ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଦିନିଆ ବର୍ଷା ଯୋଗୁଁ ମୁଗ ଚାଷୀ କ୍ଷତିଗ୍ରସ୍ତ

ଅଦିନିଆ ବର୍ଷା ଯୋଗୁଁ ମୁଗ ଚାଷୀ କ୍ଷତିଗ୍ରସ୍ତ

ମ.ରାମପୁର,୨୬/୨(ମସୀହା): ଚାଷୀଙ୍କ ଦୁଃଖ ର ଅନ୍ତ ନାହିଁ l କେତେ ବେଳେ ମରୁଡି ତ ଆଉ କେତେ ବେଳେ ରୋଗ ପୋକ ଯୋଗୁଁ ତା ଫସଲ ନଷ୍ଟ ହେଉଛି l ଫସଲ ଘରକୁ ନପହଞ୍ଚିବା ପର୍ଯ୍ୟନ୍ତ ଚାଷୀ ଶାନ୍ତିରେ ଶୋଇ ପାରେନାହିଁ l ଏବେ ମୁଗ ଫସଲ ଅମଳ ଚାଲିଥିଲା l ଚାଷୀ ମୁଗ ଗଛ ଉପାଡି ବିଲରେ ସୁଖାଇ ରଖିଥିଲେ l ଶୁଖିଲା ପରେ ଘରକୁ ଆଣି ବିକ୍ରି କରି ଦୁଇ ପଇସା ପାଇଥାନ୍ତା l ହେଲେ ଅଦିନିଆ ବର୍ଷା ଯୋଗୁଁ ଅଞ୍ଚଳ ର ଅନେକ ଚାଷୀଙ୍କ ମୁଗ ଫସଲ ନଷ୍ଟ ହୋଇ ଯାଇଛି l ପାଣି ରେ ଭିଜି ମୁଗ ଗୁଡିକରେ ଗଜା ବାହାରି ପଡ଼ିଛି l ଫଳରେ ମୁଗ ଚାଷୀ ଚିନ୍ତାରେ ପଡ଼ି ଯାଇଛନ୍ତି l ଏଥିପ୍ରତି ପ୍ରଶାସନ ବିହିତ ଦୃଷ୍ଟି ଦେଇ ମୁଗ ଚାଷୀଙ୍କୁ କ୍ଷତି ପୁରାଣ ଦେବା ପାଇଁ ଚାଷୀ ଦେବାର୍ଚ୍ଚନ ମହାଖୁଡ, ବିନୋଦ ମହାଖୁଡ, ପ୍ରଶାନ୍ତ ସାମନ୍ତରା, ରାମେଶ୍ବର ତ୍ରିପାଠୀ ପ୍ରମୁଖ ଦାବି ଜଣାଇଛନ୍ତି l

ମ.ରାମପୁର ରୁ ପରମାନନ୍ଦ ବିଶିଙ୍କ ରିପୋର୍ଟ

Related posts

ଆଦର୍ଶ ବିଦ୍ୟାଳୟ କୁ ଗଣଶିକ୍ଷା ମନ୍ତ୍ରୀ ଙ୍କ ଅଚାନକ ଗସ୍ତ, ବିଦ୍ୟାଳୟ ପରିସର ଅପରିଷ୍କାର ଦେଖି କ୍ଷୋଭ ପ୍ରକାଶ 

masiha

ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ପକ୍ଷରୁ ଡିଗ୍ରୀ କ୍ୟାମ୍ପସ ପରିସରରେ ଜାତୀୟ ମତଦାତା ଦିବସ ପାଳିତ

masiha

ଇକୋ କ୍ଲବ୍ ଆନୁକୂଲ୍ୟରେ ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ ପାଇଁ ବନମହୋତ୍ସବ ୨୦୨୬ ପାଳିତ

Leave a Comment

error: Content is protected !!