ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ପରିଷଦ ଓ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଗୁରୁଦିବସ ଅବସର ରେ ଗୁରୁ ସମ୍ମାନ କାର୍ଯ୍ୟକ୍ରମ

ଉତ୍କଳ ପରିଷଦ ଓ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଗୁରୁଦିବସ ଅବସର ରେ ଗୁରୁ ସମ୍ମାନ କାର୍ଯ୍ୟକ୍ରମ

ନବରଙ୍ଗପୁର:( ୫/୯)(ରବି ନାରାୟଣ ମହାନ୍ତି): ନବରଙ୍ଗପୁର ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଉତ୍କଳ ପରିଷଦ ଓ ସମ୍ବାଦ ସାହିତ୍ୟ ଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ତୃପ୍ତି ଲଜ୍ ସମ୍ମିଳନୀ କକ୍ଷ ଠାରେ ଗୁରୁ ଦିବସ ଓ ଗୁରୁ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗୁରୁ ମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ଅନେକ ଗୁରୁଙ୍କ ଘରକୁ ଯାଇ ବି ସମ୍ମାନିତ କରାଯାଇଥିଲା। ସାହିତ୍ୟ ଘର ସଭାପତି ଡଃ.ସାଇ ରମେଶ ରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମାନ କାର୍ଯ୍ୟକ୍ରମ ରେ ଉପଦେଷ୍ଟା ତଥା ସମାଜସେବୀ ଜଗନ୍ନାଥ ମହାପାତ୍ର ଗୁରୁ ମାନଙ୍କୁ ସମ୍ମାନିତ କରିବା ପାଇଁ ସୁଯୋଗ ମିଳିଥିବାରୁ ନିଜ କୁ ଧନ୍ୟ ମନେ କରିବା ସହ ଏପରି କାର୍ଯ୍ୟକ୍ରମ ନିୟମିତ ଭାବେ ଚାଲୁ ରଖିବା ପାଇଁ ପରାମର୍ଶ ଦେଇଥିଲେ। ଉପଦେଷ୍ଟା ତଥା ବିଜୟ କୁମାର ଚୌଧୁରୀ ଗୁରୁଦିବସ ଓ ଗୁରୁପୂଜନ ର ତାପ୍ତର୍ଯ୍ୟ ସଂକ୍ରାନ୍ତରେ କହିବା ସହ ସମାଜ ଗଠନ ଓ ଛାତ୍ରଛାତ୍ରୀଙ୍କ ଉତ୍ତମ ଚରିତ୍ର ଗଠନ ରେ ଗୁରୁଙ୍କ ଭୂମିକା ସଂକ୍ରାନ୍ତରେ ଉଦବୋଧନ ଦେଇଥିଲେ। ସାହିତ୍ୟ ଘର ସମ୍ପାଦକ ଅଖିଳ କୁମାର ଭଟ୍ଟ ସଂଯୋଜନା କରିଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୨୦ ଜଣ ଗୁରୁଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷାବିତ୍ ଅବନୀ କୁମାର ତ୍ରିପାଠୀ, ନିରଞ୍ଜନ ମିଶ୍ର, ଡଃ.ବିଜୟ କୁମାର ମିଶ୍ର, ଜଗଦୀଶ ଚନ୍ଦ୍ର ତ୍ରିପାଠୀ, ଜିଲ୍ଲା ଶିକ୍ଷକ ସଂଘ ଆଇନ ପରାମର୍ଶଦାତା ରାମ ପ୍ରସାଦ ପାତ୍ର, ପ୍ରଭାସିନୀ ମହାନ୍ତି, ମନୋଜ କୁମାର ପଟ୍ଟନାୟକ, ଜାହ୍ନବୀ ପଣ୍ଡା, ସୁଶୋଭିତା ମେରିଲିନ୍ ତୁରୁକ, ଶ୍ରୀଧର ଶତପଥୀ , ପ୍ରଶାନ୍ତ କୁମାର ସାହୁ, ବିଶାଲ ଅଭିନବ ଭତ୍ରା, ସିଦ୍ଧାର୍ଥ ଶଙ୍କର ବେହେରା, ସମ୍ବାଦ ଜିଲ୍ଲା ପ୍ରତିନିଧୀ ପ୍ରଦୀପ କୁମା ପାଢ଼ୀ, ଜି.ପ୍ରକାଶ ସାମନ୍ତରାୟ ପ୍ରମୁଖ ସାହିତ୍ୟିକ ଓ ଶିକ୍ଷାବିତ୍ ମାନେ ଉପସ୍ଥିତ ଥିଲେ।

ମସିହା ନିୟୁଜ୍ ସର୍ଭିସ 

Related posts

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ କିନ୍ନରଙ୍କ ଅଧିକାର ସମ୍ବନ୍ଧୀୟ ଆଇନ ସଚେତନତା କାର୍ଯ୍ୟକ୍ରମ 

masiha

କାମାକ୍ଷାନଗର ଉପଖଣ୍ଡ ସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

ପେଟ ଫୁଲୁଛି ଅସ୍ୱାଭାବିକ ଭାବେ:ଚିକିତ୍ସା ପାଇଁ ଅର୍ଥ ବାଧକ 

Sunil Chandra Nayak

Leave a Comment

error: Content is protected !!