ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନନ୍ଦ ବଜାର ଲକ୍ଷ୍ମୀପୂଜା କମିଟିର ନୂତନ କର୍ମକର୍ତା ଚୟନ ଓ ପ୍ରସ୍ତୁତି ବୈଠକ

ଆନନ୍ଦ ବଜାର ଲକ୍ଷ୍ମୀପୂଜା କମିଟିର ନୂତନ କର୍ମକର୍ତା ଚୟନ ଓ ପ୍ରସ୍ତୁତି ବୈଠକ

ଢେଙ୍କାନାଳ, ୨୯/୯: ଢେଙ୍କାନାଳ ସହର ଆନନ୍ଦ ବଜାର ଲକ୍ଷ୍ମୀପୂଜା କମିଟି ପକ୍ଷରୁ ସ୍ଥାନୀୟ କମଳା ମଣ୍ଡପ ଠାରେ କର୍ମକର୍ତା ଚୟନ୍ ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ନୂତନ ଅଧ୍ଯକ୍ଷ ଭାବେ ଚକ୍ରଧର ନାୟକ, ସଭାପତି ଭାବେ ଶିବସାଇ ମହାପାତ୍ର, ଉପ-ସଭାପତି ଭାବେ ଯୁଗଳ ନାୟକ, ଗୌରୀ ଶଙ୍କର ରଥ, ବିମଳ ନାୟକ, କାର୍ତିକ ଚନ୍ଦ୍ର ପୃଷ୍ଟି ଓ ମାନସ ଚନ୍ଦ୍ର ତ୍ରିପାଠୀ, ସମ୍ପାଦକ ଭାବେ ଚିତରଞ୍ଜନ ସାହୁ, କୋଷାଧ୍ୟକ୍ଷ ଭାବେ ବଳଭଦ୍ର ନାୟକ, ମୁଖ୍ୟ ଉପଦେଷ୍ଟା ଭାବେ ଶରତ କୁମାର ମିଶ୍ର, ଦେବାଶିଷ ମିଶ୍ର, ବିଘ୍ନରାଜ ମହାପାତ୍ର, ବିରଂଚି ନାରାୟଣ ସେଠ୍, ସ‌ହ-ସମ୍ପାଦକ ଭାବେ ରାମ ଚନ୍ଦ୍ର ନାୟକ, ବିକାଶ ଚନ୍ଦ୍ର ପ୍ରଧାନ, ରାହୁଲ ସାହୁ, ଦିପୁ ଦଳେଇ, ପ୍ରଦ୍ୟୁମ୍ନ ଦାସ ଓ ଭବାନୀ ଶଙ୍କର ନାୟକ, କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ଗୁଡ଼ୁ ପ୍ରଧାନ, ସତ୍ୟ ସାହୁ, ରୁଦ୍ର ନାୟକ, ରାଜା ସାହୁ, ପପୁ ପ୍ରଧାନ ଓ ସିବୁ ପ୍ରଧାନଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଅଛି । ଏହି ନୂତନ କମିଟି ଚଳିତ ବର୍ଷ ଲକ୍ଷ୍ମୀପୂଜା ସରସ ସୁନ୍ଦର ଓ ସୂଚାରୁ ରୂପେ ପରିଚାଳିତ ହେବ ବୋଲି ସମସ୍ତଙ୍କର ଆଶା ରହିଛି । ଆଗାମୀ ୨୦୨୭ ବର୍ଷରେ ପୂଜାର ୭୫ବର୍ଷ ହେଉଥିବାରୁ ଏହି କମିଟିକୁ ପୂର୍ଣ୍ଣମାତ୍ରାରେ ଚୟନ କରାଯାଇଅଛି ବୋଲି ନୂତନ ସଭାପତି ପ୍ରକାଶ କରିଛନ୍ତି । ପ୍ରଥମେ ବଜାରର ଦିବଂଗତ ବ୍ୟକ୍ତିମାନଙ୍କ ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

କୁଡୁମୀ ସେନା ର ୧୩ ତମ ପ୍ରତିଷ୍ଠା ଦିବସ 

masiha

ପାଞ୍ଚଟି ସନ୍ତାନ କୁ ଛାଡି ମା ଘରଛାଡି ପଳାଇଛନ୍ତି,ମା କୁ ଝୁରି ହେଉଛନ୍ତି ପିଲାମାନେ

Sunil Chandra Nayak

ଭାଗବତ ଜନ୍ମଦିନରେ ଭାଗବତ ଟୁଙ୍ଗୀରେ ଉପହାର ନେଇ ପହଞ୍ଚିଲେ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ 

Sunil Chandra Nayak

Leave a Comment

error: Content is protected !!