ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲାକୁ ଗୌରବାନ୍ୱିତ କଲେ ଆଇନଜୀବୀ ଜଗଦୀଶ

ରାଉରକେଲାକୁ ଗୌରବାନ୍ୱିତ କଲେ ଆଇନଜୀବୀ ଜଗଦୀଶ

ରାଉରକେଲା : ରାଉରକେଲାର ଜଗଦୀଶ ବିଶ୍ୱାଳ, ପେଷାରେ ଜଣେ ଆଇନଜୀବୀ । ବର୍ତ୍ତମାନ ଓଡିଶା ହାଇକୋର୍ଟରେ କାର୍ଯ୍ୟରତ । ନିକଟରେ ଆୟୋଜିତ କଟକ ନୃତ୍ୟୋତ୍ସବ-୨୦୨୬ ପାଳନ ଅବସରରେ ଓଡିଶା ଆଇନ୍ ରତ୍ନ ସମ୍ମାନିତ ହୋଇ ରାଉରକେଲା ପାଇଁ ଗୌରବ ଅର୍ଜନ କରିଛନ୍ତି । 

ଶ୍ରୀ ବିଶ୍ୱାଳଙ୍କ ପିତା ସୁକାନ୍ତ କୁମାର ବିଶ୍ୱାଳ, ମାତା ଗୀତା ବିଶ୍ୱାଳଙ୍କ ସୁପୁତ୍ର ଜଗଦୀଶ ବିଶ୍ୱାଳ ପେଷାରେ ଜଣେ ଆଇନଜୀବୀ । ଆଇନ୍ ସେବା କ୍ଷେତ୍ରରେ ସେ ଅନେକ ଉଲ୍ଲେଖନୀୟ ଅବଦାନ ଦେଇ ଆଜି ଓଡିଶା ଆଇନ୍ ରତ୍ନ ସମ୍ମାନରେ ସମ୍ମାନିତ ହୋଇପାରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ତାଙ୍କ ପରିବାର ଆଇନଜୀବୀ ପରିବାର । ଶ୍ରୀ ବିଶ୍ୱାଳ ଜେଜେ ବାବା ସ୍ୱର୍ଗତ ନିଶାମଣି ବିଶ୍ୱାଳ ମଧ୍ୟ ପେଷାରେ ଜଣେ ଆଇନଜୀବୀ ଥିଲେ । ଜେଜେ ମା’ ନୟନା ବିଶ୍ୱାଳ ଜଣେ ସଗୃହିଣୀ ଭାବେ ବେଶ୍ ପରିଚିତ ଥିଲେ । ଶ୍ରୀ ବିଶ୍ବାଳ ପ୍ରାୟ ୧୦ ବର୍ଷ ଧରି ଏହି ପ୍ରତିଷ୍ଠିତ ବୃତ୍ତିରେ ଜୀବନ ଉତ୍ସର୍ଗ କରି ଅଭାବୀ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଆଇନ ଓ ନ୍ୟାୟ ପ୍ରତି ତାଙ୍କର ପ୍ରତିଭା ଏବଂ ସମର୍ପଣକୁ ସମ୍ମାନ ଜଣାଇ କଟକ ନୃତ୍ୟୋତ୍ସବ କମିଟି ଶ୍ରୀ ବିଶ୍ବାଳଙ୍କୁ “୧୭ତମ ସତସାହି କଟକ ନୃତ୍ୟୋତ୍ସବ-୨୦୨୬’ ଅବସରରେ “ଓଡ଼ିଶା ଆଇନ ରତ୍ନ ପୁରସ୍କାର-୨୦୨୬’ ଭାବରେ ସମ୍ମାନିତ କରିଛନ୍ତି ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବେପାର ଜମୁଛି କିନ୍ତୁ ମାଛ’ଚିକେନ ମଇଳା ପାଣିରେ ବର୍ଷସାରା ରାସ୍ତା’ଘାଟ ଅପରିଷ୍କାର

masiha

ଗାନ୍ଧୀ ଫାଉଣ୍ଡେସନ ତରଫରୁ ମହାତ୍ମାଗାନ୍ଧୀ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

masiha

କାଦୁଅ ପଚ ପଚ ଗାଁ ଦାଣ୍ଡ, ହିନସ୍ତା ହେଉଛନ୍ତି ଗ୍ରାମବାସୀ, ଅଭିଯୋଗ କଲେ ଶୁଣୁନାହାନ୍ତି ସରପଞ୍ଚ

Sunil Chandra Nayak

Leave a Comment

error: Content is protected !!