ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନବରଙ୍ଗପୁର ଜିଲା ଯୁବ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଓ ନବବର୍ଷ ବନ୍ଧୁ ମିଳନ

ଡାବୁଗାଁ, ୮/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ଶ୍ରୀନିବାସ କଲ୍ୟାଣୀ ମଣ୍ଡପ ଠାରେ ନବରଙ୍ଗପୁର ଜିଲା ଯୁବ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଓ ନବବର୍ଷ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି | ପ୍ରଥମେ ନୂତନ କାର୍ଯ୍ୟକର୍ତ୍ତା ମାନଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ଦେଇ ସମ୍ମାନିତ କରଯାଇଥିଲା | ପରେ ବିଭିନ୍ନ ଦଳରୁ ଚେତମନ ମାଝି, ଭୀମ ସାନ୍ତା ଓ ରବିସିଂ ଗଣ୍ଡ ପ୍ରମୁଖ କଂଗ୍ରେସରେ ମିଶିଥିଲେ | ପରେ ଅଭିଭକ୍ତ କୋରାପୁଟ ଜିଲାର ଯୁବ କଂଗ୍ରେସ ନେତା ଭଗବାନ ବାହିନୀପତି ଯୋଗଦେଇ ଯୁବ କଂଗ୍ରେସ ସୁସଙ୍ଗଠିତ ହେଲେ ଦଳର ପୂର୍ବ ଗୌରବ ଫେରି ଆସିବ, ବିଜେଡି ଓ ଭାଜପା ସରକାରକୁ ଗାଦିଚ୍ୟୁତ କରିବାକୁ ହେଲେ ଯୁବ କଂଗ୍ରେସ ପ୍ରମୁଖ ଭୂମିକା ନିଭାଇବ ବୋଲି କହିଥିଲେ | ଜିଲା ଯୁବ କଂଗ୍ରେସ ସଭାପତି ଦ୍ଵାରିକା ମହାପାତ୍ର ଯୁବ କଂଗ୍ରେସ କୁ ତୃଣମୂଳ ସ୍ତରରୁ ସଂଗଠିତ କରାଯିବା, ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଙ୍କ ମିସନ ୯ ରୁ ୯୦ ଡାକରକୁ ସଫଳ କରିବାକୁ ଜିଲା ଯୁବ କଂଗ୍ରେସ ପ୍ରତିଶ୍ରୁତି ବଦ୍ଧ, ଜିଲା ଭିତ୍ତିକ ନିଯୁକ୍ତି, ଶିକ୍ଷିତ ବେକାରି ସମସ୍ୟା, ଦରଦାମ ବୃଦ୍ଧି ଓ ଭ୍ରଷ୍ଟାଚାର କୁ ମୁଖ୍ୟ ପ୍ରସଙ୍ଗ କରି ଯୁବ କଂଗ୍ରେସ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଥିଲେ | ପାପଡାହାଣ୍ଡି ଜିଲାପରିଷଦ ସଭ୍ୟା ଡା. ଲିପିକା ମାଝି ସଦାସର୍ବଦା ଯୁବ କଂଗ୍ରେସ କୁ ସଂପୂର୍ଣ୍ଣ ସହଯୋଗ ରହିବ ଓ ଜିଲାଭିତ୍ତିକ ନିଯୁକ୍ତି ନେଇ ଆନ୍ଦୋଳନ ଜୋରଦାର କରାଯିବ ବୋଲି କହିଥିଲେ | ଏଥିରେ ଜିଲା କଂଗ୍ରେସ ସବ୍ଭାପତି ମନୋରଞ୍ଜନ ତ୍ରିପାଠୀ, ଡାବୁଗାଁ ପୂର୍ବତନ ବିଧାୟକ ଭୁଜବଳ ମାଝି, ପିସିସି ସମ୍ପାଦକ କ୍ଷେମରାଜ ବାଘ, ବରିଷ୍ଠ ନେତା ଧରମ ସିଂ, ଡାବୁଗାଁ ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁ, ପ୍ରକାଶ ଚନ୍ଦ୍ର ପଣ୍ଡା, ବଂଶୀଧର ମାଝି, ସନରାଜଗଣ୍ଡ, ଦିଲ୍ଲୀପ ପ୍ରଧାନୀ, ଶଶୀଧର ମାଝି, ଅଜୟ ଚୌହାନ, ପ୍ରଦୀପ ଜେନା, ନିର୍ମଳ କଣ୍ଡପାନ, ଟି.କେ. ପ୍ରସାଦ ବିଶୋଇ, ପବିତ୍ର ମାଠିଆ, ବାବୁଲି ବାଗ, କୌନ ନାୟକ, ଯୋଗେଶ୍ଵର ପୂଜାରୀ, ଦମୟନ୍ତୀ ଦିଶାରୀ, ଧନୁର୍ଜୟ ବିଶୋଇ, ଉଆଁସ ମାଝି, ପ୍ରହଲ୍ଲାଦ ହିଆଲ, ପ୍ରଦୀପ ସାହୁ, ନୁରେନ ତନ୍ତୀ, ସୂରଜ ଲାଲ ପ୍ରମୁଖ ଙ୍କ ସମେତ ୧୦ ଟି ବ୍ଲକର ଯୁବ ସଭାପତି ଓ କର୍ମୀମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜୁନାଗଡ଼ ଠାରେ ଭାଜପା ର ମିଶ୍ରଣ ପର୍ବ ଅନୁଷ୍ଠିତ

masiha

କନ୍ଧମାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ସଭା: ବିରୋଧୀଙ୍କ ଆତ୍ମ ପ୍ରଚାରରୁ ଦୂରେଇ ରହିବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆହ୍ବାନ

masiha

ଜୟପୁର ମାଉଣ୍ଟ ଭେଲି ହୋଟେଲ ରେ ବିଜେପି ସେଲ ତରଫରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!