୧୧ ତମ ଦିନରେ ଵାମନଘାଟୀ ଉପଖଣ୍ଡର ରାଜସ୍ବ ଅମଲାଙ୍କ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ପିଣ୍ଡାରେ ଧାରଣା ଜାରି; ସମର୍ଥନ ଦେଲେ ରାଇରଙ୍ଗପୁର ଓକିଲ ସଂଘ ସଭାପତି
ମୟୂରଭଂଜ – ୨୧/୦୮ — ରାଜସ୍ବ ଅମଲା ସଂଘର ୧୦ ଦଫା ଦାବି ପୂରଣ କରିବାରେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ଅଗଷ୍ଟ ୧୧ ତାରିଖରୁ ରାଜସ୍ବ ଅମଲା ମାନେ ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ସାମୂହିକ ଛୁଟି ସହ ଧାରଣା ଜାରି ରଖିଛନ୍ତି ।ରାଜସ୍ବ ଅମଲା ସଂଘର ନ୍ଯାୟୋଚିତ ଦାବି ପୂରଣ ପରିବର୍ତ୍ତେ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ ୧୨ ତାରିଖରେ ୩୦୪୩୧ ନମ୍ବର ବିଭାଗୀୟ ଚିଠି ମାଧ୍ୟମରେ ସମସ୍ତ ରାଜସ୍ବ ଅମଲାଙ୍କୁ କାର୍ଯ୍ୟରେ ଯୋଗଦାନ କରିବାକୁ ଧମକ ଦେବା ଘଟଣା ସମ୍ପୁର୍ଣ ହାସ୍ୟାସ୍ପଦ ଅଟେ ।ରାଜସ୍ଵ ଅମଲା ସଂଘ ସରକାରଙ୍କ ଧମକ କୁ ଖାତିର ନ କରି ଆନ୍ଦୋଳନକୁ ଆହୁରି ତିବ୍ରତର କରାଯିବ ବୋଲି ସଂଘ ନେତୃଵୃନ୍ଦ କହିଛନ୍ତି ।ତଦସହ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ସେମାନଙ୍କ ଦାବିକୁ ସହାନୁଭୁତି ସହ ବିଚାରକୁ ନେଇ ଏହାକୁ ସହୃଦୟର ସହ ସମାଧାନ କରନ୍ତୁ ।ଆଜି ଗୁରୁବାର ଦିନ ରାଇଙ୍ଗପୁର ଓକିଲ ସଂଘ ସଭାପତି ଅକ୍ଷୟ ମହାନ୍ତି ଅମଲା ସଂଘ ଙ୍କ ଧାରଣାରତ ସ୍ଥାନକୁ ଯାଇଥିଲେ ।ଅମଲା ମାନେ ସେମାନଙ୍କ ୧୦ ଦଫା ଗୁଡ଼ିକୁ ବିଧାୟକଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇବା ସହ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଓକିଲ ସଂଘ ସଭାପତି ଅକ୍ଷୟ ମହାନ୍ତି ରାଜସ୍ବ ଅମଲା ସଂଘର ଦାବି ପ୍ରତି ସମର୍ଥନ ଜଣାଇବା ସହ ସରକାର ତୁରନ୍ତ ସେମାନଙ୍କ ନ୍ଯାୟୋଚିତ ଦାବି ସମସ୍ଯାରସମାଧାନ କରନ୍ତୁ ।ଅମଲା ମାନେ ସେବକ ।ସାରା ଓଡ଼ିଶାର ଜନସାଧାରଣ ଦିର୍ଘ ୧୧ ଦିନ ହେଲା ସରକାରୀ କାର୍ଯ୍ୟରେ ସେବା ପାଇଁ ପାରୁ ନାହାଁନ୍ତି ।ବ୍ଳକ,ଆଇସିଡିଏସ, ଆଇଟିଡିଏ,କୃଷି ବିଭାଗ,ତହସିଲ ରୁ ସେମାନଙ୍କ ଆବଶ୍ୟକୀୟ ସେବା ପାଇଁ ପାରୁ ନାହାନ୍ତି ।ଗାଁରୁ ସହର ସମସ୍ତେ ହନ୍ତସନ୍ତ ହେଉଛନ୍ତି ।ଆୟପ୍ରମାଣପତ୍ର,ଜାତିଗତ ପ୍ରମାଣପତ୍ର ,ଜନ୍ଗଗତ ପ୍ରମାଣପତ୍ର ଇତ୍ୟାଦିରୁ ବଞ୍ଚିତ ହେଉଛନ୍ତି ।ଦିନକୁ ଦିନ ସରକାରଙ୍କ ଉପରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି ।ତେଣୁ ସରକାର ସେମାନଙ୍କ ଦାବି ପ୍ରତି ସହାନୁଶୀଳ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି । ବାମନଘାଟୀ ରାଜସ୍ବ ଅମଲା ସଂଘ ଉପ ସଭାପତି ଗୌରୀଶଙ୍କର ସାମନ୍ତରାୟ,ରଞ୍ଜିତ ରଜକ,ଦେବଦତ୍ତ ମହାନ୍ତ,ଆକାଶ ଜ୍ୟୋତି ମହାନ୍ତ,ସୁନିଲ ଶଙ୍କର ପାତ୍ର,ମହେଶ୍ବର ସି,ପ୍ରଶାନ୍ତ ପଣ୍ଡା,ବାଦଲ ମହାନ୍ତ,ବସନ୍ତ ମହାନ୍ତି,ରାମେଶ୍ବର ଟୁଡୁ,ଦେବ ଶ୍ରୀ ମଣ୍ଡଳ,ଦେବସ୍ମିତା ମଣ୍ଡଳ,ଅନନ୍ୟା ଗିରି,ଅମ୍ବିକା ମାଝୀ,ଲକ୍ଷ୍ମିପ୍ରିୟା ମହାନ୍ତ,ମାନସୀ ସୋରେନ ସମେତ ଶତାଧିକ ଅମଲା ସାଥି ପ୍ରମୁଖ ଆନ୍ଦୋଳନ ଜାରି ରଖିଛନ୍ତି ।
ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

