ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଚକ୍ଷୁ ଚିକିତ୍ସା ପାଇଁ ନିର୍ମାଣାଧୀନ ଗୃହ କାର୍ଯ୍ୟ ନିମ୍ନମାନର ଓ ବେପରୁଆ କାମ

ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଚକ୍ଷୁ ଚିକିତ୍ସା ପାଇଁ ନିର୍ମାଣାଧୀନ ଗୃହ କାର୍ଯ୍ୟ ନିମ୍ନମାନର ଓ ବେପରୁଆ କାମ 

ତେନ୍ତୁଳିଖୁଣ୍ଟି ୨୯/୦୪/୨୪ // ନବରଙ୍ଗପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସର ରେ ଚକ୍ଷୁ ଚିକିତ୍ସା ପାଇଁ ଗୃହ ନିର୍ମାଣ ଟେଣ୍ଡର ମାଧ୍ୟମରେ କରାଯାଇଛି। ଉକ୍ତ କାର୍ଯ୍ୟ କରିଥିବା ଠିକାଦାର ବେପରୁଆ ଭାବେ କାର୍ଯ୍ୟ କରିଥିବା ଦୃଷ୍ଟିଗୋଚର ହେଉଛି।ଲଗାଯାଇଥିବା କବାଟ ଠିକ୍ ରୂପେ ଲାଗି ନଥିବା ଓ ସୋଲ ପ୍ୟାକିଂ ଦିଆଯାଇଥିବା ଦେଖାଯାଉଛି। ଗୃହ ନିର୍ମାଣ ହୋଇ ରଙ୍ଗ ଦିଆ ସାରିଲାଣି କିନ୍ତୁ ନିର୍ମାଣ ବେଳେ ପରିତ୍ୟକ୍ତ ହୋଇଥିବା ଇଟା ମାଟି,ଗୋଡ଼ି ପଥର ଆଦି କାନ୍ଥକୁ ଲାଗି ରହିଥିଲେ ମଧ୍ୟ ଉଠା ଯାଇନି। କାର୍ଯ୍ୟ ଏତେ ନିମ୍ନ ମାନର ଯେ ଚାଲିଲେ ଚଟାଣ ଟାଇଲ ଦବି ଯାଇଛି। କାର୍ଯ୍ୟ ସରିଯିବା ପରେ ଦୃଶ୍ୟ ହେଉଥିବା କାର୍ଯ୍ୟ ବେପରୁଆ ଓ ନିମ୍ନ ମାନର ହୋଇଥ୍ବବା ବେଳେ ଅନ୍ୟାନ୍ୟ କାର୍ଯ୍ୟ ଯଥା ପିଲାର ଛାତ ଆଦି କଣ ହୋଇଥିବ ଅନୁମେୟ। ଏହି କୋଠା ନିର୍ମାଣ ବେଳେ ବିଭାଗୀୟ ଯନ୍ତ୍ରୀ ଦେଖା ଥିଲା କି ନାହିଁ ପ୍ରଶ୍ନ ଉଠିଛି। ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଭାର ପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ସମଲାଇ ପ୍ରସାଦ ପଣ୍ଡା ଙ୍କୁ ପଚାରି ବାରୁ କହିଲେ ଆମେ ଦେଖୁଛୁ ନିର୍ମାଣ ନିମ୍ନମାନର ଠିକାଦାର ଶୁଣୁ ନାହାନ୍ତି। ବୈଷୟିକ ଦଳ ଅନୁମତି ଦେଲେ ଆମେ ଉକ୍ତ କୋଠା କାର୍ଯ୍ୟରେ ଲଗାଇବୁ। ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଙ୍କୁ ଯୋଗାଯୋଗ କରିବା ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ପାରି ନାହିଁ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଡ଼ମ ସମାଜର ବିଶାଳ ଦିଆଲି ସମାବେଶ

Sunil Chandra Nayak

ଓଡିଆ ନଦିୟା ସଂକୀର୍ତ୍ତନ ଉନ୍ମୋଚନ ଉତ୍ସବ … ସମ୍ବର୍ଦ୍ଧିତ ହେଲେ କବି କୁଞ୍ଜବିହାରୀ ରାଉତ …

Sunil Chandra Nayak

ପୂର୍ବତନ ବିଜେଡି ବିଧାୟକ ଜଗବନ୍ଧୁ ମାଝୀଙ୍କ ହତ୍ୟାକାଣ୍ଡକୁ ୧୪ ବର୍ଷ ପୂରିଲା ଗୋନା ହାଟପଦାରେ ସ୍ମୃତିସଭା ସହ ଶହିଦ ଦିବସ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!