ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଣିଅଞ୍ଚଳ ଗରିବ ଲୋକଙ୍କୁ ଟାଟାଷ୍ଟିଲ କମ୍ପାନୀର ଅଣଦେଖା

ଖଣିଅଞ୍ଚଳ ଗରିବ ଲୋକଙ୍କୁ ଟାଟାଷ୍ଟିଲ କମ୍ପାନୀର ଅଣଦେଖା

ଯୋଡା:୨୬/୦୨ – :- ଖଣିଅଞ୍ଚଳ ଲୋକଙ୍କୁ ଟାଟାଷ୍ଟିଲ କମ୍ପାନୀ  ଅଣଦେଖା କରୁଥିବା ଜଣାପଡିଛି। ସେମାନେ ଅଭିଯୋଗ ଆଣିଛନ୍ତି ଯେ କମ୍ପାନୀ ଖଣିଅଞ୍ଚଳ ଲୋକଙ୍କ ପାଇଁ କେଉଁ ଭଳି ସହଭାଗୀତାରେ ରହିଅଛି ଟାଟା କମ୍ପାନୀ ଯାହାକି ତିନିବର୍ଷ ଅତିକ୍ରମ ହୋଇଯାଇଛି ହେଲେ ଡାକ୍ତରଖାନାରେ ମେଡ଼ିସିନ ସ୍ପେଶାଲିଷ୍ଟ ଡାକ୍ତରଙ୍କ ପଦବୀ ଶୁନ ରହିଥିବା ଏହି ଡାକ୍ତରଖାନା   ଭଗବାନଙ୍କ ଭରସାରେ ଚାଲିଛି। ଭାରତ ବର୍ଷର ସର୍ବପୁରାତନ କମ୍ପାନୀ ଟାଟା ଯାହାର ପ୍ରତିଷ୍ଠିତ ତଥା ମାନ୍ୟତା ସାରା ଦୁନିଆ ଜାଣି ସାରିଛି। କିନ୍ତୁ କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ଅଞ୍ଚଳରେ ବର୍ଷ ବର୍ଷ ଧରି ଟାଟା କମ୍ପାନୀର ଟାଟା ଷ୍ଟିଲ ଖଣିକାର୍ଯ୍ୟରେ ବେଶ୍ ସଫଳତା ହାସଲ କରିଥିବା ବେଳେ ଏହି କମ୍ପାନୀର କେତେକ କାର୍ଯ୍ୟକ୍ରମର ରୂପରେଖା ଅଞ୍ଚଳ ତଥା ଅଞ୍ଚଳବାସୀଙ୍କ ପାଇଁ ଦିନକୁ ଦିନ ଚକିତ କରିଛି ତେବେ କମ୍ପାନୀ କାହା ପାଇଁ, ଯାହାକି ପ୍ରାୟ ପ୍ରତ୍ୟକ ଖଣିବାସୀଙ୍କ ମୁହଁରେ ଆଲୋଚନା ହେଉଥିବାର ଶୁଣିବାକୁ ମିଳୁଛି। ପୂର୍ବ ଅପେକ୍ଷା କମ୍ପାନୀରେ ନିୟୋଜିତ ଥିବା କିଛି ଟାଟା ଅଫିସରଙ୍କ କାର୍ଯ୍ୟକଳାପରେ ପ୍ରାୟ ଭିନ୍ନତା ଆସିବାରେ ଲାଗିଛି ବୋଲି ବାରମ୍ବାର ସାଧାରଣ ଙ୍କ ମନରେ ଅସନ୍ତୋଷ ବାତାବରଣ ଲାଗିରହିଛି ତାହା ପୁଣି ଥମିବାର ନାଁ ଗନ୍ଧ ଧରୁନାହିଁ ବୋଲି ଚର୍ଚ୍ଚା ହେଉଥିବା ଜାଣିବାକୁ ମିଳେ। ଦେଖିବାକୁ ଗଲେ ଟାଟା କମ୍ପାନୀର ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ଯୋଡ଼ା ଟାଟା ଷ୍ଟିଲ କମ୍ପାନୀର ନିଜସ୍ୱ ଡାକ୍ତରଖାନାରେ (ଟିସ୍କୋ) ନିରୀହ ତଥା ଗରିବ ଖଣିବାସୀଙ୍କୁ ଗତ ୨୦୨୧ ଅଗଷ୍ଟ ଠାରୁ ପ୍ରାୟ ତିନି ବର୍ଷ ହୋଇଯିବ ଟାଟା କମ୍ପାନୀ କର୍ତ୍ତୃପକ୍ଷଙ୍କ ଡାକ୍ତରଖାନାରେ ଗୋଟିଏ ମାତ୍ର ମେଡ଼ିସିନ ସ୍ପେଶାଲିଷ୍ଟ (ଭେଷଜ ବିଶେଷଜ୍ଞ) ଡାକ୍ତର ଯୋଗାଇ ଦେବାରେ ଦାୟୀତ୍ବହୀନତା ଓ କେଉଁ କାରଣରୁ ଅବହେଳା ହୋଇଛି ବୋଲି ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଥିବା ଜାଣିବାକୁ ମିଳୁଛି। ଅନ୍ଯପଟେ ଦେଖିବାକୁ ଗଲେ କମ୍ପାନୀର ଲକ୍ଷ୍ୟ ସାଧାରଣ ଲୋକଙ୍କ ସହ ଯେଉଁ ସହାଭାଗୀତାର ସଚେତନତା ସୃଷ୍ଟି କରିବା ଭଳି ଯେମିତି କୌଣସି ହୋଡିଂ କିମ୍ବା ବ୍ୟାନର ଦେଖିବାକୁ ମିଳେ, ହେଲେ ଉକ୍ତ କାର୍ଯ୍ୟକୁ କମ୍ପାନୀର କେଉଁ ଅଫିସର ତଥା ଅଧିକାରୀ ରୋକିବାକୁ ଚେଷ୍ଟା କରନ୍ତି ନାହିଁ, ଏସବୁ ସୁରକ୍ଷା ଦୃଷ୍ଟିରୁ ଟାଟା କମ୍ପାନୀର ସ୍ଥାନୀୟ ଅଧିକାରୀ ଜାଣି ରଖିବା ଆବଶ୍ୟକ ରହିଛି ଯେ ମହାମାନବ ଟାଟା ସାହେବଙ୍କ ଜନହିତକର କାର୍ଯ୍ୟ ଯାହା ସବୁ ରହିଛି ତାକୁ ଲୋକଙ୍କ ପାଖରେ କିପରି ଭାବରେ ସହଜରେ ପହଞ୍ଚାଇବା ପ୍ରତି ବଦଳରେ ଗରିବ ଖଣିବାସୀଙ୍କୁ ତିନି ବର୍ଷ ହେଲାଣି ଜଣେ ମାତ୍ର ଭେଷଜ ବିଶେଷଜ୍ଞଙ୍କ ସେବା ଠାରୁ ବଞ୍ଚିତ କରିରଖିଛନ୍ତି, ଏଭଳି ପରିସ୍ଥିତିରେ ଟାଟା କମ୍ପାନୀର ଦାୟୀତ୍ୱବାନ ଅଫିସରଙ୍କ ଏଯାଏଁ ଧ୍ଯାନ ଭଙ୍ଗ ହେଲା ନାହିଁ କିମ୍ବା ସମୟ ହେଲାନି, କମ୍ପାନୀର ଉକ୍ତ ଦାୟୀତ୍ୱବାନ ଅଧିକାରୀଙ୍କ ଧ୍ୟାନ କୁଆଡେ, ତେବେ ଏଠାରେ ସମସ୍ତେ ଜାଣିରଖିବା ଉଚିତ ଯୋଡ଼ା ଓ ବଡ଼ବିଲ ଏବଂ ଆଖପାଖ ଅଞ୍ଚଳଳ ଖଣିଖାଦାନ ଗୁଡିକ ତଥା ଶିଳ୍ପଅନୁଷ୍ଠାନ ଘେରରେ ରହିଥିବାରୁ ପ୍ରାୟ ଦିନ ଛୋଟ ବଡ଼ ଦୁର୍ଘଟଣା ଲାଗି ରହିଥାଏ, ତେଣୁ ଉକ୍ତ ମେଡିକାଲରେ ଯଦି ଡାକ୍ତର ଅଭାବ ଲାଗିରୁହେ, ତେବେ ସାଧାରଣଙ୍କ ନିରୀହ ଜୀବନ ସମ୍ପୂର୍ଣ୍ଣ ଭାବରେ ବିପଦ ଘେରରେ ରହିଛି ବୋଲି ଅନେକଙ୍କ ମନରେ ଭୟର ବାତାବରଣ ଲାଗିରହିଥିବା ବିଷୟ ଜାଣିବାକୁ ମିଳେ।