ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଏଆଇସିସି ପର୍ଯ୍ୟବେକ୍ଷକ ଙ୍କ ରାୟଗଡା ଗସ୍ତ , ଦଶ ଦିନ ରହଣି ରେ ବିଭିନ୍ନ ବ୍ଲକ ଗସ୍ତ କରିବେ

ଏଆଇସିସି ପର୍ଯ୍ୟବେକ୍ଷକ ଙ୍କ ରାୟଗଡା ଗସ୍ତ ,

ଦଶ ଦିନ ରହଣି ରେ ବିଭିନ୍ନ ବ୍ଲକ ଗସ୍ତ କରିବେ

ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ଚୟନ ପ୍ରକ୍ରିୟାକୁ ଗତିଶୀଳ କରିବା ସହିତ ଦଳକୁ ଆହୁରି ମଜବୁତ କରିବା ପାଇଁ ଏଆଇସିସି ପର୍ଯ୍ୟବେକ୍ଷକ ରିଜୱାନ ଅର୍ଶଧ ଜିଲ୍ଲାରେ ପହଞ୍ଚି ସମୀକ୍ଷା କରିଛନ୍ତି। ସ୍ଥାନୀୟ ଟାଉନହଲ୍‌ରେ ଆୟୋଜିତ କର୍ମୀ ସମ୍ମିଳନୀରେ ସେ କଂଗ୍ରେସର ଜିଲ୍ଲାସ୍ତରୀୟ ନେତା ଏବଂ କର୍ମୀମାନଙ୍କ ସହ ଆଲୋଚନା କରିଛନ୍ତି। ସଭାରେ କେମିତି କଂଗ୍ରେସକୁ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଶକ୍ତିଶାଳୀ କରାଯିବ ଓ ପୁରୁଣା କର୍ମୀ କିପରି ଦଳକୁ ଫେରିବେ ସେଥିପାଇଁ ମତାମତ ସଂଗ୍ରହ କରାଯାଇଥିଲା। ଜିଲ୍ଲାର ସମସ୍ତ ସାଂସଦ ଓ ବିଧାୟକ କଂଗ୍ରେସ ଦଳର ରହିଛନ୍ତି। ତେଣୁ ଦଳ ଏଠି ସୁଦୃଢ ଅଛି ବୋଲି ପ୍ରକାଶ କରିଥିଲେ। ପର୍ଯ୍ୟବେକ୍ଷକ ଅର୍ଶଧ ୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକ ଗସ୍ତ କରି କର୍ମୀମାନଙ୍କ ସହିତ ଆଲୋଚନା କରିବେ ଓ ଅନ୍ତିମ ରିପୋର୍ଟ ଏଆଇସିସି ଅଧ୍ୟକ୍ଷଙ୍କୁ ପ୍ରଦାନ କରିବେ ବୋଲି ସୂଚନା ମିଳିଛି। ଆଜିର ସଭାରେ ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କ ସହିତ ରାୟଗଡା ବିଧାୟକ ଆପଲାସ୍ୱାମୀ କାଡ୍ରାକା, ବିଷମକଟକ ବିଧାୟକ ନୀଳମାଧବ ହିକକା, ବରିଷ୍ଠ ନେତା ଅଜିତ ଦାସ, ସୁନୀଲ ଚନ୍ଦ୍ର ପଣ୍ଡା, ଦୀଲିପ ପଟ୍ଟନାୟକ, ଯୁବନେତା ଅସଲମ ଖାନ୍, ବାଦଲ ମହାନ୍ତି, ଚିନ୍ନାରୀ କ୍ରିଷ୍ଣା, ଶଙ୍କର ମଙ୍ଗରାଜ, ଚନ୍ଦ୍ରମଉଳି କୁମୁନ୍ଦନ, ଭବାନୀ ଜେନା, ମନୋଜ ରଥ ଓ ଜିଲ୍ଲାର ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିଜେପି ର ଧର୍ମଗଡ଼ ବିଧାନସଭା ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ

Sunil Chandra Nayak

ରାଉରକେଲା ବିଜେପିରୁ ପ୍ରକାଶ ପାଶ୍ୱାନଙ୍କ ନିଲମ୍ବନ

Sunil Chandra Nayak

ରାଇରଙ୍ଗପୁରରେ ବିଜେଡିର‌ ୨୬ ତମ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!