ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସ.ପି.ସି.ବି ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଏସ.ପି.ସି.ବି ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ 

 ରାଉରକେଲା : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ଆଜି ସ୍ଥାନୀୟ ନେହେରୁ ପାର୍କ ପରିସରରେ ପାଳିତ ହୋଇଯାଇଛି l ବିଭାଗୀୟ ଅତିରିକ୍ତ ପରିବେଶ ବୈଜ୍ଞାନିକ ତଥା ଆଞ୍ଚଳିକ ଅଧିକାରୀ ଡ଼.ଅନୁପ କୁମାର ମଲ୍ଲିକ ଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ ଓ ଷ୍ଟାଫଙ୍କ ସମେତ ସମାଜସେବୀ ଇଂ କୁମାର ବେହେରା ଏବଂ ସ୍ବେଛାସେବୀ ମାନେ ଯୋଗ ଦେଇ ଉତ୍ସାହର ସହ ଯୋଗ କରିଥିଲେ l ଯୋଗଦ୍ୱାରା ହେଉଥିବା ଉପକାର ବିଷୟରେ ଲୋକମାନଙ୍କୁ ଅବଗତ କରାଇଥିଲେ । ଯୋଗ, ବ୍ୟାୟାମ,ଧ୍ୟାନ ଏବଂ ପ୍ରାଣାୟମ ଆମ ଶରୀର ତଥା ମନକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରିଥାଏ । ପ୍ରାଚୀନ କାଳରୁ ଭାରତୀୟ ପରମ୍ପରାରେ ଏହା ଜୀବନଶୈଳୀର ଏକ ଅଂଶ ବିଶେଷ ହୋଇ ଆସିଛି l ଯୋଗ ପ୍ରଶିକ୍ଷକ ପର୍ଶୁରାମ ମଲ୍ଲିକ ଯୋଗର ବିଭିନ୍ନ ଅଭ୍ୟାସ ପ୍ରଣାଳୀ ସମ୍ପର୍କ ରେ ଆଲୋକପାତ କରିବା ସହ ଯୋଗ ଶିବିର ପରିଚାଳନା କରିଥିଲେ l

ବିଭାଗୀୟ ଉପ ପରିବେଶ ଯନ୍ତ୍ରୀ ବିଜୟ କୁମାର ଭୋଇ, ଇଂ. ରମଣିରଞ୍ଜନ ଦାସ, ଇଂ ଚନ୍ଦ୍ରଶେଖର ଚୌହାନ, ରଜତ କୁମାର ସେଠି, ସହକାରୀ ପରିବେଶ ବୈଜ୍ଞାନିକ ସୌମ୍ୟରଞ୍ଜନ ପ୍ରଧାନ, ପ୍ରଜ୍ଞା ଜ୍ୟୋତି ସେନାପତି, ସହକାରୀ ପରିବେଶ ଯନ୍ତ୍ରୀ ପ୍ରୀତମ କୁମାର ପତି, ଓ.ଏସ.ଡି ବିଭୁତି ଭୂଷଣ ମହନ୍ତ ବୋର୍ଡର ଅନ୍ୟ ଅଧିକାରୀ ଓ ଷ୍ଟାଫ ତଥା ୱାଇଏମ୍‌ଏଫ୍‌ଆଇର ସାଧାରଣ ସମ୍ପାଦକ ବିବେକ ଦାସ ସଫଳତାର ସହିତ ପରିଚାଳନା କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ ଧର୍ମଗଡ ସ୍ୱଧାର ଗୃହ ଠାରେ କମ୍ବଳ ବଣ୍ଟନ

masiha

ଢେଙ୍କାନାଳ କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ ବିଶିଷ୍ଟ ସମାଜସେବୀ ମାଳତୀ ଚୌଧୁରୀ ଓ ପାହାଡ଼ ରାଣୀ କଳ୍ପନା ଦାଶଙ୍କ ଜନ୍ମ ମାସ ଉପଲକ୍ଷେ ମାସିକ ସାହିତ୍ୟ ଆସର- ୨୦୨୬ ଅନୁଷ୍ଠିତ 

Sunil Chandra Nayak

ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଇଂରାଜୀ ଅଧ୍ୟାପକ ରାଜୀବ ପାଲଙ୍କ ଦେହାନ୍ତ

masiha

Leave a Comment

error: Content is protected !!