ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକ୍ସଆରଏଫ’ରେ ପାଞ୍ଚକୋଟି ପି:ସି ସ୍କାମ ପୁଣି ପି:ସି ଖାଇବା ନିମନ୍ତେ ଦୁଇ’କୋଟିର ପ୍ଲାଟିନିୟମ ପ୍ଲାନ

ଏକ୍ସଆରଏଫ’ରେ ପାଞ୍ଚକୋଟି ପି:ସି ସ୍କାମ ପୁଣି ପି:ସି ଖାଇବା ନିମନ୍ତେ ଦୁଇ’କୋଟିର ପ୍ଲାଟିନିୟମ ପ୍ଲାନ

ଯୋଡ଼ା:- ଖଣିଜିଲ୍ଲାର ଦୁର୍ନୀତି ତଥା ଅଫିସର’ରାଜକୁ ଦେଖି ଅତିଷ୍ଠ ହୋଇ, କିଛି କରିବାର ସ୍ବପ୍ନ ଦେଖି ରାଜ୍ୟ ରାଜନୀତିର ମଙ୍ଗ ସମ୍ଭାଳିଥିବା ତଥା ମୁଖ୍ୟଙ୍କୁ ରାଜ୍ୟ ଖଣିବିଭାଗର ମହାପ୍ରଳୟଙ୍କାରୀ ଦୁର୍ନୀତି ଏଯାଏ କୌଣସି ଦିଶିବା କେଉଁ କାରଣରୁ ହେଉନାହିଁ?ତେବେ ମୁଖ୍ୟ ପରୀତାପର ବିଷୟ ପାଲଟିଛି ଯେ ସମଗ୍ର ଖଣିବାସୀ ତଥା ରାଜ୍ୟବାସୀଙ୍କ ନିମନ୍ତେ ଯେ ଆରମ୍ଭରୁ ସରକାରଙ୍କ ଅପାରଗତା ହେତୁ ରାଜ୍ୟ ଖଣିବିଭାଗର ଯୋଡ଼ା ଏବଂ କୋଇଡା ଭଳି ବହୁ ଶାଖା,ଯୋଡ଼ା ପ୍ରୟୋଗଶାଳା, ରିସୋର୍ସ ସେଣ୍ଟର ଗୁଡିକରେ ଦୁର୍ନୀତିର ରୂପ ମହାଦୁର୍ନୀତିର ଆକାର ନେବାରେ ଲାଗିଛି ବୋଲି ଜଣାପଡେ।ତେବେ ଯେଉଁ ବିଭାଗର ମୁରବୀ ଦୁର୍ନୀତିକାରୀ’ଅନୀତିକାରୀ ଓ ଅତ୍ୟାଚାରୀ ହୁଏ,ତେବେ ସେହି ବିଭାଗ ଏବଂ ତାହାର ଅଧୀନରେ ଥିବା ସମସ୍ତ ଶାଖାର ଆବସ୍ଥା ଦୁର୍ଦିନରେ ଗତି କରିବା ହୁଏ।ଠିକ ସେଭଳି ସ୍ଥିତିରେ ଗତ କିଛିବର୍ଷ ଧରି ଯୋଡ଼ା ଖଣିବିଭାଗର ପ୍ରୟୋଗଶାଳା (ଡ଼ିଡ଼ିସିଏ)ଏବଂ ତାହାର ମୁରବୀର(ଅଫିସର)ଦୁର୍ନୀତି’ଅନୀତି ଏବଂ ଅତ୍ୟାଚାର ସୀମାଲଙ୍ଘି, ରାଜ୍ୟର ଏକ ପ୍ରମୁଖ ଦୁର୍ନୀତିର କେନ୍ଦ୍ରସ୍ଥଳ ପାଲଟିଥିବାର ଜଣାପଡେ।ଫଳରେ ଶାଖା ମୁଖ୍ୟର ଦିନକୁ’ଦିନ ଦୁର୍ନୀତିମୁହାଁ ହୋଇ, ଦୁର୍ନୀତି କରି, ପି:ସି ଖାଇବା ନିମନ୍ତେ ପ୍ରୟୋଗଶାଳା ଯୋଡ଼ା ଶାଖାରେ ଆତଙ୍କ ରଚିବାରେ ସମଗ୍ର ରାଜ୍ୟବାସୀ ତଥା ସରକାରଙ୍କ ନିମନ୍ତେ କୌଣସି ଶୁଭଙ୍କର ଲକ୍ଷଣ ଦେଖାଯିବାର ଆଉ ରଖିନାହିଁ।ତେବେ ରାଜ୍ୟର ଏକ ନମ୍ବର “ଚାନ୍ଦା ମାଗି’ଖିଆ” ‘ଡ଼ିଡ଼ିସିଏ’ ଦାସମାତ ସୋରେନ,ନାନାଦି ଅନୀତିରେ ସଂଶ୍ଲିଷ୍ଠ ରହିଥିବା ସସ୍ମିତା ବେହେରା,ଲାଞ୍ଚଖିଆ ମୁରଲୀ ଦେ(କୋଟି’କୋଟି ଟଙ୍କାର ଫାର୍ମହାଉସର ମାଲିକ)ଯୋଡ଼ା ପ୍ରୟୋଗଶାଳାର ଓ ତାହାର ମୁଖ୍ୟ ଦାୟତ୍ୱବାନ ଅଫିସରର ଏବଂ ସଚିବଙ୍କ ନୀରବତା ପ୍ରମୁଖ କାରଣ।