ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱର୍ଗତା ସଂଯୁକ୍ତା ବେହେରାଙ୍କ ସ୍ମୃତିରେ ବର୍ଣ୍ଣାଢ୍ୟ ‘ସ୍ୱର ଅଗଣା ସଙ୍ଗୀତର ଝରଣା-୨୦୨୬’ ଉଦ୍ ଯାପିତ 

ସ୍ୱର୍ଗତା ସଂଯୁକ୍ତା ବେହେରାଙ୍କ ସ୍ମୃତିରେ ବର୍ଣ୍ଣାଢ୍ୟ ‘ସ୍ୱର ଅଗଣା ସଙ୍ଗୀତର ଝରଣା-୨୦୨୬’ ଉଦ୍ ଯାପିତ 

ଢେଙ୍କାନାଳ,ତା.୨୯.୦୯.୨୦୨୬: ସ୍ୱର୍ଗତା ସଂଯୁକ୍ତା ବେହେରାଙ୍କ ପଞ୍ଚମ ସ୍ମୃତି ଦିବସ ଅବସରରେ ବର୍ଣ୍ଣାଢ୍ୟ ‘ସ୍ୱର ଅଗଣା ସଙ୍ଗୀତର ଝରଣା-୨୦୨୬’ ସାଂସ୍କୃତିକ କାର୍ଯ୍ୟକ୍ରମ ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି।ସ୍ମୃତିସଭାରେ ଷ୍ଟେଟ୍ ବ୍ୟାଙ୍କ, ମହିଷାପାଟ ଉପଶାଖାର ଶାଖା ପ୍ରବନ୍ଧକ ଶିବରାମ ପାଣିଗ୍ରାହୀ ମୁଖ୍ୟ ଅତିଥି,ଡା.ଦେବୀ ପ୍ରସାଦ ମିଶ୍ର ମୁଖ୍ୟବକ୍ତା ଏବଂ ବି.କେ. ବେଣୁଧର ମହାରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ବେଣୁଧର ବେହେରା ସଭାପତିତ୍ୱ କରିଥିଲେ।ଉପଦେଷ୍ଟା ଜ୍ୟୋତିପ୍ରକାଶ ମହାପାତ୍ର ଓ ପ୍ରମୀତା ହୋତା ଉପସ୍ଥିତ ଥିଲେ।ମୁଖ୍ୟ ଅତିଥି ଶ୍ରୀ ପାଣିଗ୍ରାହୀ ସଂଯୁକ୍ତା ବେହେରାଙ୍କ ସ୍ମୃତିଚାରଣ କରିବା ସହ ଶିଶୁ ଓ ଯୁବପିଢ଼ିର ପ୍ରତିଭା ବିକାଶ ଏବଂ କଳା-ସଂସ୍କୃତିର ସୁରକ୍ଷା ପାଇଁ ଏଭଳି ଆୟୋଜନର ଆବଶ୍ୟକତା ଉପରେ ମତ ରଖିଥିଲେ।ମୁଖ୍ୟବକ୍ତା ଡା.ମିଶ୍ର କହିଥିଲେ, ସଙ୍ଗୀତ,ନୃତ୍ୟ ଓ କଳା ମାନବୀୟ ସମ୍ବେଦନାକୁ ଜାଗ୍ରତ କରିବା ସହ ନୂତନ ପିଢ଼ିକୁ ନିଜ ସଂସ୍କୃତି ଓ ପରମ୍ପରା ସହ ଯୋଡ଼ିଥାଏ।ଶିଶୁମାନଙ୍କ ସୃଜନଶୀଳ ପ୍ରତିଭା ଚିହ୍ନଟ ଓ ବିକାଶ ପାଇଁ ପରିବାର,ସମାଜ ଓ ସାଂସ୍କୃତିକ ଅନୁଷ୍ଠାନର ସମନ୍ୱିତ ପ୍ରୟାସ ଆବଶ୍ୟକ ବୋଲି ସେ କହିଥିଲେ।ସମ୍ମାନିତ ଅତିଥି ଶ୍ରୀ ମହାରଣା କଳା ଓ ସଂସ୍କୃତିକୁ ସମାଜର ପରିଚୟ ଓ ଐତିହ୍ୟର ପ୍ରତିଛବି ବର୍ଣ୍ଣନା କରିବା ସହ ପ୍ରତିଯୋଗିତା ଓ ସାଂସ୍କୃତିକ ପରିବେଷଣ ଶିଶୁମାନଙ୍କ ପ୍ରତିଭା ବିକାଶରେ ସହାୟକ ବୋଲି ମତ ଦେଇଥିଲେ।ଏହି ଅବସରରେ ରଙ୍ଗଭର,ଚିତ୍ରାଙ୍କନ ଓ ହସ୍ତାକ୍ଷର ପ୍ରତିଯୋଗିତାରେ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଅଭିନବ ବରାଳ ବିଚାରକ ଥିଲେ। ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମରେ କଳାକାରମାନେ ମନୋଜ୍ଞ ପରିବେଷଣ କରିଥିବାବେଳେ କଣ୍ଠଶିଳ୍ପୀ ଇପ୍ସିତା ବିଶ୍ୱାସ ଗିଟାର ବାଦନ ସହ ସୁମଧୁର ସଙ୍ଗୀତ ପରିବେଷଣ କରିଥିଲେ।ପ୍ରକାଶ କୁମାର ପରିଡ଼ା ମଙ୍ଗଳାଚରଣ ଓ ଶାନ୍ତିପାଠ କରିଥିଲେ।ଜିତେନ୍ଦ୍ର କୁମାର ବେହେରା ମଞ୍ଚ ପରିଚାଳନା କରିଥିଲେ।ସୁଶ୍ରୀ ଶୁଭଶ୍ରୀ ପ୍ରିୟଦର୍ଶିନୀ,ଇପ୍ସିତା ବିଶ୍ୱାସ,ରାଜେନ୍ଦ୍ର ପ୍ରସାଦ ଭଞ୍ଜ,କୃଷ୍ଣ ପ୍ରସାଦ ସିଂହ ଓ ପ୍ରିତବ୍ରତ ବେହେରା ସହଯୋଗ କରିଥିଲେ। ସୁରଙ୍ଗନା କଳା ନିକେତନର ନିର୍ଦ୍ଦେଶିକା ପ୍ରଜ୍ଞାପ୍ରୀୟା ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

ବିଶ୍ବ ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଆ ନବବର୍ଷର ପାଳିତ

masiha

ଯୋଗ,ବ୍ୟାୟାମ ଶାରିରୀକ ଓ ମାନସିକ ସୁସ୍ଥତାର ଚାବିକାଠି

Sunil Chandra Nayak

ବଡ ଧୁମ ଧାମ ରେ ଶୁଭାରମ୍ଭ ହେଲା ଚଇତି ୨୦୨୪. “ସୌରlଲିପି ଉତ୍ପତି ସ୍ଥଳ ଅକ୍ଷର ବ୍ରହ୍ମ ମନ୍ଦିରରୁ ଉଠିଲା ଶୁଭ କଳସ” 

masiha

Leave a Comment

error: Content is protected !!