ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁଗେ ଯୁଗେ ନାରୀ ସଙ୍ଘର୍ଷରତ…

ଯୁଗେ ଯୁଗେ ନାରୀ ସଙ୍ଘର୍ଷରତ…

ରାଉରକେଲା: ନାରୀ ସବୁ ଯୁଗରେ କେଉଁଠି ନିଜକୁ ବଞ୍ଚାଇବା ପାଇଁ ,କେଉଁଠି ନିଜର ସତୀତ୍ବ ରକ୍ଷା କରିବା ପାଇଁ ତ କେଉଁଠି ନିଜ ବଂଶର ମାନ ସମ୍ମାନ ଅକ୍ଷୁର୍ଣ୍ଣ ରଖିବା ପାଇଁ ନିଜକୁ ବାଜି ଲଗେଇ ଦେଇଛି । ସେ ସୀତା ହେଉ କି ସାବିତ୍ରୀ, ସେ କୁନ୍ତୀ ହେଉ କି ଦ୍ରୌପଦୀ ସମସ୍ତେ ତତ୍କାଳିନ ସମାଜରେ ନିର୍ଯ୍ୟାତିତା ହୋଇଥିଲେ ଏବଂ ସଙ୍ଘର୍ଷ କରି ନିଜ ନାମକୁ ସ୍ବର୍ଣ୍ଣାକ୍ଷରେ ଲିପିବଦ୍ଧ କରିବା ସହିତ ଉତ୍ତର ପିଢୀମାନଙ୍କ ପାଇଁ ଆଦର୍ଶ ବନି ଯାଇଛନ୍ତି , ଏହା ଥିଲା ଛେଣ୍ଡସ୍ଥିତ ମଧୁସୂଦନ ପାଠାଗାରେ ଆୟୋଜିତ ସୁନ୍ଦରଗଡ ଜିଲ୍ଲା ଲେଖକ ସାମୁଖ୍ଯ ଓ ମଧୁସୂଦନ ପାଠଗାର ମିଳିତ ଆନୁକୁଲ୍ଯରେ ଆୟୋଜିତ ମାସିକ ସାହିତ୍ଯ ଆସରରେ ମୁଖ୍ଯବକ୍ତା ବରିଷ୍ଟ କବି କ୍ରୁପାସିନ୍ଧୁ ନାୟକଙ୍କ, ଶିକ୍ଷାବିତ ଶଙ୍କର ପ୍ରସାଦ ତ୍ରିପାଠୀ ଓ ବରେଣ୍ୟ ବକ୍ତା ପଶୁପତିନାଥ ଚାଟାର୍ଜୀ ଙ୍କ ବକ୍ତବ୍ୟ। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଇଂ ଅଭୟ କୁମାର ଦାସ କହିଲେ ଆଜିକାଲି ନାରୀମାନଙ୍କୁ ଦିଆଯାଥିବା ସ୍ବାଧିନତା ପର୍ଯ୍ଯାପ୍ତ ନୁହେଁ । ଆବାହିକା ରଶ୍ମିବାଳା ରାଉତରାୟ ନାରୀକୁ ସମାଜର ମଙ୍ଗଳ କାରିଣୀ,ଦୟା କ୍ଷମା ମମତାର ବଳିଦାନର ଦିବ୍ଯରୂପା ବୋଲି ବର୍ଣ୍ଣନା କରିଥିଲେ। ଭୁପେନ ମହାପାତ୍ର ସଭାପତିତ୍ବ କରିଥିଲେ ଓ , ନିରୁପମା ପତି ମଞ୍ଚ ପରିଚାଳନା କରିଥିଲ । ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଚିତ୍ତ ରଂଜନ ବ୍ରହ୍ମା, ରାଜ୍ କୁମାର ମହାନ୍ତି , ସୁଶାନ୍ତ କୁମାର ନାୟକ , ପ୍ରତାପ କୁମାର ପଣ୍ଡାଙ୍କ, ଗୀତାରାଣୀ ବେହେରା, ସୁପ୍ତି କର, ଉପେନ୍ଦ୍ର ବସ୍ତିଆ ,ଗୀତାଞ୍ଜଳି ପତ୍ରୀ, ପ୍ରଫୁଲ୍ଲ କୁମାର ସାମଲ ,ବିଜୟିନୀ ଜେନା ପ୍ରମୁଖ କବିତା ଓ ଗଳ୍ପ ପାଠ କରିଥିବା ବେଳେ ବ୍ରଜ କିଶୋର ପାଣି,ଲକ୍ଷ୍ମଣ ଦାସ,ପିତାବାସ ପ୍ରଧାନ,ଦୁର୍ଯୋଧନ ପଣ୍ଡ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ଓ, ଶେଷରେ ପାଠାଗାରର ସାଧାରଣ ସମ୍ପାଦକ ବିଜୟ କୁମାର ବରାଳ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପାଇଛେଲିଆ ଜଙ୍ଗଲରୁ ଛୁଆ ହାତୀର କଙ୍କାଳ ଜବତ

୧୦ ଦିବସୀୟ ସଂସ୍କୃତ ସମ୍ଭାଷଣ ଶିବିର ଉଦଘାଟିତ

Sunil Chandra Nayak

କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ଙ୍କ ଉଦ୍ୟମ ରେ ଜିଲ୍ଲା ଶିକ୍ଷାବ୍ୟବସ୍ଥା ସୁଧୃଢ଼ ହେବା ରେ ଲାଗିଛି

Sunil Chandra Nayak

Leave a Comment

error: Content is protected !!