ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଦିନିଆ ବର୍ଷା ଯୋଗୁଁ ମୁଗ ଚାଷୀ କ୍ଷତିଗ୍ରସ୍ତ

ଅଦିନିଆ ବର୍ଷା ଯୋଗୁଁ ମୁଗ ଚାଷୀ କ୍ଷତିଗ୍ରସ୍ତ

ମ.ରାମପୁର,୨୬/୨(ମସୀହା): ଚାଷୀଙ୍କ ଦୁଃଖ ର ଅନ୍ତ ନାହିଁ l କେତେ ବେଳେ ମରୁଡି ତ ଆଉ କେତେ ବେଳେ ରୋଗ ପୋକ ଯୋଗୁଁ ତା ଫସଲ ନଷ୍ଟ ହେଉଛି l ଫସଲ ଘରକୁ ନପହଞ୍ଚିବା ପର୍ଯ୍ୟନ୍ତ ଚାଷୀ ଶାନ୍ତିରେ ଶୋଇ ପାରେନାହିଁ l ଏବେ ମୁଗ ଫସଲ ଅମଳ ଚାଲିଥିଲା l ଚାଷୀ ମୁଗ ଗଛ ଉପାଡି ବିଲରେ ସୁଖାଇ ରଖିଥିଲେ l ଶୁଖିଲା ପରେ ଘରକୁ ଆଣି ବିକ୍ରି କରି ଦୁଇ ପଇସା ପାଇଥାନ୍ତା l ହେଲେ ଅଦିନିଆ ବର୍ଷା ଯୋଗୁଁ ଅଞ୍ଚଳ ର ଅନେକ ଚାଷୀଙ୍କ ମୁଗ ଫସଲ ନଷ୍ଟ ହୋଇ ଯାଇଛି l ପାଣି ରେ ଭିଜି ମୁଗ ଗୁଡିକରେ ଗଜା ବାହାରି ପଡ଼ିଛି l ଫଳରେ ମୁଗ ଚାଷୀ ଚିନ୍ତାରେ ପଡ଼ି ଯାଇଛନ୍ତି l ଏଥିପ୍ରତି ପ୍ରଶାସନ ବିହିତ ଦୃଷ୍ଟି ଦେଇ ମୁଗ ଚାଷୀଙ୍କୁ କ୍ଷତି ପୁରାଣ ଦେବା ପାଇଁ ଚାଷୀ ଦେବାର୍ଚ୍ଚନ ମହାଖୁଡ, ବିନୋଦ ମହାଖୁଡ, ପ୍ରଶାନ୍ତ ସାମନ୍ତରା, ରାମେଶ୍ବର ତ୍ରିପାଠୀ ପ୍ରମୁଖ ଦାବି ଜଣାଇଛନ୍ତି l

ମ.ରାମପୁର ରୁ ପରମାନନ୍ଦ ବିଶିଙ୍କ ରିପୋର୍ଟ

Related posts

ବଣକାଟି ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଜାବ ଏଣ୍ଡ ସିନ୍ଦ୍ ବ୍ୟାଙ୍କ ଆଭାଷୀ ମାଧ୍ୟମରେ ଉଦଘାଟିତ

masiha

ଚେପଟିଆମ୍ବାରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ,ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି 

masiha

ଗେଣ୍ଡୁ ଫୁଲ ଚାଷ କରି ଫିରିଙ୍ଗିଆ ବ୍ଲକ ର ୫0 ରୁ ଉର୍ଦ୍ଧ ସ୍ବୟଂ ସହାୟକା ଗୋଷ୍ଠୀ ସ୍ୱାବଲମ୍ବୀ ହେଲେ

Sunil Chandra Nayak

Leave a Comment

error: Content is protected !!