ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଶିକାର ବେଳେ ମାଡ଼ିବସିଲା ବନ ବିଭାଗ: ବନ୍ଧୁକ ସହ ଦୁଇ ଗିରଫ

ଶିକାର ବେଳେ ମାଡ଼ିବସିଲା ବନ ବିଭାଗ: ବନ୍ଧୁକ ସହ ଦୁଇ ଗିରଫ

କନ୍ଧମାଳ:ତା,୦୩/୦୫:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାଟଗୁଡ଼ା ପଞ୍ଚାୟତର ପୁଷାଙ୍ଗିଆ ଠାରେ ଶିକାର କରିବା ସମୟରେ ବନବିଭାଗ ୨ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ଗତ ରାତିରେ ଦୁର୍ବୃତ୍ତ ବାଲିଗୁଡା ବ୍ଳକ ପୁସାଙ୍ଗିଆ ର ଏକ ଜଙ୍ଗଲ ମଧ୍ଯରେ ଶିକାର କରିବା ସମୟରେ ବାଲିଗୁଡା ବନାଞ୍ଚଳ ବନପାଳ ପ୍ରଭାତ ଦୋରା ଏକ ବିଶେଷ ସୂତ୍ରରୁ ଖବର ପାଇ ଏକ ସ୍ବତନ୍ତ୍ର ଟିମ ସହାୟତାରେ ଚଢ଼ଉ କରିଥିଲେ। ଘଟଣା ସ୍ଥଳରୁ ୨ ଜଣଙ୍କୁ ଗିରଫ କରିବା ସହ ଗୋଟିଏ ବନ୍ଧୁକ, ୧୦ ଅଫୁଟା ଗୁଳି, ୧୨୦ ଗ୍ରାମ ବାରୁଦ, ୨ଟି ଦିଆସିଲି,୨ ଟର୍ଚ ଲାଇଟ ଓ ୨ ଟି ମୋବାଇଲ ଜବତ କରିଥିଲେ । ଗିରଫ ଦୁଇ ଜଣଙ୍କ ମଧ୍ୟରେ ବଳରାମ ପୂଜାରୀ (୨୭) ଓ ସୁଦାମ ମଲିକ (୪୦) ବୋଲି ଜଣାପଡିଛି। ଏ ନେଇ ଏକ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ବାଲିଗୁଡା ବନାଞ୍ଚଳ ବନପାଳ ପ୍ରଭାତ କୁମାର ଦୋରା ସୂଚନା ଦେଇଛନ୍ତି।

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

ସାବଧାନ! ପାରାଦ୍ୱୀପ ଅଞ୍ଚଳରେ ମାତିଛନ୍ତି ମନ୍ଦିର ଲୁଟେରା 

Sunil Chandra Nayak

ଅଜଣା ବ୍ୟକ୍ତି ର‌ ଶବ ଉଦ୍ଧାର,ପୋଲିସର ତଦନ୍ତ ଜାରି

masiha

ଵହଳଦା ଥାନା! ବେଆଇନ ଗୋ ଚମଡା ବୋଝେଇ ଟ୍ରକ ଜବତ,୩ ଅଟକ

masiha

Leave a Comment

error: Content is protected !!