ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରମିକ ଯୁବକ ସଂଘ କଇଁପୁର ର ନୂତନ ପଦବୀ ଓ ପାକଣା ପାଟ୍ ର ଦେହୁରୀ ଚୟନ

ଶ୍ରମିକ ଯୁବକ ସଂଘ କଇଁପୁର ର ନୂତନ ପଦବୀ ଓ ପାକଣା ପାଟ୍ ର ଦେହୁରୀ ଚୟନ

ମୟୂରଭଞ୍ଜ; -୦୪/୦୯ ( ମସିହା) ମୟୂରଭଂଜ ଜିଲ୍ଲା ଜାମଦା ବ୍ଲକ କଇଁପୁର ଠାରେ ରହିଥିବା ପାକଣାପାଟ୍ ର ନୃସିଂହ ଠାକୁରଙ୍କ ଆସନ୍ତା ଯାନ୍ତାଳ ମେଳା ଓ ପୂଜାର୍ଚ୍ଚନା ନିମନ୍ତେ ଶ୍ରମିକ ଯୁବକ ସଂଘର ସଭାପତି ଓ ସମ୍ପାଦକ ଏବଂ ଦେହୁରୀ ଚୟନ ଗ୍ରାମବାସୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି |ଶ୍ରମିକ ଯୁବକ ସଂଘର ନୂତନ ସଭାପତି ରାଜକିଶୋର ମଣ୍ଡଳ,ଉପସଭାପତି କୁନା ବିନ୍ଧାଣୀ,ନୂତନ ସମ୍ପାଦକ ରଂଜନ କୁମାର ବାରିକ୍,ସହଯୋଗୀ ସମ୍ପାଦକ ଗଣେଶ ପାତ୍ର,କ୍ୟାସିୟର ଭାବରେ କେସିରୀ ନାଥଙ୍କୁ ଚୟନ କରାଯାଇଛି |ସେହିପରି ନୂତନ ଦେହୁରୀ ଭାବରେ ବିରସିଂ ସର୍ଦ୍ଦାରଙ୍କୁ ଶ୍ରମିକ ଯୁବକ ସଂଘ ଓ ଦେହୁରୀ ବଂଶମାନଙ୍କ ପକ୍ଷରୁ ଚୟନ କରାଯାଇଛି |ସୂଚନାଯୋଗ୍ୟ ଯେ ଆସନ୍ତାମାସ ଏକାଦଶୀରୁ ପାକଣାପାଟ୍ ରେ ଯାନ୍ତାଳ ମେଳା ଅନୁଷ୍ଠିତ ହେବ |ପୂଜା ଓ ମେଳାରେ ଶାନ୍ତିଶୃଙ୍ଖଳା ବଜାଇ ରଖିବା ନିମନ୍ତେ ନୂତନ କର୍ମକର୍ତ୍ତା ଚୟନ ଶ୍ରମିକ ଯୁବକ ସଂଘ,କଇଁପୁରର ସଦସ୍ୟଙ୍କ ସମର୍ଥନ ଅନୁସାରେ ଚୟନ କରାଯାଇଥିବା ନୂତନ ସମ୍ପାଦକ ରଂଜନ କୁମାର ବାରିକ୍ କହିଛନ୍ତି |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍

Related posts

ସଚେତନ ନାଗରିକ ମଞ୍ଚ ର ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ 

masiha

ଦୀର୍ଘଦିନ ପରେ ରାସୋଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଲେ ଡାକ୍ତର

Sunil Chandra Nayak

ବାଇକ ଦୁର୍ଘଟଣାରେ ତିନି ଗୁରୁତର ଆହତଙ୍କୁ ଉଦ୍ଧାର କରି ମହାନତା ଦେଖାଇଲେ ବ୍ଲକ ଅଧକ୍ଷା ପ୍ରତିନିଧି

Sunil Chandra Nayak

Leave a Comment

error: Content is protected !!