ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଲାଙ୍ଗୀର ଠାରେ ଅନୁଷ୍ଠିତ ପ୍ରତିଭା ସମ୍ମାନରେ ସମ୍ମାନିତ ହେଲେ ସୁଶାନ୍ତ 

ପାପଡାହାଣ୍ଡି ,8/1, ମନିସ — ବଲାଙ୍ଗୀର ଜିଲ୍ଲା ଦେଓଗାଁ ଠାରେ ଅନୁଷ୍ଠିତ ହୋଇଥିବା ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ସମ୍ମାନିତ ହୋଇଛନ୍ତି ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି ତଥା ପାପଡାହାଣ୍ଡି ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା |

 ପ୍ରତିକାର ଖବର କାଗଜ ତରଫରୁ ଆୟୋଜିତ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଦେଓଗାଁ ସ୍ଥିତ ରାଏପାଲି ରିସର୍ଟ ଠାରେ ଆୟୋଜନ କରାଯାଇଥିଲା | ପ୍ରତିକାର ଖବର କାଗଜ ସମ୍ପାଦକ ତଥା ପ୍ରତିଷ୍ଠାତା ସୁଭାଶିଷ ମିଶ୍ର ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ସଭାପତି ସ୍ମାରକ ରଞ୍ଜନ ମିଶ୍ର, ମୁଖ୍ୟବକ୍ତା ଭାବେ ଦେଓଗାଁ ବ୍ଲକ ଅଧକ୍ଷ ଦୟାନିଧି ଖମାରି, ସମ୍ମାନିତ ଅତିଥି ତହସିଲଦାର ଯୁଗଳ କିଶୋର ବିଶ୍ୱାଳ, ଥାନା ଅଧିକାରୀ ତାରାବତୀ ପ୍ରଧାନ, ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ସୁଶାନ୍ତ କୁମାର ବେହେରା ଯୋଗ ଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ଏହି ଅବସରରେ ବକ୍ତା ମାନେ ସାମ୍ବାଦିକ କିପରି ଏକ ସୁସ୍ଥ ସମାଜ ଗଠନ କରିବାରେ ପ୍ରମୁଖ ଭୂମିକା ଅର୍ଜନ କରିଥାଏ ସେ ବିଷୟରେ ଅବଗତ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ବହୁ ପ୍ରତିଭା ଶାଳୀ ବ୍ୟକ୍ତି ବିଶେଷ ଙ୍କୁ ପ୍ରତିଭା ସମ୍ମାନିତ କରିଥିବା ବେଳେ ସୁଦୂର ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଏବଂ ପାପଡାହାଣ୍ଡି ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା ଙ୍କୁ ମଧ୍ୟ ପ୍ରତିଭା ସମ୍ମାନିତ କରାଯାଇଥିଲା | ବଲାଙ୍ଗୀର ଠାରେ ସମ୍ମାନିତ ହୋଇ ନିଜକୁ ଗର୍ବ ଅନୁଭବ କରିବା ସହ ନବରଙ୍ଗପୁର ଜିଲ୍ଲାର ସମସ୍ତ ସାମ୍ବାଦିକ ଙ୍କୁ ଧନ୍ୟବାଦ ଜଣାଇଥିଲେ ସୁଶାନ୍ତ | ଏହି ସମସ୍ତ କାର୍ଯ୍ୟକ୍ରମ କୁ ଦେଓଗାଁ ବ୍ଲକ ପ୍ରତିକାର ପ୍ରତିନିଧି ବଦ୍ରିନାଥ ହୋତା ଆୟୋଜନ କରିଥିବା ବେଳେ ସାମ୍ବାଦିକ ରାମଚନ୍ଦ୍ର ଶତପଥୀ ମଞ୍ଚ ପରିଚାଳନା କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ସଂଘ ସଭାପତି ବିଶ୍ୱଜିତ ପାତ୍ର, ପୂର୍ବତନ ବ୍ଲକ ଅଧକ୍ଷ କୈଳାଶ ତାଣ୍ଡି ଏବଂ ବହୁ ସାମ୍ବାଦିକ ଓ ସ୍ଵଛସେବୀ ପ୍ରମୁଖ ଉପସ୍ଥିତ ଥିଲେ | ଶେଷରେ ସାମ୍ବାଦିକ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

କଳାହାଣ୍ଡି କୃଷି ମହାବିଦ୍ୟାଳୟରେ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିବାକୁ ଦାବି 

Sunil Chandra Nayak

ବ୍ଲକ ସ୍ତରୀୟ ପରାମର୍ଶ ଶିବିର 

masiha

ବିଜାତଳାରେ ବ୍ଳକ ସ୍ତରୀୟ ବାଲ୍ୟ ବୈଜ୍ଞାନିକ ମେଳାରେ ୫୨ ପ୍ରକଳ୍ପ ପଂଜିକୃତ 

masiha

Leave a Comment

error: Content is protected !!