ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚନ୍ଦାହାଣ୍ଡି ପ୍ରେସ୍ କ୍ଲବର ବନ୍ଧୁମିଳନ

ଚନ୍ଦାହାଣ୍ଡି, ୦୮/୦୧(ମ ନି ସ ) :ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଚନ୍ଦାହାଣ୍ଡି ପ୍ରେସ୍ କ୍ଲବ ପକ୍ଷରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ପୂଜାରୀଗୁଡା ଫାର୍ମ ହାଉସ ଠାରେ ଆଜି ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଚନ୍ଦାହାଣ୍ଡି ବ୍ଲକର ପ୍ରେସ୍ କ୍ଲବର ସମସ୍ତ ବ୍ଲକ୍ ପ୍ରତିନିଧି ଯୋଗ ଦେଇଥିଲେ । ପ୍ରେସ୍ କ୍ଲବର ସଭାପତି ତଥା ଧରିତ୍ରି ପ୍ରତିନିଧି ଦିଲ୍ଲୀପ କୁମାର ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ସ୍ଥାନୀୟ ଜନସାଧାରଣଙ୍କ ରୁଚି ଅନୁସାରେ ଖବର ପ୍ରସାରଣ କରି କିଭଳି ସର୍ବଦା ଜନସାଧାରଣଙ୍କ ଅତି ନିକଟତର ହୋଇ ପାରିବେ ସେନେଇ ଉଚିତ୍ ମାର୍ଗଦର୍ଶନ ଦେଇଥିଲେ। ଏହି ଅବସରରେ ପ୍ରେସ୍ କ୍ଲବର ସମ୍ବାଦ ପ୍ରତିନିଧି ମହମ୍ମଦ ହୁସେନ,ପ୍ରମେୟ ପ୍ରତିନିଧି ମୁକୁନ୍ଦ ବେଶ୍ରା,ସମାଜ ପ୍ରତିନିଧି ସଂଗ୍ରାମ କେଶରୀ ସାହୁ,ପ୍ରଗତିବାଦୀ ପ୍ରତିନିଧି କାମିନୀ ରଞ୍ଜନ ପାଣ୍ଡେ,ଓଡିଶା ଏକ୍ସପ୍ରେସ ପ୍ରତିନିଧି ବାସୁଦେବ ସୁନା,ସକାଳ ପ୍ରତିନିଧି ଶ୍ୟାମ ସୁନ୍ଦର ସୁନାନି,ସୂର୍ଯ୍ୟପ୍ରଭା ପ୍ରତିନିଧି ଦିବ୍ୟ ରଞ୍ଜନ ମହାପାତ୍ର,ଅନୁପମ ଭାରତ ପ୍ରତିନିଧି ହିମାଂଶୁ ଦାସ ପ୍ରମୁଖ ଯୋଗ ଦେଇଥିଲେ ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ସାମ୍ବାଦିକ ସୁରକ୍ଷା ସମିତି ର ସଭାପତି ପାଇଲେ ରଫଖାତା ପରିବାର ଆୱାର୍ଡ -2023

Sunil Chandra Nayak

ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

୫୦ଵର୍ଷରେ ପଦାର୍ପଣ କଲା ଭିତରକନିକାର କୁମ୍ଭୀର ପ୍ରକଳ୍ପ, ପର୍ଯ୍ୟଟକଙ୍କ ଆକର୍ଷଣ ହୋଇଛି ଗୋରୀ, ମଲ୍ଲୀ, ଶ୍ବେତା ନାମକ କୁମ୍ଭୀର

masiha

Leave a Comment

error: Content is protected !!