କୋକସରା,୧୨/୦୨ କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ବଡ଼ କେନ୍ଦୁଗୁଡା ଗ୍ରାମରେ ନୂତନ ଭାବେ ନିର୍ମାଣ ଚାଲିଥିବା ତ୍ରୀନାଥ ମହାପ୍ରଭୁଙ୍କ ମନ୍ଦିରର ରତ୍ନ ମୁଦ ସ୍ଥାପନ ଓ ଅଷ୍ଟ ପ୍ରହର ନାମଯଜ୍ଞ ପାଇଁ ଶୁକ୍ରବାର ସକାଳେ ଶୁଭ ଖମ୍ବ ସ୍ଥାପନ କରାଯାଇଛି । ଆସନ୍ତା ଫେବୃଆରୀ ୨୮ ରେ ଅଧିବାସ ଓ ମାର୍ଚ୍ଚ ୧ ତାରିଖରେ ରତ୍ନ ମୁଦ ସ୍ଥାପନ ସହ ଅଷ୍ଟ ପ୍ରହର ନାମ ଯଜ୍ଞ ହେବା କାର୍ଯ୍ୟକ୍ରମ ରହିଛି । ପୂଜା କର୍ତ୍ତା ଭାବେ ଶ୍ରୀ ଆଦିତ୍ୟ ପଣ୍ଡା ଓ ଶ୍ୱେତପଦ୍ମା ପଣ୍ଡା ସପତ୍ନୀକ ପୂଜାର୍ଚ୍ଚନା କରିଛନ୍ତି। ପୂଜକ ପ୍ରତାପ କିଶୋର ପଣ୍ଡା ପୂଜା କାର୍ଯ୍ୟ ତୁଲାଇଥିଲେ । ସଭାପତି ରଣଜିତ ଖମାରୀ, ସମ୍ପାଦକ ଲଛମନ ଭାଟି, ଲକ୍ଷ୍ମୀ ନାରାୟଣ ପଣ୍ଡା, ବିଜୟ କୁମାର ପଣ୍ଡା, ସୁରେଶ ହଂସ, ଅର୍ଜୁନ ଭାଟି, ଲିଙ୍ଗରାଜ ଭାଟି, ସାଧୁ ବେମାଲ, ପୂର୍ଣ୍ଣ ଚନ୍ଦ୍ର ଭଇଁସାଲ, ଜଗବନ୍ଧୁ ହଂସ, ବଲସିଂ ଭାଟି, ଗଜିନ୍ଦ୍ର ହଂସ ପ୍ରମୁଖ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।
previous post