ତେବେ ପ୍ରକାଶଯୋଗ୍ୟ ଗତ ନଭେମ୍ବର ମାସରୁ ଆସି, ଯୋଡ଼ା ଡ଼ିଡ଼ିସିଏ ବିଭାଗେ ପଡ଼ିଥିବା ଏକ ପାଞ୍ଚକୋଟିର ବିଦେଶୀ ନୂତନରୁ ଅଚଳ ଏକ୍ସଆରଏଫ ମେସିନରେ କୌଣସି ଲୁହାପଥର ନମୁନା ପରୀକ୍ଷା ହେଉନଥିବା ବେଳେ କେବଳ ପି:ସି ଖାଇବା ଲକ୍ଷ୍ୟ ସାକାର ହୁଏ। ହେଲେ ଏହି ବିଭାଗରେ ଏତେ ବଡ ଦୁର୍ନୀତିଖୋର ରହିଛନ୍ତି ଯେ ଯେଉଁ ମାନେ,ପି:ସି କହିବା ନିମନ୍ତେ ଖୋଦ ନିଜେ କିମ୍ବା ନିଜ ପରିବାର ଲୋକଙ୍କୁ ମଧ୍ୟ ନିଲାମ କରିବାକୁ ପଛାଉନାହାନ୍ତି ବୋଲି ସେହି ଅଚଳ ମେସିନରେ ପୁଣି ଦୁଇ’କୋଟିର ପ୍ଲାଟିନିୟମ ଲଗାଇ, ପି:ସି ସ୍କାମର ପ୍ଲାନ କରିବା ସରିଛି ବୋଲି ଦୁଃଖ ପ୍ରକାଶ କରନ୍ତି କେମିଷ୍ଟ ଘାସିରାମ ସର୍ଦ୍ଦାର/ଡ଼ିଡ଼ିସିଏ ରାଉଳ।ତେବେ ଦୀର୍ଘ ବାରମାସ ଧରି ଏହି ଅଚଳ ଏବଂ କାର୍ଯ୍ୟହୀନରେ ଯୋଡ଼ା ପ୍ରୟୋଗଶାଳାରେ ପଡ଼ିଥିବା ପାଞ୍ଚକୋଟିର ଏକ୍ସଆରଏଫ ମେସିନ ମଧ୍ୟରେ ପ୍ରାୟ ଦୁଇକୋଟିର ପ୍ଲାଟିନିୟମ ସରଞ୍ଜାମ ଲଗାଇ ପିସି ଖାଇବା ଉଦ୍ଦେଶ୍ୟ ରଖିଥିବା ଯୋଡ଼ା ପ୍ରୟୋଗଶାଳା ଏବଂ ତାହାର ଦାୟତ୍ୱବାନ ଅଫିସରର ମନ୍ଦ ଲକ୍ଷ୍ୟକୁ କୌଣସି ସର୍ତ୍ତରେ ଜେଡିସିଏ ସୁକାନ୍ତ ମିଶ୍ର(ରାଜ୍ୟ-ରିସୋର୍ସ ସେଣ୍ଟର)କରିବାକୁ ଦେବେ ନାହିଁ ବୋଲି ରାଜ୍ୟର ସାଢେ’ଚାରି କୋଟି ଲୋକଙ୍କ ବିଶ୍ୱାସ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ମଙ୍ଗଳପୁର ତୈଳିକ ବୈଶ୍ୟ ସମାଜର ୨ୟ ବାର୍ଷିକ ବୋଇତ ବନ୍ଦାଣ ଉତ୍ସବ

Sunil Chandra Nayak

ଗୋବର୍ଦ୍ଧନପୁର ପଞ୍ଚାୟତରେ ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣି

Sunil Chandra Nayak

ଢେଙ୍କାନାଳ ଦିଲ୍ଲୀ ପୁବ୍ଲିକ୍ ସ୍କୁଲ୍ ରେ ଗଣିତ ଅଲିମ୍ପିୟାଡ୍ ଓ ସ୍ମରଣ ଶକ୍ତି ବୃଦ୍ଧି କୌଶଳ ପ୍ରଶିକ୍ଷଣ କର୍ମଶାଳା -୨୦୨୫ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!