ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୂଳ ରାମପୁର ବ୍ଳକ: ସରକାରଙ୍କ କୋଟି କୋଟି ଟଙ୍କାର ଯୋଜନା କାର୍ଯ୍ୟକାରୀ ହେବା ସ୍ବତ୍ବେ, ଅଞ୍ଚଳର ବିକାଶ ଆଶାନୁରୂପ ହୋଇପାରିଲା ନାହିଁ, ସାଧାରଣ ଜନତା ବିଭିନ୍ନ ସମସ୍ୟା ଘେରରେ ଜର୍ଜରିତ

ଥୁଆମୂଳ ରାମପୁର ବ୍ଳକ: ସରକାରଙ୍କ କୋଟି କୋଟି ଟଙ୍କାର ଯୋଜନା କାର୍ଯ୍ୟକାରୀ ହେବା ସ୍ବତ୍ବେ, ଅଞ୍ଚଳର ବିକାଶ ଆଶାନୁରୂପ ହୋଇପାରିଲା ନାହିଁ, ସାଧାରଣ ଜନତା ବିଭିନ୍ନ ସମସ୍ୟା ଘେରରେ ଜର୍ଜରିତ

ଥୁଆମୁଳ ରାମପୁର:୧୧/୧୦ – (ମନିସ) :- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ କୋଟି କୋଟି ଟଙ୍କାର ବିଭିନ୍ନ ଯୋଜନା ପ୍ରସ୍ତୁତ କରିଚାଲିଛନ୍ତି ସତ କିନ୍ତୁ ଆଶାନୁରୂପ ବିକାଶ ହୋଇପାରିନଥିବା କୁହାଯାଉଛି। କୋଟି କୋଟି ଟଙ୍କାର ଯୋଜନା କାର୍ଯ୍ୟକାରୀ ହେଉଥିବା ସତ୍ବେ ଅଧିକାଂଶ ଅଞ୍ଚଳରେ ଆଜିବି ମୌଳିକ ସୁବିଧା ପହଞ୍ଚି ପାରିଲାନାହିଁ। ଯାହାଫଳରେ ଦୁର୍ଗମ ଅଞ୍ଚଳର ବାସବାସ କରୁଥିବା ଲୋକଙ୍କ ପାଇଁ ରାସ୍ତାଘାଟ, ପାନୀୟ ଜଳ,, ଶିକ୍ଷା, ସ୍ବାସ୍ଥ୍ୟ ଭଳି ବିଭିନ୍ନ ସମସ୍ୟା ରହିଛି। ଯାହାଫଳରେ ଅଞ୍ଚଳରେ ବସବାସ କରୁଥିବା ଲୋକେ ନାନାଦି ଅସୁବିଧାରେ କାଳାତିପାତ କରୁଥିବା ବେଳେ ସରକାରୀ ଯୋଜନାର ଫାଇଦା ଉଠାଉଛନ୍ତି ମୁଷ୍ଟିମେୟ ଲୋକ। କୁହାଯାଉଛି ଯେ, ଗରିବ ଯୋଜନା ମୁଷ୍ଟିମେୟ ଲୋକଙ୍କର ହିଁ ଲାଭ। ଯୋଜନା ଯେତେ ଆସିବ ସେମାନଙ୍କୁ ଲାଭ ସେତିକି ହେବ ବୋଲି କୁହାଯାଉଛି। ହଁ ଆଜ୍ଞା ଦୀର୍ଘ ବର୍ଷରୁ ସରକାରଙ୍କ ଅନେକ ଯୋଜନା ଦୁର୍ଗମ ଅଞ୍ଚଳ ମାନଙ୍କରେ କାର୍ଯ୍ଯକାରୀ ହେଉଛି ତଥାପି ଯୋଜନା ଅନୁପାତରେ ଆଶାନୁରୂପ ଅଞ୍ଚଳର ଉନ୍ନତି କ୍ଷେତ୍ରରେ କାହିଁକି ହୋଇପାରୁନାହିଁ। ଅପରପକ୍ଷରେ ନିର୍ବାଚିତ ସ୍ଥାନୀୟ ଜନପ୍ରତିନିଧିଙ୍କର ଦୂରଦୃଷ୍ଟି ଅପାରଗତା ଯୋଗୁଁ ଅଞ୍ଚଳରେ ଠିକ୍ ଭାବରେ ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ। ତେଣୁ ବାରମ୍ବାର ବିଭାଗୀୟ ପକ୍ଷରୁ ଜନସଚେତନତା ସୃଷ୍ଟି କରାଯାଉଛି ଯେ ସମସ୍ତେ ମିଳିମିଶି ସରକାରଙ୍କ ଯୋଜନା ଠିକ୍ ଭାବରେ ବିନିଯୋଗ କରିବା ତେବେ ଯାଇ ସରକାରଙ୍କ ଯୋଜନା ସଫଳତା ହେବା ସହିତ ଅଞ୍ଚଳର ବିକାଶ ସମ୍ଭବ ହୋଇପାରିବ। ଏହାଛଡା ସ୍ଥାନୀୟ ସମସ୍ତ ଲୋକଙ୍କ ସହଯୋଗରେ ନିଜର ଅଞ୍ଚଳ ଉନ୍ନତି ହୋଇପାରିବ। ନିଜର