ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗର NAC ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳରେ ସାଧାରଣ ତନ୍ତ୍ର ଦିବସ ପାଳିତ

କାମାକ୍ଷାନଗର NAC ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳରେ ସାଧାରଣ ତନ୍ତ୍ର ଦିବସ ପାଳିତ

କାମାକ୍ଷାନଗର (ମନିସ )26/1/25 // କାମାକ୍ଷାନଗର NAC ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଠାରେ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଛି । ୭୬ତମ ସାଧାରଣ ତନ୍ତ୍ର ଦିବସ ସମାରୋହରେ ଜିଲ୍ଲା ଉପସଭାପତି ଶିଶିର କାନ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।ନିଜ ଅଭିଭାଷଣରେ ମୁଖ୍ୟ ଅତିଥି କହିଛନ୍ତି ସମସ୍ତ ଭାରତୀୟଙ୍କ ପାଇଁ ଆଜି ଦିନ ସ୍ବତନ୍ତ୍ର ପର୍ବ । ଆଜିର ଦିନରେ ମହାନ ଜନନାୟକଙ୍କୁ ମନେପକାଇବା ଆମର ପରମ ସୁଯୋଗ ହୋଇଛି। ଦେଶର ଅଖଣ୍ଡତା ବଜାୟ ସହ ସୁଶାସନ ଯୋଗାଇ ଦେବା ଆମର ଲକ୍ଷ୍ୟ ରହିଛି।ଏହା ସହିତ କହିଛନ୍ତି ସମ୍ବିଧାନକୁ ରକ୍ଷା କରିବାର ଦାୟିତ୍ବ ଆମ ସମସ୍ତଙ୍କର।ସୁଚାରୁ ରୂପେ ତୁଲାଇବା ଦରକାର।କାମାକ୍ଷାନଗର NAC ମଣ୍ଡଳ ସଭାପତି ବ୍ରଜେସ୍ୱରି ଦାସ,NAC ଯୁବ ମୋର୍ଚ୍ଚା ସଭାପତି ଶେଷଦେବ ନାଥ ଓ ସମସ୍ତ କର୍ମୀ ଉପସ୍ଥିତ ଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ 

 

Related posts

ବଡଝରଣଗ୍ରାମ ପଞ୍ଚାୟତ ତରଫରୁ ନିଟ ପରୀକ୍ଷାର୍ଥୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

Sunil Chandra Nayak

ନର୍ଲା ପଂଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ

Sunil Chandra Nayak

୬ ଦିନିଆ ଜାତୀୟ ବହୁଭାଷୀ ନାଟକ ମହୋତ୍ସବ ଉଦଘାଟିତ ,ମଞ୍ଚସ୍ଥ ହେଲା ବାରିପଦାର ନାଟକ “ନିସ୍ତବ୍ଧ ସାହାନାଇ”

Sunil Chandra Nayak

Leave a Comment

error: Content is protected !!