ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ଅମାବାସ୍ୟାର ଜହ୍ନ*ଦୂରଦର୍ଶନ ଓଡ଼ିଆ ରେ ପ୍ରଦର୍ଶିତ ହେବ

ନବରଙ୍ଗପୁର–(ମସିହା)ଭବାନୀପାଟଣା ଦୂରଦର୍ଶନ ଆନୁକୂଲ୍ୟରେ ପ୍ରସ୍ତୁତ ଟେଲି ଫିଲ୍ମ “ଅମାବାସ୍ୟାର ଜହ୍ନ” ସୋମବାର ଏବଂ ମଙ୍ଗଳବାର ଦିବା୧୨ଘଣ୍ଟ ସମୟରେ ଦୂରଦର୍ଶନ ଓଡ଼ିଆ ରେ ପ୍ରଦର୍ଶିତ ହେବ। ନବରଙ୍ଗପୁର ଜିଲ୍ଲାର ଟେଲି ଫିଲ୍ମ ନିର୍ଦେଶକ ମନୋଜ କୁମାର ପଟ୍ଟନାୟକ ଏହି ଚଳଚ୍ଚିତ୍ରର କାହାଣୀ ,ସଂଳାପ ଓ ଚିତ୍ରନାଟ୍ୟ କରିଥିବା ବେଳେ ବିଭିନ୍ନ ଭୂମିକାରେ କଳାକାର ସଂଜୀବ ସିଂ, ଦିନ ଦୟାଲ ଜୈନ, ଲଷ୍ମୀ ସିଂ,ପ୍ରକାଶ ବାରିକ ,ସୁରେନ୍ଦ୍ର ମହାପାତ୍ର ପ୍ରମୁଖ ଅଭିନୟ କରିଛନ୍ତି। ଉଦୟମାନ ଯୁବ କଳାକାର ଉଦିତ ଭାନୁ ବିଷୋୟୀ , ଅଶୋକ ପ୍ରଧାନ ଏବଂ ସମ୍ଭବ ସିଂ ପ୍ରମୁଖ ପ୍ରଥମ ଥର ପାଇଁ ଚଳଚିତ୍ରରେ ଅଭିନୟ କରିବା ପାଇଁ ସୁଯୋଗ ପାଇଛନ୍ତି। ସୂଚନା ଯୋଗ୍ୟ ଯେ ଉକ୍ତ ଚଳଚିତ୍ର ରେ ପ୍ରଥମ ଥର ପାଇଁ କିନ୍ନର ମାନଙ୍କୁ ଅଭିନୟ କରିବାର ସୁଯୋଗ ଦିଆଯାଇଛି। ଏଥିରେ ବିଭିନ୍ନ ଭୁମିକାରେ ଚୁମୁକି, କାଜଲ, ପ୍ରୀତି ,ସୋନା, ବର୍ଷା ଏବଂ ସୃତି ପ୍ରମୁଖ ଅଭିନୟ କରିଛନ୍ତି। ପ୍ରଥମ ଥର ପାଇଁ କୌଣସି ଏକ ଚଳଚ୍ଚିତ୍ରରେ କିନ୍ନର ମାନଙ୍କୁ ଅଭିନୟ କରିବାର ସୁଯୋଗ ଦେଇଥିବାରୁ ଜିଲ୍ଲାର କଳାକାର ମାନେ ଟେଲିଫିଲ୍ମ ନିର୍ଦ୍ଦେଶକ ତଥା ଜିଲ୍ଲା କିନ୍ନର ସଙ୍ଘର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ଙ୍କୁ ପ୍ରଶଂସା କରିଛନ୍ତି। ଭବାନୀ ପାଟଣା ରୁ ସୂଚନା ଯୋଗ୍ୟ ଯେ ଆଗାମୀ ଦିନରେ ଏହି ଚଳଚିତ୍ର ଜାତୀୟ ଟେଲି ଚଳଚ୍ଚିତ୍ର ଉତ୍ସବ ରେ ଭାଗ ନେବାର ସମ୍ଭାବନା ଅଛି ବୋଲି ଟେଲି ଫିଲ୍ମ ନିର୍ଦେଶକ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଏ କେମିତି ବନ୍ଧନ

masiha

ଜୀ ସାର୍ଥକ ରେ ଅଗଷ୍ଟ ୬ ତାରିଖ ସନ୍ଧ୍ୟା ୬:୩୦ ରେ ଆସୁଛି ନୂଆ ଚଳଚ୍ଚିତ୍ର ‘ତୁମ ବିନା’

Sunil Chandra Nayak

କଳାହାଣ୍ଡିଆ ଅସ୍ମିତାର ସ୍ବର୍ଣ୍ଣାଭ ସ୍ୱାକ୍ଷର… ୪୬ ବର୍ଷ ପରେ ପୁନଃ ପ୍ରଦର୍ଶନ ହେଲା “ସମର୍ପଣ” ୪୫ କଳାକାର ସମ୍ବର୍ଦ୍ଧିତ

masiha

Leave a Comment

error: Content is protected !!