ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ନୂଆ ଓଡ଼ିଆ ଚଳଚ୍ଚିତ୍ର ଜୟ ହିନ୍ଦ୍ ର ଫାଷ୍ଟ ଲୁକ୍ ଉନ୍ମୋଚନ

ନୂଆ ଓଡ଼ିଆ ଚଳଚ୍ଚିତ୍ର ଜୟ ହିନ୍ଦ୍ ର ଫାଷ୍ଟ ଲୁକ୍ ଉନ୍ମୋଚନ

ଶୁଭଶ୍ରୀ ଫିଲ୍ମସ ପ୍ରାଇଭେଟ ଲିମିଟେଡ଼ ବ୍ୟାନର ରେ ନିର୍ମିତ ହୋଇଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର “ଜୟ ହିନ୍ଦ୍” ର ଫାଷ୍ଟ ଲୁକ୍ ଉନ୍ମୋଚନ ହୋଇଯାଇଛି l ଏହି ଫାଷ୍ଟ ଲୁକ୍ ଉତ୍ସବ ରେ ଅତିଥି ଭାବେ ଅଭିନେତା ଆକାଶ ଦାସ ନାୟକ ଯୋଗଦେଇଥିଲେ l

ଶୁଭଶ୍ରୀ ମଙ୍ଗରାଜ ଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ର ର ସହ ପ୍ରଯୋଜକ ଦେବୀ ପ୍ରସାଦ ମଙ୍ଗରାଜ ଓ ମିନାକ୍ଷୀ ମିଶ୍ର ଥିବା ବେଳେ ନିର୍ଦ୍ଦେଶନା ଦାୟିତ୍ୱ ରେ ଅଛନ୍ତି ପୃଥ୍ଵୀରାଜ ପଟ୍ଟନାୟକ l ସଂଳାପ ଲେଖିଛନ୍ତି ଅମିତ କୁମାର ଦାସ ଏବଂ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏମ କେ ମୁକେଶ l ସମ୍ପାଦନା ଦାୟିତ୍ୱ ରେ ମାନସ କୁମାର ସାହୁ, ସାଉଣ୍ଡ ଡିଜାଇନର ଅଭିଷେକ ତ୍ରିପାଠୀ ଏବଂ ପ୍ରଚ୍ଛଦପଟ ମ୍ୟୁଜିକ ରେ ନବ୍ସ ଏବଂ ସରୋଜ ଅଛନ୍ତି l ତପୁ ତୋଫାନ ପବ୍ଲିସିଟି କ୍ରିଏଟିଭ ରେ “ଦ ଏମ ଫାକ୍ଟର” ଅଛନ୍ତି l

ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ପ୍ରଯୋଜନା ସଂସ୍ଥା ତରଫରୁ ଦୁଇଟି ସୁଟିଂ ଭ୍ୟାନ ଲଞ୍ଚ କରାଯାଇଛି l ଯାହାର ନାଁ ଶୁଭଶ୍ରୀ ଫିଲ୍ମସ ଭ୍ୟାନୀଟି ଭ୍ୟାନ୍ ରଖାଯାଇଛି l 

ଓଡିଶା ର ବିଭିନ୍ନ ସ୍ଥାନ ରେ ସୁଟିଂ ହେଵା ସହିତ ଦିଲ୍ଲୀ ଏବଂ କାଶ୍ମୀର ରେ ମଧ୍ୟ ଚଳଚ୍ଚିତ୍ର ଜୟ ହିନ୍ଦ୍ ସୁଟିଂ ହୋଇଛି l ଜୟ ହିନ୍ଦ୍ ଚଳଚ୍ଚିତ୍ର ର ସେକେଣ୍ଡ ଲୁକ୍ ଉନ୍ମୋଚନ ବେଳେ ମୁଖ୍ୟ ନାୟକ ନାୟିକା ଙ୍କ ନାମ ଘୋଷଣା କରାଯିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ପ୍ରକାଶ କରିଛନ୍ତି l ଏହି ଚଳଚ୍ଚିତ୍ର ର ପ୍ରଚାର ଓ ପ୍ରସାର ର ମୁଖ୍ୟ ଦାୟିତ୍ୱ ରେ ଭରତ ପ୍ରଧାନ ରହିଛନ୍ତି l

ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

ସଂପର୍କ’ ଆୟୋଜିତ ଜାତୀୟ ନାଟକ ମହୋତ୍ସବର ଚତୁର୍ଥ ସଂଧ୍ୟାର ନାଟକ ‘ଅତୀତ୍ କେ ବାତାୟନ’

masiha

ଜୀ-ସାର୍ଥକର ନୂଆ ଚଳଚ୍ଚିତ୍ର ‘ପାରି କରିବେ ଭୋଳାଶଙ୍କର ୨’ ର ଅଡିଓ ଲୋକାର୍ପିତ

Sunil Chandra Nayak

ଲଭ୍ ଇନ୍ ଲଣ୍ଡନ’ର ମ୍ୟୁଜିକ ରିଲିଜ, ଏଥର ରଜ ସୁପରଷ୍ଟାର ଅନୁଭବ ସହ

Leave a Comment

error: Content is protected !!