ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

କଳାହାଣ୍ଡିଆ ଅସ୍ମିତାର ସ୍ବର୍ଣ୍ଣାଭ ସ୍ୱାକ୍ଷର… ୪୬ ବର୍ଷ ପରେ ପୁନଃ ପ୍ରଦର୍ଶନ ହେଲା “ସମର୍ପଣ” ୪୫ କଳାକାର ସମ୍ବର୍ଦ୍ଧିତ

କଳାହାଣ୍ଡିଆ ଅସ୍ମିତାର ସ୍ବର୍ଣ୍ଣାଭ ସ୍ୱାକ୍ଷର…

୪୬ ବର୍ଷ ପରେ ପୁନଃ ପ୍ରଦର୍ଶନ ହେଲା “ସମର୍ପଣ” ୪୫ କଳାକାର ସମ୍ବର୍ଦ୍ଧିତ

ଭବାନୀପାଟଣା:କଳାହାଣ୍ଡିଆ ଅସ୍ମିତାର ସ୍ବର୍ଣ୍ଣାଭ ସ୍ୱାକ୍ଷର ହେଉଛି ୧୯୭୮ ମସିହାରେ ନିର୍ମିତ କଳାହାଣ୍ଡିର ପ୍ରଥମ ଚଳଚ୍ଚିତ୍ର “ସମର୍ପଣ” । ଯେତେବେଳେ ଏହି ଭଳି ରହସ୍ୟ ଧର୍ମୀ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କଳ୍ପନାତିତ ଥିଲା ସେତେବଳେ କଳାପୂର୍ଣ୍ଣ ହାଣ୍ଡି କଳାହାଣ୍ଡିର ଲେଖକ, ନିର୍ଦ୍ଦେଶକ, ଅଭିନେତା, ଗୀତିକାର ଓ କଣ୍ଠଶିଳ୍ପୀ ମାନଙ୍କୁ ନେଇ ନିର୍ମିତ ଚଳଚ୍ଚିତ୍ର ସମର୍ପଣ କୁ ଭେଟି ଦେଇଥିଲେ ବିଶିଷ୍ଟ ଲେଖକ ଓ ନିର୍ଦ୍ଦେଶକ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ। ଏକ ଭିନ୍ନ ଧରଣର ଓଡିଆ ଚଳଚ୍ଚିତ୍ର ସମର୍ପଣ ରେ ସହକାରୀ ନିର୍ଦ୍ଦେଶକ ଭାବରେ ମୋର ଚଳଚ୍ଚିତ୍ର ଜୀବନର ଆରମ୍ଭ ଓ ଏହି ଚଳଚ୍ଚିତ୍ର ଓ ସିନେମା ଜଗତରେ ଏକ ସ୍ବତନ୍ତ୍ର ଧାରା ସୃଷ୍ଟି କରିଥିଲା ବୋଲି “ସମର୍ପଣ” ଚଳଚ୍ଚିତ୍ରର ପୁନଃ ପ୍ରସାରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ସବ୍ୟସାଚି ମହାପାତ୍ର ପ୍ରକାଶ କରିଛନ୍ତି। ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ସ୍ଥାନୀୟ ଟାଉନ୍ ହଲ୍ ଠାରେ ଆୟୋଜତ ଏହି ଚଳଚ୍ଚିତ୍ର ର ପୁନଃ ପ୍ରଦର୍ଶନ କାର୍ଯ୍ୟକ୍ରମରେ ବ୍ରାହ୍ମଣ ସମାଜ କଳାହାଣ୍ଡିର ସଭାପତି ତଥା ସମର୍ପଣ ର ଅଭିନେତା ଜଗନ୍ନାଥ ମୁଣ୍ଡ, ସିନେ ସମୀକ୍ଷକ, ସାମ୍ବାଦିକ ତଥା ଗବେଷକ ସୂର୍ଯ୍ୟ ଦେଓ, ଗୀତିକାର ନାରାୟଣ ପ୍ରସାଦ ପଟ୍ଟନାୟକ, ଅଭିନେତା ଭୂପିନ୍ଦର ସିଂହ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ର ସଚିବ ପ୍ରବୋଧ ରଥ ଓ ସମାଜ ସେବୀ ପ୍ରମୋଦ ଖମାରୀ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ସମର୍ପଣ ଚଳଚ୍ଚିତ୍ରରେ ସଂପୃକ୍ତ ଲେଖକ ନିର୍ଦ୍ଦେଶକ ସ୍ବର୍ଗତ ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜକ ସ୍ବର୍ଗତ ରାସ ବିହାରୀ ପଣ୍ଡା ସମେତ ୨୩ ଜଣ ଦିବଂଗତ କଳାକାର ମାନଙ୍କୁ ମରନୋତ୍ତର ସମ୍ମାନ ପ୍ରଦାନ କରାଯାଇଥିବା ସହ ଏହି ଚଳଚ୍ଚିତ୍ର ଅଭିନୟ, ଗୀତିକାର, କଣ୍ଠ ଶିଳ୍ପୀ ଓ ପ୍ରଡକ୍ଟସନ ରେ ସଂପୃକ୍ତ ୨୨ ଜଣ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଚଳଚ୍ଚିତ୍ର କୁ ପୁନରଉଦ୍ଧାର ଓ ଡିଜିଟାଲାଇଯେସନ କରିଥିବା କଳାହାଣ୍ଡିର ଯୁବ ପ୍ରତିଭା ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ବିଜେତା ଅମରେନ୍ଦ୍ର ମହାପାତ୍ରଙ୍କୁ ସ୍ଵତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ବ୍ରାହ୍ମଣ ସମାଜ କଳାହାଣ୍ଡିର ସଂଗଠନ ସମ୍ପାଦକ ଭବେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଆକାଶବାଣୀ କଳାକାର ଶୁଭେନ୍ଦୁ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। ସମ୍ବର୍ଦ୍ଧନା ସଭା ପରେ ଦିନ ୧୨ ଟା ୩୦, ଅପରାହ୍ନ ୩ ଟା ଓ ସନ୍ଧ୍ୟା ୬ ଟାରେ ଚଳଚ୍ଚିତ୍ର ପ୍ରଦର୍ଶିତ କରାଯାଇଥିଲା। ତିନୋଟି ଯାକ ସୋ ରେ ଭରପୁର ଦର୍ଶକ ସମର୍ପଣ ଚଳଚ୍ଚିତ୍ରକୁ ଉପଭୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

“ଆଜିର ରେବତୀ”ର ଅଡିଓ ରିଲିଜ୍,  ଏପ୍ରିଲ ୧୧ ରେ ଶୁଭମୁକ୍ତି 

masiha

ପ୍ରୟାସ ପ୍ରାୟୋଜିତ ଚିନ୍ତା ପ୍ରତିମା ବହୁଭାଷୀ ନାଟ୍ୟ ମହୋତ୍ସବର ତୃତୀୟ ଦିବସ ରେ ଶ୍ରୀମତୀ କମ୍ ନୁହଁନ୍ତି ମଞ୍ଚସ୍ଥ 

masiha

ମୁକ୍ତିଲାଭ କଲା କ୍ଷୁଦ୍ର ଚଳଚ୍ଚିତ୍ର ରିଲୋ ରିଲୋ

masiha

Leave a Comment

error: Content is protected !!