ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଚିକା ସହାୟିକାଙ୍କୁ ପାରିଶ୍ରମିକ ବୃଦ୍ଧି ଦାବୀ

ପାଚିକା ସହାୟିକାଙ୍କୁ ପାରିଶ୍ରମିକ ବୃଦ୍ଧି ଦାବୀ

ଜୁନାଗଡ଼,୨୫/୧(ମ ନି ସ)ସରକାର ପାଚିକା ସହାୟିକା ଙ୍କ ପାରିଶ୍ରମିକ ବୃଦ୍ଧି କୁ ନେଇ ଏ.ଆଇ. ଟି.ୟୁ.ସି ଅନୁବନ୍ଧିତ ନିଖିଳ ଓଡିଶା ଏମ ଡ଼ି ଏମ ପାଚିକା ସହାୟିକା ସଂଘର ପାରିଶ୍ରମିକ ବୃଦ୍ଧି ଦାବୀ କରିଛନ୍ତି।ବିଦ୍ୟାଳୟ ଗୁଡିକରେ କାର୍ଯ୍ୟରତ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ଙ୍କୁ ସରକାର ପାରିଶ୍ରମିକ ମାସକୁ ୨ ହଜାର ରୁ ୪ ହଜାର କୁ ବୃଦ୍ଧି କରିଛନ୍ତି ତାହା ଉପହାସ ବୋଲି ସଂଘ ପକ୍ଷ ରୁ ପ୍ରକାଶ କରାଯାଇଛି l ସରକାରଙ୍କ ଘୋଷିତ ଦୈନିକ ମଜୁରୀ ଠାରୁ କମ ପାରିଶ୍ରମିକ ଘୋଷଣା ପାଚିକା ସହାୟିକା ଙ୍କ ପ୍ରତି ଅଣଦେଖା କରୁଥିବା ସ୍ପଷ୍ଟ ଜଣାପଡୁଛି l ଆଜି ଦିନରେ ବଜାରର ଯେଉଁ ଦରଦାମ ସରକାର ଙ୍କ ଘୋଷିତ ପାରିଶ୍ରମିକ କେତେ ଯୁକ୍ତିଯୁକ୍ତ ଏହାର ପୁନଃ ବିଚାର କରିବେ ବୋଲି ପାଚିକା ସହାୟିକା ସଂଘ ପକ୍ଷରୁ ପ୍ରକାଶ ପାଇଛି l ଏହା ସହ ବର୍ଷ କୁ ୧୨ ମାସର ପାରିଶ୍ରମିକ ପ୍ରଦାନ ,ସ୍କିମ ୱାର୍କ ର ମାନ୍ୟତା, ଅବସର ବୟସ ୬୨ ବର୍ଷ, ପେନସନ, ବର୍ଷକୁ ୨ ଖଣ୍ଡ ଶାଢ଼ୀ, ବୀମା ୫ ଲକ୍ଷ, ନିଯୁକ୍ତି ବି. ଇ. ଓ. ଙ୍କ ଦ୍ୱାରା ପ୍ରଭୃତି ନ୍ୟାୟୋ ଜିତ ଦାବିଗୁଡିକ ଉପରେ ସଂଘ ପକ୍ଷରୁ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି l ଆଗାମୀ ଦିନରେ ବିଭିନ୍ନ ଦାବୀ ପୂରଣ ପାଇଁ ମିଳିତ ଭାବେ ଆନ୍ଦୋଳନ ପାଇଁ ଏ.ଆଇ.ଟି.ୟୁ. ସି ଅନୁବନ୍ଧିତ ନିଖିଳ ଓଡିଶା ଏମ ଡ଼ି ଏମ ପାଚିକା ସହାୟିକା ସଂଘ ରାଜ୍ୟ ସଭାପତି – ଅକ୍ଷୟ କୁମାର ମେହେର, କାର୍ଯ୍ୟକାରୀ ସଭାପତି – କାଞ୍ଚାନବାଳା ରାଉତ, ଉପ ସଭାପତି -ରାଜେନ୍ଦ୍ର ଦାସ, ପାଣ୍ଡବ ଭୋଇ, ସୁବାଷ ମହାପାତ୍ର, ବଉଳ ରାଉତ, ସାଧାରଣ ସମ୍ପାଦିକା -ମାଧବୀ କଳତା, ସହ ସମ୍ପାଦିକା – ସୁନିତା ବାରିକ, ସୁହାନା ବେଗମ, ତିଳକ ପୁଝାରୀ, ରଶ୍ମିତା ବେଉରୀ, ମିତା ପାଇକ, କୋଷାଧକ୍ଷ -ବାସନ୍ତୀ ପଣ୍ଡା ପ୍ରମୁଖଏକ ପ୍ରେସ୍ର ଇସ୍ତାହାରରେ ନିବେଦନ କରିଛନ୍ତି l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ମୁଖ୍ୟଯନ୍ତ୍ରୀ ତଥା ବେସିନ ମ୍ୟାନେଜର ଙ୍କୁ ଭେଟି ଚାରି ଦଫା ଦାବୀ ଦୋହରାଇଲା ଇନ୍ଦ୍ରାବତୀ ନାଗରିକ ମଞ୍ଚ

Sunil Chandra Nayak

ଆଲମଣ୍ଡା ଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ର ଭିତିପ୍ରସ୍ତର ସ୍ଥାପନ 

Sunil Chandra Nayak

ଚେନାଇରାଧା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!