ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଗୋବିନ୍ଦପୁରରେ କମ୍ବଳ ବାଣ୍ଟିଲା ମୋ ଅନୁଷ୍ଠାନ

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଗୋବିନ୍ଦପୁରରେ କମ୍ବଳ ବାଣ୍ଟିଲା ମୋ ଅନୁଷ୍ଠାନ

ବାଲେଶ୍ଵର,୧୩/୧୧/୨୪ – ବିଶ୍ୱର ସକଳ ଧର୍ମଶାସ୍ତ୍ରର ସାରତତ୍ତ୍ୱ ଶ୍ରୀଜଗନ୍ନାଥ ସଂସ୍କୃତିରେ ଅନୁଭବନୀୟ, ଅଥଚ ଏହି ସଂସ୍କୃତି କୈଣସି ଧର୍ମଧାରାରେ ସୀମାବଦ୍ଧ ନୁହେଁ । ଜଗନ୍ନାଥ ସଂସ୍କୃତିରେ କୌଣସି ପ୍ରକାର ଆଞ୍ଚଳିକ ସଂକୀର୍ଣ୍ଣତା ନାହିଁ। ଏହା ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ସଂଯୋଗକାରୀ ସେତୁ । ପରିବର୍ତ୍ତିତ ସ୍ଥିତିରେ ଏହାର ବାହ୍ୟ ରୂପର ପରିବର୍ତ୍ତନ ଘଟିଥିଲେ ହେଁ ମୂଳତତ୍ତ୍ୱ ଅପରିବର୍ତ୍ତିତ ରହିଛି । ପରିଣାମ ସ୍ୱରୂପ ବିଶ୍ୱର ସକଳ ସଂସ୍କୃତି ମଧ୍ୟରେ ଏହା ସମନ୍ୱୟ ପ୍ରତିଷ୍ଠା କରିପାରିଛି । ଜଗନ୍ନାଥ ସଂସ୍କୃତି ସମସ୍ତ ଜାତି, ଧର୍ମ, ପ୍ରଥା, ପରମ୍ପରା ଓ ସଂସ୍କୃତିକୁ ପ୍ରଶୟ ଦେଇଛି । ନିଜେ ବଞ୍ଚିବା ଓ ଅନ୍ୟକୁ ବଞ୍ଚାଇବା ଏହାର ମୌଳିକ ନୀତି । ଏହି ସଂସ୍କୃତିରେ ଏକତା, ସମାନତା, ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଓ ଭ୍ରାତୃତ୍ୱର ବାଣୀ ଅତି ସୁସ୍ପଷ୍ଟ । ଚତୁର୍ଦ୍ଧା ମୂର୍ତ୍ତିଙ୍କର ଚାରିଗୋଟି ବର୍ଣ୍ଣ ସମଗ୍ର ମାନବ ଜାତିର ବିଭିନ୍ନ ରଙ୍ଗର ନିଦର୍ଶନ । ଏହାହିଁ ପ୍ରମାଣ କରିଥାଏ ଯେ ଜଗନ୍ନାଥ ସଂସ୍କୃତି ହେଉଛି ସାର୍ବଜନୀନ ସସ୍କୃତି । ଏକତା, ସମାନତା ଓ ବିଶ୍ୱଭ୍ରାତୃତ୍ୱ ଏହାର ପରମ ଲକ୍ଷ୍ୟ । ଚତୁର୍ଦ୍ଧାମୂର୍ତ୍ତିଙ୍କର ଚାରିଗୋଟି ବର୍ଣ୍ଣ ହେଉଛି ପ୍ରତୀକାତ୍ମକ, ଯାହା ସମଗ୍ର ବିଶ୍ୱବାସୀଙ୍କ ନିକଟରେ ସାମ୍ୟ, ମୈତ୍ରୀ ଓ ଭାତୃତ୍ୱ ପ୍ରତିଷ୍ଠା କରି ଆସୁଅଛି । ଏହି ପୁରୋଦୃଷ୍ଟିରେ ଜଗନ୍ନାଥ ସଂସ୍କୃତି କେବଳ ଜନହିତୈଷୀ ସଂସ୍କୃତି ନୁହେଁ, ବିଶ୍ୱହିତୈଷୀ ସଂସ୍କୃତି । ଏହି ପରିପ୍ରେକ୍ଷୀରେ ଧାମନଗର ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ଗୋବିନ୍ଦପୁର ଠାରେ ସପ୍ତଦିବସ ବ୍ୟାପି ସପ୍ତା ଆୟୋଜିତ ହୋଇ ଯାଇଅଛି । ପୂଜାର ପଞ୍ଚମ ସନ୍ଧ୍ୟାରେ ଓଁକାର ଦୃଷ୍ଟିହୀନ ସମର୍ପଣଙ୍କ ସଙ୍ଗୀତରେ ଝୂମିଲେ ଶ୍ରଦ୍ଧାଳୁ । ଦୃଷ୍ଟି ହୀନ ହୋଇଥିଲେ ମଧ୍ୟ ତାଙ୍କର କଣ୍ଠରେ ଯେପରି ସ୍ଵୟଂ ସରସ୍ବତୀ ବିରାଜ ମାନ କରିଛନ୍ତି ସ୍ୱରରୁ ପ୍ରତିଫଳିତ ହେଉ ଥିଲା । ମୁଖ୍ୟ ସମ୍ପାଦକ ସଞ୍ଜୟ କୁମାର ଶଙ୍ଖୁଆଙ୍କ ସଂଯୋଜନାରେ ଏହି ଓଁକାର ଦୃଷ୍ଟିହୀନ ସମର୍ପଣ ଗ୍ରୁପ୍ ସଙ୍ଗୀତ ଗାନ କରିଥିଲେ । ସଭାଟିକୁ ଉଦ୍ଘାଟିତ କରିଥିଲେ ବରିଷ୍ଠ ସାମ୍ବାଦିକ ରବି ନାରାୟଣ ଖିଲାର ଓ କାର୍ଯ୍ୟକ୍ରମର ସଭାପତିତ୍ବ କରିଥିଲେ ଗୋବିନ୍ଦପୁରର ସରପଂଚ ସୁବାଷ ଚନ୍ଦ୍ର ମହାକୁଡ । ଜଗନ୍ନାଥ ମହୋତ୍ସବ କମିଟିର ମୁଖ୍ୟ ଅବସର ପ୍ରାପ୍ତ ବ୍ୟାଙ୍କ୍ ଅଧିକାରୀ ଫକୀର ମୋହନ ଜେନାଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” ସଂଗଠନର କର୍ମକର୍ତ୍ତାଙ୍କ ଦ୍ଵାରା ଦୁଃଖୀ ରଙ୍କିଙ୍କୁ କମ୍ବଳ ବଣ୍ଟନ କରା ଯାଇଥିଲା । ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା, ସଦସ୍ୟ ଆଲୋକ ମୟ ପଣ୍ଡା, କୈଳାସ ରଣା, ସଦସ୍ୟା କୁମମଣି ଦେଇ ଓ ଶୁଭଶ୍ରୀ ଦାସ ପ୍ରମୁଖ ୨୫ ରୁ ଉର୍ଦ୍ଧ୍ବ ଦୁଃଖୀ ଦରିଦ୍ର ପରିବାରଙ୍କୁ ଶୀତ ବସ୍ତ୍ର ବଣ୍ଟନ ଓ ଅତିଥି ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଜଗନ୍ନାଥ ମହୋତ୍ସବ କମିଟି ତରଫରୁ ବହୁ ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା କରା ଯାଇଥିଲା । କମିଟି ତରଫରୁ ମୋ ଅନୁଷ୍ଠାନ ସଂଗଠନକୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ତଥା ଧୁଷୁରି ପ୍ରେସ୍ ୟୁନିଅନର ସମ୍ପାଦକ ଦୀପ୍ତି ରଞ୍ଜନ ନାୟକ, ସାମ୍ବାଦିକ କୃଷ୍ଣ ଚନ୍ଦ୍ର ଜେନା, ସାମ୍ବାଦିକ ପ୍ରଦୀପ ମହାପାତ୍ର, ପଣ୍ଡିତ ପଞ୍ଚାନନ ମିଶ୍ର, ଗଛର ମଣିଷ ବୈକୁଣ୍ଠ ବିଶ୍ଵାଳ, କବି