ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମପରାୟଣ ପ୍ରାକ୍ତନ ପ୍ରଧାନ ଶିକ୍ଷକ ବିରଞ୍ଚିନାରାୟଣ ମହାନ୍ତଙ୍କ ଦେହାନ୍ତ ରେ ରାଇରଙ୍ଗପୁରରେ ଶୋକର ଛାୟା

ଧର୍ମପରାୟଣ ପ୍ରାକ୍ତନ ପ୍ରଧାନ ଶିକ୍ଷକ ବିରଞ୍ଚିନାରାୟଣ ମହାନ୍ତଙ୍କ ଦେହାନ୍ତ ରେ ରାଇରଙ୍ଗପୁରରେ ଶୋକର ଛାୟା

 ମୟୂରଭଞ୍ଜ – ୨୮/୦୨ ( ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଂଚଳର ସୁନାମଧନ୍ୟ ଧର୍ମପରାୟଣ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିରଞ୍ଚିନାରାୟଣ ମହାନ୍ତ(୭୨)ଙ୍କ ଦିର୍ଘ ମାସ ଧରି ଶାରିରୀକ ଅସୁସ୍ଥତା ନେଇ ତାଙ୍କ ନିଜ ବାସଭବନ ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ପୁରଣାଘାଟୀ ଗ୍ରାମରେ ମଙ୍ଗଳବାର ଦିନ ଦେହାନ୍ତ ହୋଇଯାଇଛି । ତାଙ୍କ ମୃତ୍ୟୁରେ ରାଇରଙ୍ଗପୁର,ଵହଳଦା, ଯଶିପୁର ଅଂଚଳରେ ଶୋକରେ ଛାୟା ଖେଳିଯାଇଛି ।ବହୁ ଜ୍ଞାତି ପରିଜନ,ଶୁଭେଛୁ, ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ପ୍ରମୁଖ ତାଙ୍କ ବାସ ଭଵନରେ ପହଞ୍ଚି ଶେଷ ଦର୍ଶନ ସହ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ। ସେହିଭଳି ଓଷ୍ଟା ସଂଘର ଶିକ୍ଷକ ନେତା ସୁବଳ ଦାସ ମହାପାତ୍ର, ଶିକ୍ଷୟତ୍ରୀ ସସ୍ମିତା ମହାପାତ୍ର,ୟୂଟିଆ ସଂଘର ଅଂଜିତା ମହାପାତ୍ର , ଗଣମାଧ୍ୟମ ପ୍ରତିନିଧି ଅକ୍ଷୟ ବିଶ୍ବାଳ,ତୁଷାରକାନ୍ତ ମହାନ୍ତ ପ୍ରମୁଖ ତାଙ୍କ ବାସ ଭବନରେ ପହଞ୍ଚି ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତାଙ୍କର ଶେଷ କୃତ୍ୟ ରାଇରଙ୍ଗପୁର ସ୍ଵର୍ଗଦ୍ବାରରେ କରାଯାଇଛି । ତାଙ୍କର ପୁଅ ମୁଖାଗ୍ନି ଦେଇଥିଲେ ।ସେ ରାଇରଙ୍ଗପୁର ଅଂଚଳର ବିରଞ୍ଚି ସାର ଭାବେ ସବୁଠି ପରିଚିତ ଥିଲେ ।ସେ ଜଣେ ଛାତ୍ର ଵତ୍ସଳ ଶିକ୍ଷକ ଥିଲେ । ଯଶିପୁର ହାଇସ୍କୁଲ ରେ ଶିକ୍ଷକତା ପରେ ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟରେ ୧୦ ବର୍ଷ ଧରି ଶିକ୍ଷକତା କରିଥିଲେ ।ପରେ ବହଳଦା ହାଇସ୍କୁଲ ରେ ପ୍ରଧାନ ଶିକ୍ଷକ ଦାୟିତ୍ବ ତୁଲାଇ ଅବସର‌ ନେଇଥିଲେ । ବିଭିନ୍ନ ସାମାଜିକ ଓ ଧାର୍ମିକ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ରୋଗୀ ଦୁଇ କିଲୋମିଟର

masiha

ବେହେରା ଡ଼୍ୟାମକୁ ମାଛ ଧରିବାକୁ ଯାଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ। ୨୫ ଫୁଟ ପାଣି ଭିତରୁ ମୃତ ଦେହ ଉଦ୍ଧାର କଲେ ଅଗ୍ନିଶମ ବିଭାଗ କର୍ମଚାରୀ …

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ

Leave a Comment

error: Content is protected !!