ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମମତା ରାଣୀ ଗୋପାଳ ଧର୍ମଗଡ଼ ବ୍ଲକ ବିଜୁ ଜନତା ଦଳର ସଭାନେତ୍ରୀ ନିଯୁକ୍ତ

ମମତା ରାଣୀ ଗୋପାଳ ଧର୍ମଗଡ଼ ବ୍ଲକ ବିଜୁ ଜନତା ଦଳର ସଭାନେତ୍ରୀ ନିଯୁକ୍ତ

ଧର୍ମଗଡ଼: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ଅନୁମୋଦନ କ୍ରମେ ରାଜ୍ୟର ମହିଳା ବିଜୁ ଜନତାଦଳ ମହିଳା ଶାଖାର କର୍ମକର୍ତ୍ତା ନିଯୁକ୍ତି ଘୋଷଣା କରାଯାଇଛି।ଏହି ତାଲିକା ରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବିଜୁ ମହିଳା ଜନତା ଦଳ ର ସଭାନେତ୍ରୀ ଭାବେ ତେଣ୍ଡାପାଲି ଗ୍ରାମ ପଞ୍ଚାୟତ ପୂର୍ବତନ ସମିତି ସଭ୍ୟା ତଥା ଓବିସି ନେତ୍ରୀ ମମତାରାଣୀ ଗୋପାଳଙ୍କୁ ନିଯୁକ୍ତି ମିଳିଛି। ସେ ଯୁବ ମହିଳା ନେତ୍ରୀ ଭାବରେ ବେଶ୍ ପରିଚିତ।ବିଜୁ ଜନତାଦଳ ର ଜଣେ ସମର୍ପିତ ଯୁବ ନେତ୍ରୀ ହୋଇଥିବା ବେଳେ ଜଣେ ସମାଜସେବୀ ଭାବେ ମଧ୍ୟ ଜିଲ୍ଲା ରେ ନିଜର ସ୍ୱତନ୍ତ୍ରତା ସୃଷ୍ଟି କରିପାରିଛନ୍ତି।ପୂର୍ବରୁ ମଧ୍ୟ ତାଙ୍କୁ ଦଳ ପକ୍ଷରୁ ଦିଆଯାଇଥିବା ଦାୟୀତ୍ବ ସେ ସୁଚାରୁ ରୁପେ ସମ୍ପାଦନ କରିଛନ୍ତି। ବର୍ତ୍ତମାନ ତାଙ୍କୁ ଧର୍ମଗଡ଼ ବ୍ଲକ ବିଜେଡି ମହିଳା ସଭାନେତ୍ରୀ ଭାବେ ନିଯୁକ୍ତି ଦେଇଥିବାରୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ,ବିଜେଡ଼ି ର ଜିଲ୍ଲା ସଭାପତି ପ୍ରଦୀପ ଦିଶାରି, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ପୂର୍ବତନ ବିଧାୟକ ମୌଷଧି ବାଗ ,ଧର୍ମଗଡ଼ ବ୍ଲକ ସଭାପତି ଡାକେଶ୍ୱର ଲହଜଲ, ଜିଲ୍ଲା ସାଧାରଣ ସଂପାଦକ ଥବିର ପ୍ରସାଦ ସାହୁ,ରାଜ୍ୟ ବିଜେଡି ମହିଳା ସଂଘ ସାଧାରଣ ସଂପାଦିକା ହୀରା ବାଗ ଙ୍କ ସମେତ ଦଳୀୟ କର୍ମକର୍ତ୍ତା ଙ୍କୁ ଶ୍ରୀମତୀ ଗୋପାଳ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଭାରତୀୟ ଜନତା ପାର୍ଟି ସାଙ୍ଗଠନିକ ବୈଠକ ଅନୁଷ୍ଠିତ 

masiha

କାମାକ୍ଷାନଗର ରେ କଂଗ୍ରେସ ପକ୍ଷରୁ ଛାତ୍ରୋ କି ଗୁଂଜ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ଚିତ୍ତରଞ୍ଜନ ମଣ୍ଡଳଙ୍କ କଂଗ୍ରେସ ଘର ବାହୁଡ଼ା ଓ କଂଗ୍ରେସର ନିର୍ବାଚନୀ ସଭା

masiha

Leave a Comment

error: Content is protected !!