ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାପଡାହାଣ୍ଡି ବ୍ଲକର ସଭାଗୃହ ଠାରେ ଶହୀଦ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ପାପଡାହାଣ୍ଡି ବ୍ଲକର ସଭାଗୃହ ଠାରେ ଶହୀଦ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ନବରଙ୍ଗପୁର:(୭|୮)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ସଭାଗୃହ ଠାରେ ଶହୀଦ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି lଏହି ଅବସରରେ ଏ ଡି ଏମ ଶ୍ରୀ ପ୍ରମୋଦ କୁମାର ପୃଷ୍ଟି ଙ୍କ ଅଧ୍ୟକ୍ଷତାରେ ସମ୍ମାନୀତ ଅତିଥି ଭାବେ ପାପଡାହାଣ୍ଡି ବ୍ଲକ ଅଧକ୍ଷା ଶ୍ରୀମତୀ ହେମଲତା ମାଝୀ, ଉପାଧ୍ୟକ୍ଷ ଶ୍ରୀ ଶୁଶାନ୍ତ କୁମାର ବେହେରା, ନବରଙ୍ଗପୁର ଜ଼ିଲ୍ଲା ପରିଷଦ ସଭାପତି ଶ୍ରୀ ମୋତିରାମ ନାୟକ ସାଂସଦ ପ୍ରତିନିଧି ଶ୍ରୀ ସୋମନାଥ ପୂଜାରୀ ,ନବରଙ୍ଗପୁର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ଯକ୍ଷ ଶ୍ରୀ ଲିଙ୍ଗରାଜ ଭତ୍ରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ କପିଲଦେବ ସାହୁ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ମନୋଜ ବେହେରା, ଏସ ଡି ପି ଓ ଶ୍ରୀ ସତ୍ୟଜିତ କାଣ୍ଡଳକାଲ, ସହିଦ ମିନାରର ସଭାପତି ଶ୍ରୀ ମୁନା ତ୍ରିପାଠୀ, ଶ୍ରୀ ସରଯାଉଦ୍ଧିନ ଅହମଦ, ଶ୍ରୀ ନଗେନ୍ଦ୍ର ପଟ୍ଟନାୟକ ଶ୍ରୀମତୀ ମଞ୍ଜୁଳା ମାଝୀ, ଶ୍ରୀ ତ୍ରିନାଥ ଅମାନତ୍ୟ, ଶ୍ରୀ ହରି ପାଣିଗ୍ରାହୀ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କମଳେନ୍ଦୁ ଦାସ, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ସୁବ୍ରତ କିସାନ ପ୍ରମୁଖ ଉପସ୍ଥିତ ରହିଥିଲେ lଏଥିରେ ମଶାଲ ଧରି ଆସିଥିବା ଲୋକଙ୍କୁ କଡ଼ା ସୁରକ୍ଷା ଦେବା, ଅତିଥି ମାନଙ୍କୁ ନିମନ୍ତ୍ରଣ କରିବା ,ସହିଦ ହୋଇଥିବା ଦାୟାଦ ମାନଙ୍କୁ ସମ୍ମାନୀତ କରିବା, ତିଳତର୍ପଣ, ସହିଦ ମିନାରକୁ ସଫା କରିବା, ସାକାହାରୀ ଭୋଜନ ପ୍ରଭୁତି ଦିଗ ଉପରେ ଆଲୋଚନା ହୋଇଥିଲା l ଶେଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସାହୁ ମହୋଦୟ ଧନ୍ୟବାଦ ଅର୍ପଣ କରିସଭା ସାଙ୍ଗ କରିଥିଲେ l

ନଵରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

REVENUE INSPECTOR OF KALOSIHIRA CIRCLE UNDER KUARMUNDA TAHASIL, DIST-SUNDARAGADA NABBED BY ODISHA VIGILANCE WHILE TAKING BRIBE FOR ISSUANCE OF LAND DEMARCATION REPORT

Sunil Chandra Nayak

ତିନି ଗ୍ରାମର ଅଷ୍ଟପ୍ରହରୀରେ ଯୋଗଦେଲେ ବ୍ଲକ ସଭାପତି ରାଜେନ୍ଦ୍ର ଦୁରିଆ

Sunil Chandra Nayak

ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ, ବଡଓଲମାର ସଫଳତା ଶତପ୍ରତିଶତ ପାସ୍

Leave a Comment

error: Content is protected !!