ଏପରିକି ଖୋଦ ଟାଟା କମ୍ପାନୀରେ ଗତ ୨୭.୦୧.୨୦୨୪ ତାରିଖରେ ଏକ କନଭରବେଲ୍ଟ ମରାମତି ସମୟରେ ଚାପି ହୋଇ ଦୁଇ ଜଣ ଗୁରୁତ୍ୱର ଭାବରେ ଦୁର୍ଘଟଣାର ସମ୍ମୁଖୀନଙ୍କୁ ପ୍ରଥମେ ଟାଟା ଷ୍ଟିଲ ମେଡିକାଲ ଏବଂ ଉନ୍ନତ ମାନର ଚିକିତ୍ସା ଯୋଗାଇ ଦେବା ନିମନ୍ତେ ଜାମସେଦପୁରସ୍ଥିତ (ଟି.ଏମ.ଏଚ) ଡାକ୍ତରଖାନାକୁ ପଠାଯାଇଥିଲା। ସେଠାରେ ଚିକିତ୍ସା ସମୟରେ ହିଁ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ରହିଛି, ଯଦି ଯୋଡ଼ାସ୍ଥିତ କମ୍ପାନୀ ଡାକ୍ତରଖାନାରେ ସମସ୍ତ ସୁବିଧା ଯଦିଓ ରହିଥାନ୍ତା ପୂର୍ବପ୍ରସ୍ତୁତି ଅନୁସାରେ ଦୁର୍ଘଟଣାରେ ଆହତମାନଙ୍କୁ ଏହି ଡାକ୍ତରଖାନାରେ ସୁବିଧା ଉପଲବ୍ଧ ରହିଥାନ୍ତା ତେବେ ସେମାନଙ୍କୁ ବଞ୍ଚେଇବା ସହଜ ହୋଇପାରିଥାନ୍ତା। କିନ୍ତୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଡା ଏ. କେ ରାଏ ଏବଂ ଡା ଦେବଜାନୀ ପଟନାୟକଙ୍କ ଅବସର ପରେ, ବର୍ତ୍ତମାନ ଟାଟାଷ୍ଟିଲ ଯୋଡ଼ା ଡାକ୍ତରଖାନାରେ ମୁଖ୍ୟ (ସି.ଏମ.ଓ) ଡା ଶୁଚିସ୍ମିତା ଦାସ ଗତ ପ୍ରାୟ ତିନି ବର୍ଷ ହେବାକୁ ଯାଉଥିଲେ ମଧ୍ୟ ଏଯାଏ ସ୍ଥାୟୀ ମେଡ଼ିସିନ ସ୍ପେଶାଲିଷ୍ଟ ଡାକ୍ତରଙ୍କ ପଦବୀ ପୂରଣ କାର୍ଯ୍ୟରେ ଅକ୍ଷମ ରହିଥିବାର ଯାହା ସୂଚନା ରୁ ଜଣାପଡିଛି।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ନୁଆଗାଁ ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମରକ୍ଷା କୌଶଳ କାର୍ଯ୍ୟକ୍ରମ ଉଦ୍‌ଯାପିତ

masiha

ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ 1977 ମାଟ୍ରିକ ବ୍ୟାଚ ବିଦ୍ୟାର୍ଥୀ ଙ୍କ ବନ୍ଧୁ ମିଳନ 

masiha

ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!