ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତ ଜିଲ୍ଲା ୧୬ ବର୍ଷରୁ କମ କ୍ରିକେଟ ଖେଳାଳିଙ୍କ କଟକ ଗସ୍ତ 

ଆନ୍ତ ଜିଲ୍ଲା ୧୬ ବର୍ଷରୁ କମ କ୍ରିକେଟ ଖେଳାଳିଙ୍କ କଟକ ଗସ୍ତ 

ନବରଙ୍ଗପୁର :(୨୧|୧୦) ରାଜ୍ୟ କ୍ରିକେଟ୍ ସଂଘ ଆନୁକୁଲ୍ୟରେ ଆସନ୍ତା ୨୪ ତାରିଖରୁ କଟକ ଠାରେ ଆନ୍ତଃ ଜିଲ୍ଲା ୫୦ ଓଭର୍ କ୍ରିକେଟ ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଏଥି ନିମନ୍ତେ ନବରଙ୍ଗପୁର ଜିଲ୍ଲା ଦଳ ଚୟନ କରାଯାଇଛି। ଜିଲ୍ଲା କ୍ରିକେଟ ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ ଏକ ୧୫ ଜଣିଆ ଖେଳାଳୀ ଘୋଷଣା କରିଛନ୍ତି। ଏଥିରେ ଦେବେନ୍ଦ୍ର କୁମାର ରାଉତ ଅଧିନାୟକ ଭାବେ ଚୟନ ହୋଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସାହିଲ ହରିଜନ, ସାହିଲ୍ କୁଜୁର, ଏସ. କେ. ମହମ୍ମଦ, ରଘୁବିର ପଟ୍ଟନାୟକ, ବାପନ୍ ହୀରା, ସ୍ଵାଧୀନ ପଟ୍ଟନାୟକ, ଆଶୁତୋଷ ଗନ୍ତାୟତ, ସଂନ୍ଦେଶ କୁମାର ସିଂ, ଅଂଶୁମାନ ପଟ୍ଟନାୟକ, ଚନ୍ଦନ ଗଣ୍ଡ, ବିନିତ ଶର୍ମା, ସିଦ୍ଧି ସ୍ୱରୂପ ପାତ୍ର , ସିଦ୍ଧାର୍ଥ ପଟ୍ଟନାୟକ ପ୍ରମୁଖ ଚୟନ ହୋଇଛନ୍ତି। ସୁବ୍ରତ ଗଣ୍ଡ କୋଚ୍ ଭାବେ ଏବଂ ମ୍ୟାନେଜର ଭାବରେ ଶଶାଙ୍କ ଶେଖର ବେହେରା ଦାୟିତ୍ଵ ତୁଲାଇବେ ବୋଲି କ୍ରୀଡା ସଂଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ଜିଲ୍ଲା କ୍ରୀଡା ସଂଘର ସହ ସମ୍ପାଦକ ଏମ. ବାଲାକ୍ରୀଷ୍ଣା ରାଓ, କ୍ରୀଡା ସଂଘର କ୍ରିକେଟ ସମ୍ପାଦକ ଅଶୋକ ନାୟକ ସମେତ ସଂଘର ଅନ୍ୟ ସମସ୍ତ ସଦସ୍ୟ ଶୁବେଛା ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ ନବରଙ୍ଗପୁର ଜିଲ୍ଲା ଦଳ ଅକ୍ଟୋବର ୨୪ ତାରିଖ ରୁ ୨୮ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର, କିଟ୍ ବିଶ୍ୱବିଦ୍ୟାଳୟ, ନୟାଗଡ଼, ମୟୂରଭଞ୍ଜ ଏବଂ ପୁରୀ ସହ ଲିଗ୍ ମ୍ୟାଚ୍ ଖେଳିବେ। ଜିଲ୍ଲାର ପ୍ରାକ୍ତନ ବରିଷ୍ଠ କ୍ରୀଡାବିତ୍ ମାନେ ଦଳର ସଫଳତା ନିମନ୍ତେ ଶୁଭକାମନା ଜଣାଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବଡକୁଟୃ ପାତ୍ରବସା ରାସ୍ତା ଶୋଚନୀୟ, ପ୍ରଶାସନର ନିଘା ନାହିଁ

Sunil Chandra Nayak

ଫାଇଭ -ଟି ଅଧ୍ୟକ୍ଷଙ୍କ ଗସ୍ତ ଅବସରରେ ବିଭିନ୍ନ ସମସ୍ୟା ନେଇ ଦାବିପତ୍ର ପ୍ରଦାନ 

masiha

ରେଗଡା: ୨୦୧୩ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!