରୀ ସଂଗୀତା ଦାଶ,ଅନୁସୂୟା ବାରିକ,ତରୁଲତା ମିଶ୍ର, ରଞ୍ଜିତା ସାହୁ, ସସ୍ମିତା ବାରିକ ପ୍ରମୁଖ ଫାଇନାଲ ରାଉଣ୍ଡ ରେ ପହଞ୍ଚି ଥିବାରୁ ସମସ୍ତଙ୍କୁ ଗିଫ୍ଟ ଭାଉଚର ଦିଆଯାଇଥିଲା। ସେହିପରି ଡାକ୍ତର ପୂଜା ପତି, ଜୁଲି ମିଶ୍ର ଓ ସୂର୍ଯ୍ୟକାନ୍ତୀ ମତଗଜସିଂ ଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟତମ ପୃଷ୍ଠପୋଷକ ଶଙ୍କର ଜେନା,ଡା ଗୀତାଞ୍ଜଳି ପତ୍ରୀ, ଡ଼ଃ ସମ୍ପାଦିକା ମହାନ୍ତି, ଲଳିତା ମୁଦାଲି, ଦିଲିପ ମହାପାତ୍ର, ସନ୍ତୋଷ ଅଗ୍ରୱାଲ, ରଶ୍ମିତ ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ। ଗରିମା ର ଅଧ୍ୟକ୍ଷ ନିହାରିକା ବସ୍ତିଆ ସ୍ବାଗତ ଭାଷଣ ସହ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ପଣ୍ଡା ଗରିମା ର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏଭଳି କାର୍ଯ୍ୟକ୍ରମ ମହିଳା ମାନଙ୍କୁ ସଶକ୍ତିକରଣ କରିବାରେ ସହାୟକ ହେବ ବୋଲି ମତ ରଖିଥିଲେ। ସଭାପତି ମମତା ନାୟକ, ସମ୍ପାଦିକା ଡ଼ଃ ସରିତା ମଲ୍ଲ ଙ୍କ ସମେତ ଗରିମା ପରିବାରର ସମସ୍ତ ସଦସ୍ୟା ଲୁସି ଦାଶ,ସିଲି ମହାନ୍ତି, ପ୍ରଣତୀ ଜେନା, ଶର୍ମିଲା ରାଜଗୁରୁ, ରେବତୀ ବାରିକ, ଶାନ୍ତିଲତା ବାରିକ, ମୋନାଲିସା ଗୈାଡ, ମମତା, ସୁନିତା, ସବିତା, ରଶ୍ମି,ଲୀନା,ମୀନାକ୍ଷୀ,ଦେବସ୍ମିତା,ରିମି,ଅଞ୍ଜୁ,ଭାଗ୍ୟଶ୍ରୀ, ଆସ୍ଥା, ଗାୟତ୍ରୀ, ରଶ୍ମିତା, ରଞ୍ଜିତା, ମୀନତି , ଶଙ୍ଖରିନା,ଏଲି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପଞ୍ଚାୟତରେ ଉତ୍ତୋଳନ ହୋଇପାରିଲାନି ତ୍ରିରଙ୍ଗା ପତାକା, ଥାନାରେ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

masiha

ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଅଛି ବିଶେଷଜ୍ଞ ଡାକ୍ତର

Sunil Chandra Nayak

ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟର ପରିଚାଳନା ଭାର କାହାର ? ପ୍ରକଳ୍ପ ନା ବିଦ୍ୟାଳୟ ଗଣ ଶିକ୍ଷା ବିଭାଗ ଖାଲିଥିବା ଟି ଜି ଟି ଶିକ୍ଷକ ପି ଇଟି ଶିକ୍ଷକ କ୍ଲାସିକାଲ ଶିକ୍ଷକ ନିଯୁକ୍ତି ଦେବ କିଏ ? 

Leave a Comment

error: Content is protected !!