ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ଆଇନ ମହାବିଦ୍ୟାଳୟରେ ମଧୁବାବୁ ଜୟନ୍ତୀ ପାଳିତ 

ରାଉରକେଲା ଆଇନ ମହାବିଦ୍ୟାଳୟରେ ମଧୁବାବୁ ଜୟନ୍ତୀ ପାଳିତ 

ରାଉରକେଲା: ରାଉରକେଲା ଆଇନ ମହାବିଦ୍ୟାଳୟରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ପାଳନ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବିଭୁ ରଞ୍ଜନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ସୁଜୟ ପାଣି ଯୋଗଦେଇ ମଧୁବାବୁଙ୍କ ବାଲ୍ୟଜୀବନ, ଶିକ୍ଷା, ଓକିଲାତି ଜୀବନ ସହ ସ୍ବତନ୍ତ୍ର ଓଡ଼ିଶା ଗଠନରେ ତାଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଅଧ୍ୟବସାୟ ଓ ସ୍ପଷ୍ଟବାଦିତା କୁ ଗୁରୁତ୍ବ ଦେବାସହ ନିଜ ଦକ୍ଷତାକୁ ଚିହ୍ନି ତାହାକୁ ଓକିଲାତି ଜୀବନରେ ପ୍ରୟୋଗ କରି ଭଲ ଓକିଲ ହେବାପାଇଁ ସେ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ଅଧ୍ୟକ୍ଷ ଡ଼ଃ ପଟ୍ଟନାୟକ ଦିବସ ପାଳନର ମହତ୍ତ୍ୱ ଓ ଓଡ଼ିଶାର କଳା, ସଂସ୍କୃତି ଓ ଭାଷାର ମର୍ଯ୍ୟାଦା ଉପରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ଉତ୍କଳ ଗୌରବ ମଧୁସୁଦନଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଛାତ୍ର ଦେବାଶିଷ ପାଣିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଡ ସମ୍ପାଦିକା ମହାନ୍ତି,ଡ ପ୍ରଜ୍ଞା ପରମିତା ପଣ୍ଡା, ଡ଼ ଦ୍ବିବେନ୍ଦୁ ପଣ୍ଡା, ତନ୍ମୟରାଜ ପାଢ଼ୀ, ମନୋରଞ୍ଜନ ମହାନ୍ତି, ସୁଜାତା ନାୟକ, ଦେବାଶିଷ ବେହେରା, ଅକ୍ଷୟ ଦାଶ, ଲକ୍ଷ୍ମୀପ୍ରିୟା ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ଛାତ୍ରୀ ସତ୍ୟପ୍ରିୟା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଡାକ ମଣ୍ଡଳ ପକ୍ଷରୁ ଗ୍ରାମୀଣ ଡାକ ମେଳା ଅନୁଷ୍ଠିତ

Sunil Chandra Nayak

ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଆତ୍ମ ସୁରକ୍ଷା ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଜିଲ୍ଲା ସ୍ତରୀୟ ଓଡିଶା ରାଜ୍ୟ ବିପର୍ଯୟ ପ୍ରସ୍ତୁତି ଦିବସ ପାଳିତ

masiha

Leave a Comment

error: Content is protected !!