ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରକ ଚାପରେ ଜଣେ ଗୁରୁତର

ପାପଡାହାଣ୍ଡି, 1/9, —ମନିସ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଦେଇ ଯାଇଥିବା ଜାତୀୟ ରାଜପଥ 26 ର ପୁରୁଣା ଥାନା ସମୁଖରେ ଶୁକ୍ରବାର ଏକ ଟ୍ରକ ଚାପାରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି | ତାଙ୍କୁ ପ୍ରଥମେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୂଖ୍ୟଚିକତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି | ପ୍ରାପ୍ତ ସୂଚନା ଅନୁଯାଇ ସାନବାର୍ଲି ପଂଚାୟତ ନୂଆଗୁଡା ର ପତିଯାନୀ (50)କୌଣସି କାମରେ ମଇଦଲ ପୁର କୁ ଆସିଥିଲେ ରାସ୍ତା ର ଆର ପଟ ପାରିହେବା ସମୟରେ ଭବାନୀପାଟଣା ରୁ ବିଶାଖାପାଟଣା ଯାଉଥିବା ଏକ ଟ୍ରକ ଯାହାର ନମ୍ବର TN 52AB 2236 ପତି ଯାନୀ ଙ୍କ ବାମ ଗଡ଼ ଉପରେ ଗାଡି ଟି ଚଢ଼ୀ ଯାଇଥିଲା | ଘଟଣା ସ୍ଥଳରେ ସେ ପଡି ଯାଇଥିଲେ, ତାଙ୍କର ବାମ ଗୋଡ଼ ସମ୍ପୂର୍ଣ ରୂପେ ଚାପି ହୋଇ ଗୋଡ ଟି ନଷ୍ଟ ହେଇଯାଇଛି | ତୁରନ୍ତ ଘଟଣା ସ୍ଥଳରେ ମଇଦଲପୁର ପୋଲିସ ପହଂଚି ସ୍ଥାନୀୟ ଯୁବକ ମାନଙ୍କ ସହାୟତାରେ ତାଙ୍କୁ ପୋଲିସ ଗାଡ଼ିରେ ହିଁ ପାପଡାହାଣ୍ଡି ଡାକ୍ତରଖାନା କୁ ନେଇଥିଲେ ସେଠାରେ ଗୁରୁତର ଥିବାରୁ ତାଙ୍କୁ ନବରଙ୍ଗପୁର ମୁଖ୍ୟଚିକିତ୍ସାଳୟ କୁ ସ୍ଥାନାଂତର ଓ ପରେ କୋରାପୁଟ ମେଡିକାଲ ସ୍ଥାନାଂତର କରିଥିବା ସୂଚନା ମିଳିଛି l ପୋଲିସ ଟ୍ରକଟିକୁ ଜବତ କରି ଅଧିକ ତଦନ୍ତ କରୁଥିବା କହିଛନ୍ତି ଥାନା ଅଧିକାରୀ ନଟବର ନନ୍ଦ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କଦଳୀମୁଣ୍ଡା ଗ୍ରାମର ଯୁବ ଚାଷୀ ଙ୍କ ନିଆରା ପ୍ରଚେଷ୍ଟା..

Sunil Chandra Nayak

କଳାହାଣ୍ଡି ଲେଖକ କଳା ପରିଷଦର ବାର୍ଷିକ ସାଧାରଣ ସଭା

masiha

ପ୍ରବାଦ ପୁରୁଷ କଳିଙ୍ଗ ବୀର ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଓ ସାଂସ୍କୃତିକ ମହୋତ୍ସବ -୨୦୨୪

masiha

Leave a Comment

error: Content is protected !!