ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୀମଭୋଇ ସାମର୍ଥ୍ୟ ଶିବିର, ରାୟଗଡ଼ 

ଭୀମଭୋଇ ସାମର୍ଥ୍ୟ ଶିବିର, ରାୟଗଡ଼ 

 ଆଜି ତା- ୨୮.୧୨.୨୦୨୩ ରିଖରେ ଜିଲ୍ଲା ପ୍ରଶାସନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ରାୟଗଡ଼ ବ୍ଲକ ପକ୍ଷରୁ ଭୀମଭୋଇ ସାମର୍ଥ୍ୟ ଶିବିର ରାୟଗଡ଼ ସ୍ଥିତ ବ୍ଲକ ଅଫିସ ପରିସର ଠାରେ ଅନୁଷ୍ଠିତ ହୋଇଅଛି । ଉକ୍ତ ଦିବସରେ ଅଧ୍ୟକ୍ଷ।, ପଞ୍ଚାୟତ ସମିତି, ରାୟଗଡ, ସୁଶ୍ରୀ ଟୁନୀ ହୁଇକା, ଉପାଧ୍ୟକ୍ଷ, ପଞ୍ଚାୟତ ସମିତି, ରାୟଗଡ, ଶ୍ରୀ ହରପ୍ରସାଦ ହେପୃକା, ଜିଲ୍ଲା ପରିଷଦ ସଭ୍ୟା, “ଖ” ଜୋନ, ଶ୍ରୀମତୀ, ପଦ୍ମାବତୀ ମାଣ୍ଡାଙ୍ଗୀ, ଜିଲ୍ଲା ପରିଷଦ ସଭ୍ୟା, “ଗ” ଜୋନ, ଶ୍ରୀମତୀ ସନ୍ଧ୍ଯା ପୁଲାକା , ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଶ୍ରୀ ଅମୂଲ୍ୟ କୁମାର ସାହୁ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କାଳୁଚରଣ ନାୟକ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ଶ୍ରୀ ଗୋପାଳ ପଣ୍ଡା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼, ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼, ଶ୍ରୀମତୀ ରଞ୍ଜିତା ବେହେରା ଓ ରାୟଗଡ଼ ଭିନ୍ନକ୍ଷମ ମହାସଂଘ ଓ ଓଡିଶା ବିକଳାଙ୍ଗ ମଞ୍ଚର କର୍ମକର୍ତ୍ତା ବୃନ୍ଦ, ଶ୍ରୀ ଅମରେନ୍ଦ୍ର ନାଥ, ଶ୍ରୀ ଜଳେନ୍ଦ୍ର ବାଚେଲୀ, ଶ୍ରୀ ଶିଶିର ରାଉଳ ଶିବିରରେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୨୧୦ ଜଣ ଭିନ୍ନକ୍ଷମଙ୍କ ପଞ୍ଜୀକରଣ କରାଯିବା ସହ ୫ଜଣ ଭିନ୍ନକ୍ଷମଙ୍କୁ ହୁଇଲ ଚେୟାର, ୪ ଜଣଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଗଲା। ଏତଦବ୍ୟତୀତ, ୨୦ ଜଣଙ୍କ ଡ଼ି.ଆର.ଆଇ. ରୂଣ ଫର୍ମ, ୨୭ ଜଣଙ୍କ ଭିନ୍ନକ୍ଷମ ଭତ୍ତା ଫର୍ମ, ୧ ଜଣଙ୍କ ଇଲେକ୍ଟ୍ରିକ ସ୍କୁଟି ଫର୍ମ ଓ ୯୮ ଜଣଙ୍କ ବସ ପାସ ଫର୍ମ ସଂଗ୍ରହ କରାଯାଇଅଛି, ଯାହା ଆଗାମୀ ଦିନରେ ଅନୁମୋଦନ କରାଯାଇ ପ୍ରଦାନ କରିବାର ବ୍ୟବସ୍ଥା କରାଯିବ । ଉକ୍ତ ଶିବିରରେ ୮୩ ଜଣ ଭିନ୍ନକ୍ଷମଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ତଥା ବିଶେଷଜ୍ଞଙ୍କ ଦ୍ଵାରା ପରୀକ୍ଷା କରାଯାଇ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଗଲା ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

୧- ଅଙ୍ଗନୱାଡି କର୍ମୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା,୨- ଯୁବ ରେଡକ୍ରସ୍ ତରଫରୁ ଏଡ଼ସ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ବେଢ଼ାବନ୍ଧରେ ବୁଡି ପୁଣି ଜଣେ ମୃତ

masiha

ରାୟଗଡ ସମବାୟ ବିଭାଜନ ତରଫରୁ ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ

masiha

Leave a Comment

error: Content is protected !!