ରମେଶ ସ୍ବାଇଁ, ବରିଷ୍ଠ ନାଗରିକ ଶ୍ୟାମ ସୁନ୍ଦର ନାଥ, ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଦାସ,” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ପ୍ରମୁଖ । ଏହି କାର୍ଯ୍ୟ କ୍ରମକୁ ସୂଚାରୁ ରୁପେ ପରିଚାଳନା କରିଥିଲେ ଧୂଷୁରୀ ପ୍ରେସ୍ ୟୁନିଅନର ସଭାପତି ସନ୍ତୋଷ ଦାସ, ଶ୍ୟାମ ସୁନ୍ଦର ସେଠୀ, ହିତେଶ ସେଠୀ, ହୃଦାନନ୍ଦ ସେଠୀ, ରଥ ପ୍ରସାଦ ସେଠୀ, ଅନିଲ ଜେନା, କିଶୋର ଦାସ ପ୍ରମୁଖ । ଏହି ଅବସରରେ ଗ୍ରାମ ତଥା ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇ ପ୍ରଭୂ ଜଗନ୍ନାଥଙ୍କ ଦିବ୍ୟ ଭାଗବତ ପରାୟଣ ଶ୍ରବଣ ସହିତ ପ୍ରସାଦ ସେବନ କରିଥିଲେ । ଦୀର୍ଘ ସାତ ଦିନ ଧରି ଆୟୋଜିତ ଏହି ଆଧ୍ୟାତ୍ମିକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶ୍ରଦ୍ଧାଳୁ ମାନେ ପ୍ରାଣ ଭରି ଉପଭୋଗ କରୁଛନ୍ତି । ଜଗନ୍ନାଥ ସଂସ୍କୃତିର ଆଲୋଚନା ଦ୍ଵାରା ସମଗ୍ର ଆଖପାଖ ଅଞ୍ଚଳରେ ଆଧ୍ୟାତ୍ମିକତା ଚେତନାରେ ସମସ୍ତେ ଆବୃତ ହୋଇ ଯାଉଛନ୍ତି । ପଣ୍ତିତ ଶୁଶାନ୍ତ ପଣ୍ଡା , ବିଶ୍ଵନାଥ ପଣ୍ଡା ଭାଗବତ ପାରାୟଣ କରୁଥିବା ବେଳେ ମଉଡ ମଣି ପତି, ପାର୍ବତୀ ପତି, ବାସନ୍ତୀ ଲତା ଦାସ, ଶ୍ରୋତା ଭାବେ ରହିଥିଲା ବେଳେ, ନିତ୍ୟାନନ୍ଦ ପତି କର୍ତ୍ତାଭାବେ ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଉପଖଣ୍ଡ ତାଲୁକ ଆଇନ ସେବା ସମିତି ଆନୁକୁଲ୍ୟରେ ରାଇରଙ୍ଗପୁର ମହାବିଦ୍ୟାଳୟରେ ମହିଳା ସଶସ୍ତ୍ରତ୍ରିକରଣ ନେଇ ସେଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ପ୍ରଧାନମନ୍ତ୍ରୀ ଅIପ୍ପରେଣ୍ଟିସିପି ମେଳା 2024 ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ରାୟଗଡା ରେ ଅନୁଷ୍ଠିତ

masiha

ମ୍ୟାଟ୍ରିକ ପରୀକ୍ଷାରେ ଢେଙ୍କାନାଳ ଜିଲ୍ଲା ଟପ୍ ୩୧ ଜଣ 

masiha

Leave a Comment

error: Content is protected !!