ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଦନପୁର- ରାମପୁର କୁ ରାଜସ୍ବ ଉପଖଣ୍ଡ ଓ ବିଜ୍ଞାପିତ ପରିଷଦ ଘୋଷଣା ଦାବି ପ୍ରସଙ୍ଗ , ଜିଲ୍ଲାପାଳ ଙ୍କୁ ଭେଟି ଦାବିପତ୍ର ପ୍ରଦାନ 

ମଦନପୁର ରାମପୁର କୁ ରାଜସ୍ବ ଉପଖଣ୍ଡ ଓ ବିଜ୍ଞାପିତ ପରିଷଦ ଘୋଷଣା ଦାବି ପ୍ରସଙ୍ଗ

ଜିଲ୍ଲାପାଳ ଙ୍କୁ ଭେଟି ଦାବିପତ୍ର ପ୍ରଦାନ 

ମ.ରାମପୁର,୨୮/୨(ମସୀହା): କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ୍ କୁ ରାଜସ୍ବ ଉପଖଣ୍ଡ ମାନ୍ୟତା ଦାବିରେ ବ୍ୟବସାୟୀ ସଂଘ ତରଫରୁ ମଙ୍ଗଳବାର୍ ମ ,ରାମପୁର ବନ୍ଦ୍ କରାଯାଇଥିବାବେଳେ ଆଜି ଭବାନୀପାଟଣାରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଆଲୋଚନା ସମୟ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ବରିଷ୍ଠ ସାମ୍ବାଦିକ କମ୍ବୁ ପାଣି ମିଶ୍ର ଉପସ୍ଥିତ ରହି ଥିଲେ। ସୂଚନା ଯୋଗ୍ୟ ଯେ,ପୂର୍ବ ରୁ ବିଭିନ୍ନ ସଂଗଠନ ତରଫରୁ ପ୍ରାୟ ୩୦ ବର୍ଷ ଧରି ଆନ୍ଦୋଳନ ଚାଲିଛି l ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସରକାର ମାଳ ମାଳ ଯୋଜନା ସବୁ ଘୋଷଣା କରୁଛନ୍ତି l ସରକାର ତିନି ଦିନ ତଳେ ୩୫ ଗୋଟି ବିଜ୍ଞପିତ ପରିଷଦ ଘୋଷଣା କରିଛନ୍ତି l କିନ୍ତୁ ଏଥିରୁ ମ.ରାମପୁର ବାଦ୍ ପଡ଼ିଛି l ଏହି ଖବର ପ୍ରଚାରିତ ହେବା ପରେ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଅଞ୍ଚଳବାସୀ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି l ୧୯୯୩ ମସିହାରେ ତତ୍କାଳୀନ ମୁଖ୍ୟ ମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ମ.ରାମପୁରକୁ ରାଜସ୍ବ ଉପଖଣ୍ଡ ମାନ୍ୟତା ପ୍ରଦାନ ପାଇଁ ଦାବି କରାଯାଇଥିଲା l ସେତେବେଳେ ସେ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ l ଏହି ଦାବିକୁ ଆଜି ୩୦ ବର୍ଷ ହୋଇଗଲାଣି l ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ରାଜସ୍ବ ଉପଖଣ୍ଡ ମାନ୍ୟତା ଦାବିରେ ବିଭିନ୍ନ ସଂଗଠନ ତରଫରୁ ଦାବୀ ଏବଂ ଆନ୍ଦୋଳନ ହୋଇ ଆସୁଛି l ତଥାପି ସରକାର କର୍ଣ୍ଣପାତ କରୁନାହାନ୍ତି l ଏବେ ଅଞ୍ଚଳବାସୀ ଖୁବ୍ ଆଶା ରଖିଥିଲେ ସରକାର ମ.ରାମପୁର କୁ ରାଜସ୍ବ ଉପଖଣ୍ଡ କି ବିଜ୍ଞାପିତ ପରିଷଦ ଘୋଷଣା କରିବେ ବୋଲି l କିନ୍ତୁ ଘୋଷିତ ତାଲିକାରେ ମ.ରାମପୁର ବାଦ୍ ପଡ଼ିବାରୁ ସାଧାରଣ ଜନତାଙ୍କୁ ନିରାଶ କରିଛି l ବ୍ୟବସାୟିକ ସଂଘ ର ସମ୍ପାଦକ ପ୍ରଶାନ୍ତ ସାମନ୍ତରା ଙ୍କ ନେତୃତ୍ୱ ରେ ଆଜି ବ୍ୟବସାୟିକ ସଂଘ ର ବରିଷ୍ଠ ସଦସ୍ୟ ପପୁ ଅଗ୍ରୱାଲ, ବରିଷ୍ଠ ନାଗରିକ ପଦ୍ମ ଲୋଚନ ମିଶ୍ର, ଚମରା ବଗର୍ତ୍ତୀ, ଗଙ୍ଗାଧର ପ୍ରହରାଜ, ବିଭୂତି ଭୂଷଣ ମହାଖୁଡ଼, ପ୍ରକାଶ ଚନ୍ଦ୍ର ମାଝୀ ଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଥିଲେ । ଦାବିପତ୍ର ଗ୍ରହଣ କରି ଆଲୋଚନା ପ୍ରସଙ୍ଗ ରେ ଜିଲ୍ଲାପାଳ ଏଥି ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ l

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ନିଃଶୁଳ୍କରେ ଶିକ୍ଷା ଦାନ କରି ଆସୁଥିବା ଟ୍ୟୁସନ ଶିକ୍ଷକ ଙ୍କ ପରଲୋକ 

masiha

ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାରଙ୍କୁ ଦାବିପତ୍ର ଦେଲେ ସରପଞ୍ଚ

masiha

ଟେମରା ପଞ୍ଚାୟତକୁ ମରୁଡି ଘୋଷଣା ଦାବି, ତହସିଲଦାରଙ୍କ ଜରିଆରେ ଦାବିପତ୍ର ପ୍ରଦାନ କଲେ ଚାଷୀ

masiha

Leave a Comment

error: Content is protected !!