ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସିକାରେ ମହିଳା ଅଧିକାର ଆଇନ ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ଚକ୍ର 

ଆସିକାରେ ମହିଳା ଅଧିକାର ଆଇନ ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ଚକ୍ର 

ଆସିକା, ୧୨/୨/୨୫ // ସ୍ଥାନୀୟ ସାବିତ୍ରୀ କଲ୍ୟାଣ ମଣ୍ଡପ ଠାରେ ବ୍ଲକ ସ୍ତରୀୟ ମହିଳାଙ୍କ ଉପରେ ହେଉଥିବା ହିଂସା,ମହିଳା ଅଧିକାର ଆଇନ ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଆସିକା ବ୍ଲକ ସିଡିପିଓ ଇନ୍ଦିରା ମହାପାତ୍ରଙ୍କ ପୌରହିତ୍ୟ ରେ ଆସିକା ଥାନା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ପଟନାୟକ, ପଂଚାୟତ ସମିତି ଉପାଧ୍ୟକ୍ଷା ରେଶମା ଦୋରା, ଜିଲ୍ଲାପରିଷଦ ସଦସ୍ୟ ଅନିମା ପରିଡା, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ର ବରିଷ୍ଠ ହିସାବ ରକ୍ଷକ ଗୋପାଳକୃଷ୍ଣ ବେହେରା, ଆସିକା ତାଲୁକ ଆଇନ ସେବା ପ୍ରାଧିକରଣ ର ସଦସ୍ୟ ତଥା ସମ୍ବଳ ବ୍ୟକ୍ତି ମଧୁସ୍ମିତା ନାୟକ, ଜିଲ୍ଲା ସ୍ତରୀୟ ତାଲିମ ଦାତା ହରିହର ପାଢ଼ୀ, ସଖୀ ର ସବିତା ଦଳ ବେହେରା, ସଖୀ ସଦନ ର ଲିପସା ରାଣୀ ଦାଶ, ଗୀତାଞ୍ଜଳି ଜେନା ପ୍ରମୁଖ ଉପସ୍ଥିତ ଥିଲେ l 

ଏହି ଆଲୋଚନା ଚକ୍ର ରେ ମହିଳା ମାନଙ୍କ ଲିଙ୍ଗ ଭିତ୍ତିକ ହିଂସାର ପ୍ରକାର, କାରଣ ଏବଂ ପ୍ରଭାବ, ମହିଳା ମାନଙ୍କ ଲିଙ୍ଗଗତ ଅଧିକାର ଏବଂ ସୁରକ୍ଷା, ଶିକ୍ଷା ଓ ଚାକିରୀର ଅଧିକାର, ପ୍ରଜନନ ଏବଂ ମାତୃ ସ୍ୱାସ୍ଥ୍ୟ ଅଧିକାର, ଅସମାନତା ଏବଂ ଭେଦଭାବ ବିରୋଧୀ ଆଇନ,ରାଜନୀତି ଓ ନିର୍ବାଚନ ଅଧିକାର,ମାନବ ତାସକରି (ନିଷେଧ ଏବଂ ନିୟନ୍ତ୍ରଣ )ଆଇନ ୨୦୨୩, ବାଳକ ଓ ବାଳିକା ମାନଙ୍କ ଯୌନ ଅପରାଧ ରୁ ସୁରକ୍ଷା ଆଇନ ୨୦୧୨, ଯାଦୁ ଶିକାର ଆଇନ ୨୦୧୩, କାର୍ଯ୍ୟ କ୍ଷେତ୍ରରେ ମହିଳାଙ୍କୁ ହିଂସା ୨୦୧୩, ଘରୋଇ ହିଂସା ୨୦୧୫, ଯୌତୁକ ନିରୋଧ ଆଇନ ୧୯୬୧, ବାଲ୍ୟ ବିବାହ ୨୦୦୬, ପୁଅ ପ୍ରାଧାନ୍ୟ ଓ ଲିଙ୍ଗ ପକ୍ଷପାତି ଚୟନ ଆଇନ ୧୯୯୪, ଉପରେ ଆଲୋଚନା ହୋଇଥିଲା l ଏଥି ସହିତ ମହିଳା ମାନଙ୍କ ପାଇଁ ସରକାରୀ ଯୋଜନା ଗୁଡିକ ତଥା ଋଣ ସମ୍ବନ୍ଧୀୟ ଷ୍ଟାଣ୍ଡଅପ ଯୋଜନା,ମୁଦ୍ରା ଯୋଜନା, ମିଶନ ଶକ୍ତି ଋଣ, ଲକ୍ଷ ପତି ଦିଦି ଯୋଜନା, ସୁଭଦ୍ରା, ପ୍ରଜନନ ସ୍ୱାସ୍ଥ୍ୟ ପାଇଁ ଯୋଜନା ଉପରେ ସଚେତନତା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଆଶା, ଅଙ୍ଗନବାଡି, ସ୍ୱୟଂ ସହାୟକ ମହିଳା, ସ୍ବେଛାସେବୀ ସଂଗଠନ, ପଂଚାୟତରାଜ ପ୍ରତିନିଧି, ଜିଲ୍ଲା ପରିଷଦ ସଦସ୍ୟ, ମିଡ଼ିଆ ବନ୍ଧୁ, ସଖି ସହେଲି, କଲେଜ ଛାତ୍ରୀ, ପ୍ରମୁଖ ଉପସ୍ଥିତ ଥିଲେ l ଆଜିର ଏହି ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅଂଚଳ ପରିଦର୍ଶିକା ଦୀପ୍ତି ଧୋବା,ରଂଯୁକ୍ତା ସ୍ୱାଇଁ, କୁମୁଦିନୀ ପାତ୍ର, ସରସ୍ବତୀ ଆଚଯ୍ୟ, ସଂଯୁକ୍ତା ବେହେରା, ଗୀତାଞ୍ଜଳୀ ଗୌଡ଼, ବିଷ୍ଣୁ ପ୍ରିୟା ଜାନି, ପ୍ରମିଳା ସାହୁ, ମନୋଜ କୁମାର ଜେନା, କିରଣ କୁମାର ସାହୁ, ଶିବାନୀ ରଥ, ଜଗନ୍ନାଥ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ l

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ଅତିରିକ୍ତ ଜିଲ୍ଲାପାଳ ଦ୍ୱୟଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନl ଅନୁଷ୍ଠିତ

Sunil Chandra Nayak

କ୍ଲିନ୍ ଆଣ୍ଡ ଗ୍ରୀନ୍ ର ଦ୍ୱିତୀୟ ବାର୍ଷିକୋତ୍ସବ

Sunil Chandra Nayak

ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ପରୀକ୍ଷା

Sunil Chandra Nayak

Leave a Comment

error: Content is protected !!