ଡାବୁଗାଁ ଠାରେ ମାଁ ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ନିର୍ମାଣ ପାଇଁ ମାଟି ଅନୁକୂଳ ଓ ଶୁଭ ଖୁଣ୍ଟି ସ୍ଥାପନ
ନବରଙ୍ଗପୁର:(୨୯|୯)(ରବି ନାରାୟଣ ମହାନ୍ତି)ନଵରଙ୍ଗପୁର ଜିଲ୍ଳା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ଦୂର୍ଗା ପୂଜା ମଣ୍ଡପ ଠାରେ ଦୂର୍ଗା ପୂଜା ନିମନ୍ତେ ସୋମବାର ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି | ଏହା ସହ ମାଁ ଦୂର୍ଗାଙ୍କ ମୂର୍ତ୍ତି ପାଇଁ ପ୍ରଥମେ ଅଙ୍ଗୀ ନଦୀ ପଠାରେ ପୂଜକ ଗଦାଧର ତ୍ରିପାଠୀଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇ ମାଟି ସଂଗ୍ରହ କରାଯାଇ ମାଟି ପୂଜନ କରାଯାଇଥିଲା | ଏଥିରେ କର୍ତ୍ତା ଭାବେ ଜି. ବିଜୟ ଆନନ୍ଦ ଓ ଶଙ୍କର ସୁବୁଦ୍ଧି ଓ ସନ୍ତୋଷ ପଟ୍ଟନାୟକ ପ୍ରମୁଖ ମାଟି ଆଣିଥିଲେ |ଏହି ସମୟରେ ଦୂର୍ଗା ପୂଜା କମିଟିର ସଭାପତି ରାଜେଶ ଅଗ୍ରୱାଲ , ଉପ- ସଭାପତି ଦିବ୍ୟରଞ୍ଜନ ପାତ୍ର , ସଂପାଦକ ସୁରେନ୍ଦ୍ର ବାରିକ, କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ବେହେରା,କମିଟି ସଭ୍ୟ ସୁରେନ୍ଦ୍ର କୁମାର ମିଶ୍ର, ଶଶି ଭୂଷଣ ଜେନା , ସୌଭାଗ୍ୟ ବିଶ୍ଵାଳ , ଭଦ୍ରବ୍ୟକ୍ତି ଜି. ସାଇ ରାଜୁ, ସୂର୍ଯ୍ୟ ନାରାୟଣ ସୁବୁଦ୍ଧି, ଜି. ସତ୍ୟା ରାଓ, ଗୁପ୍ତ ବିସୋଇ , ସୁନିଲ ପାତ୍ର ଏବଂ ବାବି ଜେନା ପ୍ରମୁଖ ଉପସ୍ଥିତ ଥିଲେ | ମା ଦୁର୍ଗା ଙ୍କ ପୁଜା ନିମନ୍ତେ ଆକର୍ଷଣୀୟ ମଣ୍ଡପ ଗେଟ, ବିଦ୍ୟୁତ ଆଲୋକ ମାଳା ସହ ମେଲୋଡି , ସଂସ୍କୃତିକ କାର୍ଯ୍ୟକ୍ରମ , ରାବଣ ପୋଡି ଏବଂ ଅନ୍ନ ଭୋଗ ବଣ୍ଟନ କାର୍ଯ୍ୟକ୍ରମ ଗୁଡ଼ିକ ରହିଥିବା ଦୁର୍ଗାପୂଜା କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

