ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଞ୍ଚଳିକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମଧାମରେ ପାଳିତ 

ଆଞ୍ଚଳିକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମଧାମରେ ପାଳିତ 

ବନ୍ଧୁଗାଁ ତା ୨୬/୯/୨୪ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସଦର କ୍ଲଷ୍ଟର ଅଧିନସ୍ଥ ଏକ୍ସ୍ ବୋର୍ଡ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଧୁମଧାମ ସହିତ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବନ୍ଧୁଗାଁ କ୍ଲଷ୍ଟର ୧୩ ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବନ୍ଧୁଗାଁ କ୍ଲଷ୍ଟର ସିଆରସିସି ସଞ୍ଜୟ କୁମାର ସିଂ ଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏବିଇଓ , ବିଆରସିସି ମଦନ ମୁଦୁଲି, ଏବିଇଓ ଈଶ୍ୱର ଚନ୍ଦ୍ର ମୁଦୁଲି, ମଦନ ପାଣି , ଶିକ୍ଷକ ସଂଘ ସମ୍ପାଦକ କେ ପ୍ରତାପ କୁମାର ଓ ବିଦ୍ୟାଳୟ ପରିଚାଳନା ସଭାପତି ସୋମେଶ୍ୱର ବାଙ୍ଗାରି ଉପସ୍ଥିତ ରହି ଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷୟତ୍ରୀ ପ୍ରତିଭା ଦାସ , ବରିଷ୍ଟ ଶିକ୍ଷୟତ୍ରୀ ବୈଜୟନ୍ତି ମାଳା ପାତ୍ର ଉପସ୍ଥିତ ରହି ଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା ପ୍ରଶାନ୍ତ ମହାନ୍ତି ଓ ସୌଦାମିନୀ ପୁହାଣ। ଏହି ଅବସରରେ ବିଦ୍ୟାଳୟ ଗୁଡିକରୁ ଆସିଥିବା ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବକୃତା, ଚିତ୍ରାଙ୍କନ, ରଚନା, ହସ୍ତାକ୍ଷର, ସ୍ୱଜନଶିଳ ଲିଖନ, ପ୍ରବନ୍ଧ, ନୃତ୍ୟ, ସଙ୍ଗୀତ ଭଳି ବିଭିନ୍ନ ପ୍ରକାରର ପ୍ରତିଯୋଗୀତା ଆୟୋଜନ କରି କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇ ଥିଲା। ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମ କେଜିବିଭି ସ୍କୁଲ ତୁରୁକୁପେଟା, ଦୂତୀୟ ଏକ୍ସ ବୋର୍ଡ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଧୁଗାଁ ଓ ତୃତୀୟ ବନ୍ଧୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ହୋଇ ପୁରସ୍କୃତ ହୋଇଥିଲେ । କ୍ଲଷ୍ଟର ସ୍ତରୀୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏଵଂ ସ୍ଥାନୀୟ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରି ଥିଲେ ।

  ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର

Related posts

କଳାହାଣ୍ଡିରେ ଅମରକଣ୍ଟକ ସ୍ଥିତ ରାଷ୍ଟ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟର ଅଫ୍ କ୍ୟାମ୍ପସ୍ ସ୍ଥାପନ ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ଦାବିପତ୍ର

Sunil Chandra Nayak

ବି.ବି.ହାଇସ୍କୁଲ, ଢେଙ୍କାନାଳର (୧୯୭୫ -୧୯୮୦) -ଶିକ୍ଷା ବର୍ଷର ସହପାଠୀ ୧୯୮୦ ବ୍ୟାଚର ବନ୍ଧୁମିଳନ – ‘ମୋ ସ୍କୁଲ ଅଭିଯାନ’ର ଆଲୁମିନି -ବିଦ୍ୟାଳୟ ଯୋଡ଼ କାର୍ଯ୍ୟକ୍ରମ -୨୦୨୩ ମହାସମାରୋହରେ ଅନୁଷ୍ଠିତ

Sunil Chandra Nayak

ଉତ୍କଳ ସମ୍ମିଳନୀ ନବରଙ୍ଗପୁର ଶାଖା ପୁନର୍ଗଠନ 

Sunil Chandra Nayak

Leave a Comment

error: Content is protected !!