ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ବୈଠକ

୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ବୈଠକ

ଧର୍ମଗଡ଼ରେ ଉପଖଣ୍ଡ ସ୍ତରୀୟ ୭୫ ତମ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରୱାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ତହସିଲଦାର ସଂଜୀବ କୁମାର ସାମନ୍ତରା, ବିଡିଓ ଡ.ହିମାଞ୍ଚଳ ମାଝୀ,ଏସ୍‌ଡିପିଓ ଧିରଜ ଚୋପଦାର, ଏନଏସି ନିର୍ବାହୀ ଅଧିକାରୀ ଜୟସେନ ଧାରୁଆ ପ୍ରମୁଖ ଉପସ୍ଥିତ ଥିଲେ। 

ଜାତୀୟ ପତାକା ଉତ୍ତୋଳନ ଓ ପରେଡ୍‌ଠାରୁ ଆରମ୍ଭ କରି ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରାଥମିକ ବିଦ୍ୟାଳୟରୁ କଲେଜ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ହେବ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନୀତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ,ବିରଞ୍ଚି ନାରାୟଣ ଜାଲ, କ୍ରୀଡା ଶିକ୍ଷକ ଅଭୟ କୁମାର ବାଗ, ସନ୍ତୋଷ କୁମାର ପାଣିଗ୍ରାହୀ, ଅଧ୍ୟାପକ ସଞ୍ଜୀବ କୁମାର ମୁଣ୍ଡ,ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀ ତଥା ପୋଲିସ , ଅଗ୍ନିଶମ ବିଭାଗ,ବିଦ୍ୟୁତ୍ ବିଭାଗ ତଥା ବିଭିନ୍ନ ବିଭଗର ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନା ଓ ଲାକସଂପର୍କ ଅଧିକାରୀ ରମେଶଚନ୍ଦ୍ର ସିଂ ଧନ୍ୟବାଦ ଦେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା କୁ ନେଇଁ ଛାତ୍ରଛାତ୍ରୀ ହୋ ହଲା

masiha

ମାନବ ଚୋରା ଚାଲାଣ ସମ୍ପର୍କିତ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ

Sunil Chandra Nayak

ଅବ୍ୟବସ୍ଥା ଘେରରେ ପାନୀୟ ଜଳ ଯୋଗାଣ

Sunil Chandra Nayak

Leave a Comment

error: Content is protected !!