ଅଞ୍ଚଳକୁ ବିକାଶ କରିବାକୁ ହେଲେ ଅଞ୍ଚଳର ଲୋକଙ୍କ ସହଯୋଗ ନିହାତି ଆବଶ୍ୟକ ରହିଛି ବୋଲି ଅଞ୍ଚଳର କିଛି ଚିନ୍ତାଶୀଳ ବ୍ଯକ୍ତି ଆଲୋଚନା କରୁଛନ୍ତି। ଯୋଜନା ଅନେକ କାର୍ଯ୍ୟକାରୀ ହେଊଛି ତଥାପି ବିଭିନ୍ନ ସମସ୍ୟା ମଧ୍ୟ ବହୁତ ରହିଛି। ବିଶେଷ କରି ଆଦିବାସୀ ଅଧ୍ୟୁଷିତ ନିମନ୍ତେ ସରକାରଙ୍କ ଅଧିକ ଅନୁଦାନ ଯୋଗାଇ ଦିଆଯାଉଛି ତଥାପି କୋଟି କୋଟି ଟଙ୍କାର କୁଢକୁଢ ଯୋଜନା ମଧ୍ୟରେ କାମ ଶେଷ ହୋଇଯାଇଥିବା ବେଳେ ଆଜି ମଧ୍ୟ ଅଞ୍ଚଳର ବିକାଶ ଶୂନ ରହିଥିବା ଭଳି ମନେ ହୁଏ ସେଭଳି ଅଞ୍ଚଳ ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ। ଏହି ବ୍ଳକ ଏକ ଅନୁନ୍ନତ ଅଞ୍ଚଳ ଭାବରେ ପରିଚିତ ସେଅନୁସାରେ ସରକାରଙ୍କ ମାଳମାଳ ଯୋଜନା ଏହି ବ୍ଳକରେ ହିଁ କାର୍ଯ୍ୟକାରୀ ହେଉଛି ତଥାପି ଏହି ଅଞ୍ଚଳର ବିକାଶ ହୋଇପାରିଲା ନାହିଁ। ସରକାରଙ୍କ ଯୋଜନା ବାଟବଣା କରୁଛନ୍ତି କିଛି ମୁଷ୍ଟିମେୟ। ଯେକୌଣସି ଯୋଜନା ଆସୁଛି ସେହିସବୁ ଯୋଜନାରେ ଲାଭଖୋର ମନୋବୃତ୍ତିଯୋଗୁଁ ଅଞ୍ଚଳର ଉନ୍ନତି ହେଉନାହିଁ ହୋଇପାରୁନାହିଁ। ସରକାରଙ୍କ ଯୋଜନାକୁ ସଫଳ କରିବା ତେବେ ଯାଇ ଅଞ୍ଚଳର ବିକାଶ ସମ୍ଭବ ହେବ ଏଥିରେ କୌଣସି ଦ୍ବିମତ ନାହିଁ ବୋଲି ଆଲୋଚନା ହେଉଥିବା ଜଣାଯାଏ। ଥୁଆମୂଳ ରାମପୁର ବ୍ଳକର ବିକାଶ କରିବା ପାଇଁ ହେଲେ ସମସ୍ତଙ୍କର ଗୁରୁଦାୟିତ୍ୱ ରହିଛି ସମସ୍ତ ନିର୍ବାଚିତ ସ୍ଥାନୀୟ ପ୍ରତିନିଧି ଓ ବିଭିନ୍ନ ବିଭାଗଙ୍କ ସହଯୋଗ ହୁଏ ତେବେ ଯାଇ ଅଞ୍ଚଳ ବିକାଶ କ୍ଷେତ୍ରରେ ଆହୁରି ଆଗକୁ ବଢିବାରେ ସହାୟକ ହୋଇପାରିବ, ନହେଲେ ଆଗାମୀ ପିଢିଙ୍କ ପାଇଁ କଷ୍ଟକର ହୋଇପାରେ ବୋଲି ଆଶଙ୍କା ହେଉଥିବା ଜଣାଯାଏ।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଗତ ୨୪ ଘଣ୍ଟା ଧରି ଧର୍ମଗଡ ଅଞ୍ଚଳରେ ନାକେଦମ୍ କଲାଣି ଜଂଗଲୀ ହାତୀ ,ଜଣେ ମୃତ ଜଣେ ଆହତ, ଆତଙ୍କିତ ସହରବାସୀ 

Sunil Chandra Nayak

ବାଲିଗୁଡାରେ ସ୍ୱାଭିମାନ ଦିବସ ପାଳିତ

Sunil Chandra Nayak

୧- ଅବସର ପ୍ରାପ୍ତ ଯବାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ସ୍ମୁତି ଚାରଣ କଲେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି  , ୨- ଅଗ୍ନିକାଣ୍ଡରେ ୩ ବଖରା ଘର ଭସ୍ମଭୂତ

masiha

Leave a Comment

error: Content is protected !!