ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଙ୍କଟରେ ବୁଣାକାର ପରିବାର 

ସଙ୍କଟରେ ବୁଣାକାର ପରିବାର 

ଢେ଼ଙ୍କାନାଳ (ମନିସ)30/9/25 — ଘରକୁ ପ୍ରବେଶ କରିବା ମାତ୍ରେ ଶୁଭେ ଠକ୍ ଠକ୍ ଶବ୍ଦ । ଏ ହେଉଛି ଢେ଼ଙ୍କାନାଳ ଜିଲ୍ଲା ସଦର ବ୍ଲକ ବାଲ୍ୟମ୍ବା ପଞ୍ଚାୟତ ସରାକପାଟଣା ଗ୍ରାମର ବୁଣାକାର ପରିବାରମାନେ । ନିଜ କୌଳିକ ବୃତ୍ତିକୁ ଭଲ ପାଉଛନ୍ତି ଏବଂ ନିଜର କୌଳିକ ବୃତ୍ତି ତାଙ୍କ ମାନଙ୍କୁ କରିଛି ରୋଜଗାର କ୍ଷମ । କେଉଁଠି ତନ୍ତରେ ଲୁଗା,ଗାମୁଛା ବୁଣା ଚାଲିଥାଏ ତ ଆଉ କେଉଁଠି ଦେଖିବାକୁ ମିଳେ ବିଭିନ୍ନ ରଙ୍ଗର ସୂତାକୁ ମଣ୍ଡଦେଇ ଶୁଖେଇ ଯିବାର ଦୃଶ୍ୟ । ଯିଏ ନିଜ କାମକୁ ହୃଦୟରୁ ଭଲ ପାଉଛି । ନିଶ୍ଚୟ ସେ ଦିନେନା ଦିନେ ସଫଳତା ପାଇଛି ଏବଂ ଏହି କୌଳିକ ବୃତ୍ତିକୁ ବୁଣାକାର ସହ ପରିବାର ଏହି କାମରେ ସହଯୋଗ କରନ୍ତି କିଏ ସୂତାରେ ରଙ୍ଗ କରନ୍ତି ତ ଆଉ କିଏ ତ କିଏ ବାନ୍ଧକାମ କରେ ଆଉ କିଏ ସୂତା ଗୁଡ଼ରେ ସାହାଯ୍ୟ କରେ । ଏହି କୌଳିକ ବୃତ୍ତିରୁ ବେଶ ଦି ପଇସା ରୋଜଗାର କରି ହସ ଖୁସିରେ ଏମାନଙ୍କର ପରିବାର ଚଳିଯାଏ । ଯଦି ସରକାରୀ ସୁବିଧା ସାହାଯ୍ୟ ମିଳିବ ଏଠାରେ ଅଧିକ ଲୋକଙ୍କୁ କର୍ମସ୍ଥାନ ମିଳିପାରିବ ବୋଲି ସେମାନେ ଆଶାବାଦୀ । ଏହି ବୁଣାକାର ମାନଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ କେବେ ଘୋଷଣା କରିବେ ରାଜ୍ୟସରକାର । ଯାହାକୁ ଚାତକପରି ଚାହିଁ ବସିଛନ୍ତି ଏହି ବୁଣାକାର ପରିବାରର ଲୋକେ । ଆଗାମୀ ଦିନରେ ତାହା ଦେଖିବାକୁ ବାକି ରହିଲା ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବିଦ୍ୟୁତ କମ୍ପାନୀର ମନମୁଖୁ କାର୍ଯ୍ୟରେ ପାନୀୟ ଜଳରୁ ବଞ୍ଚିତ ବସ୍ତିବାସିନ୍ଦା 

Sunil Chandra Nayak

ଶ୍ରୀ ବଳଦେବଜିଉ କଳା ସଂସ୍କୃତି ପ୍ରତିଷ୍ଠାନର ବାର୍ଷିକ ଉତ୍ସବ. ତବଲା ବାଦନରେ ପ୍ରଥମ ସ୍ଥାନ ଋତୁରାଜ ନାୟକ

masiha

ବାପ ପୁଅ ଯୋଡ଼ି ହାଇଦରାବାଦ ମାରଥାନରେ ବାଜିମାତ

Sunil Chandra Nayak

Leave a Comment

error: Content is protected !!