ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟ ରେ ସମ୍ବର୍ଦ୍ଧିତ ହେଲେ କୃତି ଛାତ୍ର

ଚନ୍ଦାହାଣ୍ଡି -(ମ ନି ସ )ନବରଙ୍ଗପୁର ଜିଲ୍ଲାରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଉଠା ଜଳସେଚନ ବିଭାଗ ତରଫରୁ ଜିଲ୍ଲାର ସମସ୍ତ ବ୍ଲକ୍ କୁ ନେଇ ତିନୋଟି ସ୍ଥାନରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । ଡାବୁଗାଁ, ଝରିଗାଁ ଏବଂ ଚନ୍ଦାହାଣ୍ଡି ତିନୋଟି ବ୍ଲକ କୁ ନେଇ ଝରିଗାଁ ନୋଡାଲ ସ୍କୁଲ ଠାରେ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ସାଧାରଣ ଜ୍ଞାନ ପରୀକ୍ଷା,ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ ଏବଂ ଭାଷଣ ଭଳି ଚାରୋଟି ବିଷୟରେ ପ୍ରତିଯୋଗିତା ହୋଇଥିଲା। ଭାଷଣ ପ୍ରତିଯୋଗୀତା ରେ “କୃଷିର ଉନ୍ନତିରେ ପାଣି ପଞ୍ଚାୟତ ର ଭୂମିକା” ପ୍ରସଙ୍ଗ ରେ ପୂଜାରିଗୁଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀ ର ଛାତ୍ର ମୁକେଶ କୁମାର ପାତ୍ର ତିନୋଟି ବ୍ଲକ ର ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଗୁରୁବାର ବିଦ୍ୟାଳୟ ରେ ଶୁଭେଛା ଦେବା ସହ ଆସନ୍ତା ୧ଫେବୃଆରୀ ରେ ଜିଲ୍ଲା ସ୍ତରରେ ଭାଗ ନେବାକୁ ଉତ୍ସାହ କରିଥିଲେ । ମୁକେଶ ଜଣେ ଗରିବ ଛାତ୍ର ହେଲେ ମଧ୍ୟ ବହୁ ମୁଖି ପ୍ରତିଭାର ଅଧିକାରୀ। କ୍ଲଷ୍ଟର ଲେବେଲ, ବ୍ଲକ ଲେଭେଲ ରେ ବିଭିନ୍ନ ସମୟରେ ପୁରସ୍କୃତ ହୋଇଆସୁଛନ୍ତି । ନିକଟ ଅତୀତରେ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସରେ ନବରଙ୍ଗପୁର ଜିଲ୍ଲାପାଳ ଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ଏହି ଅବସରରେ ସମାଜ ସେବୀ ତଥା ବିଦ୍ୟାଳୟ ର ପ୍ରାକ୍ତନ ଛାତ୍ର ଦିଲ୍ଲୀପ କୁମାର ଦାସ ଉପସ୍ଥିତ ରହି ମୁକେଶ କୁ ପ୍ରଶଂସା କରିବା ସହ ତାଙ୍କର ଉତ୍ତରୋତ୍ତର କାମନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ବାବୁଧର ସାହୁ,ସଚିନ୍ଦା ନନ୍ଦ ବିଶୋଇ, ସୁରେଶ ସାହୁ, ସଙ୍ଗୀତା ବେହେରା, ମଞ୍ଜୁଶ୍ରୀ କର, ସନ୍ତୋଷ ଖମାରି,ପୁରୁଷୋତ୍ତମ ନାୟକ, ଧୀରଜ୍ କୁମାର ବିଶ୍ୱାସ,ପ୍ରେମ ରାଜ ମହାଙ୍କୁଡ,ଗଜେନ୍ଦ୍ର ମାଝୀ, ମଧୁ ମେହେର, ସଦାନନ୍ଦ ନାୟକ, ଦିବାକର ନାୟକ, ବିଦ୍ୟାଳୟ କମିଟି ସଭାପତି ଶ୍ରୀ ଭୀମ ସାହୁ ଉପସ୍ଥିତ ଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ହିନ୍ଦୀ ଦିବସ ପାଳନ

masiha

ସ୍ଵାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

Sunil Chandra Nayak

ଇଦ -ଉଲ -ଫିଦର ପର୍ବପାଇଁ ଚଳଚଞ୍ଚଳ ମୂଳିସିଂ ଓ ବିରିତୋଳ ପଞ୍ଚାୟତ 

Sunil Chandra Nayak

Leave a Comment

error: Content is protected !!