ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୀଳମଣୀ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସେଲ ତରଫରୁ ଆୟୋଜିତ ଆଲୋଚନା ଚକ୍ର

ନୀଳମଣୀ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସେଲ ତରଫରୁ ଆୟୋଜିତ ଆଲୋଚନା ଚକ୍ର

ବସ୍ତା୨୪।୪(ମ ନି ସ)ନୀଳମଣି ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସେଲ ତରଫରୁ “ନାରୀ ସମସ୍ୟା ଓ ସମାଧାନ “ଶୀର୍ଷକ ଏକ ଆଲୋଚନା ଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ତପନ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ନାରୀ ସଶକ୍ତିକରଣରେ ଓ ଓ ନାରୀ ସୁରକ୍ଷା ଦିଗରେ ଶକ୍ତିଶ୍ରୀ ସେଲର ଭୂମିକା ସମ୍ପର୍କରେ ମୂଲ୍ୟବାନ ମତ ପୋଷଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ସ୍ଥାନୀୟ ରୁପ୍ସା କମ୍ୟୁନିଟି ହେଲଥ ସେଣ୍ଟରର ଡାକ୍ତର ଡ଼ ଅସିତ କୁମାର ପ୍ରଧାନ ଯୋଗଦେଇ ଦୈନନ୍ଦିନ ଜୀବନରେ ନାରୀ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ତାର ସମାଧାନ ବିଷୟରେ କଥୋପକଥନ ତଥା ପ୍ରଶ୍ନୋତ୍ତର ମାଧ୍ୟମରେ ତଥ୍ୟ ଉପସ୍ଥାପନ କରିଥିଲେ। ମହାବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପକ ସରୋଜ କୁମାର ପାଣି ପ୍ରାଧ୍ୟାପିକା କଳ୍ପନାମଞ୍ଜରୀ ପାତ୍ର,ଅଧ୍ୟାପକ ଗୌରାଙ୍ଗ ଚରଣ ପଣ୍ଡା, ଅଧ୍ୟାପକ ସତ୍ୟେନ୍ଦ୍ର କୁମାର ପାଲ, ଅଧ୍ୟାପିକା ଡ଼ ଅନ୍ନପୂର୍ଣ୍ଣା ରଣା ଆଦି ଯୋଗଦେଇ ନାରୀ ସମସ୍ୟା ଓ ସମାଧାନ ଉପରେ ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ଶକ୍ତିଶ୍ରୀ ସେଲର ସଂଯୋଜିକା ଡ଼ ସୁଜାତା ରାଣୀ ଗିରି ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ଆଲୋଚନା ଚକ୍ରରେ ଯୁକ୍ତ ତିନିର ଛାତ୍ରୀମାନେ ଉପସ୍ଥିତ ଥିଲେ।

ବିଜୟ କୁମାର ଭୂୟାଁ ଙ୍କ ରିପୋର୍ଟ୍ 

Related posts

ନୂତନ ବିଡ଼ିଓଙ୍କ ଯୋଗଦାନ

masiha

ମର୍ମନୁଦ ସଡ଼କ ଦୁର୍ଘଟଣା, ଚାରି ମୃତ

masiha

ଜି ଡି ଏସ୍ ମାନଙ୍କ ଅନିର୍ଦ୍ଧିଷ୍ଟ କାଳ ଧର୍ମଘଟ 

masiha

Leave a Comment

error: Content is protected !!