ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତ୍ରୀନାଥ ମନ୍ଦିରର ରତ୍ନ ମୁଦ ଓ ଅଷ୍ଟ ପ୍ରହର ନାମଯଜ୍ଞ ପାଇଁ ଶୁଭ ଖମ୍ବ ସ୍ଥାପନ ଉତ୍ସଵ ଅନୁଷ୍ଠିତ

କୋକସରା,୧୨/୦୨ କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ବଡ଼ କେନ୍ଦୁଗୁଡା ଗ୍ରାମରେ ନୂତନ ଭାବେ ନିର୍ମାଣ ଚାଲିଥିବା ତ୍ରୀନାଥ ମହାପ୍ରଭୁଙ୍କ ମନ୍ଦିରର ରତ୍ନ ମୁଦ ସ୍ଥାପନ ଓ ଅଷ୍ଟ ପ୍ରହର ନାମଯଜ୍ଞ ପାଇଁ ଶୁକ୍ରବାର ସକାଳେ ଶୁଭ ଖମ୍ବ ସ୍ଥାପନ କରାଯାଇଛି । ଆସନ୍ତା ଫେବୃଆରୀ ୨୮ ରେ ଅଧିବାସ ଓ ମାର୍ଚ୍ଚ ୧ ତାରିଖରେ ରତ୍ନ ମୁଦ ସ୍ଥାପନ ସହ ଅଷ୍ଟ ପ୍ରହର ନାମ ଯଜ୍ଞ ହେବା କାର୍ଯ୍ୟକ୍ରମ ରହିଛି । ପୂଜା କର୍ତ୍ତା ଭାବେ ଶ୍ରୀ ଆଦିତ୍ୟ ପଣ୍ଡା ଓ ଶ୍ୱେତପଦ୍ମା ପଣ୍ଡା ସପତ୍ନୀକ ପୂଜାର୍ଚ୍ଚନା କରିଛନ୍ତି। ପୂଜକ ପ୍ରତାପ କିଶୋର ପଣ୍ଡା ପୂଜା କାର୍ଯ୍ୟ ତୁଲାଇଥିଲେ । ସଭାପତି ରଣଜିତ ଖମାରୀ, ସମ୍ପାଦକ ଲଛମନ ଭାଟି, ଲକ୍ଷ୍ମୀ ନାରାୟଣ ପଣ୍ଡା, ବିଜୟ କୁମାର ପଣ୍ଡା, ସୁରେଶ ହଂସ, ଅର୍ଜୁନ ଭାଟି, ଲିଙ୍ଗରାଜ ଭାଟି, ସାଧୁ ବେମାଲ, ପୂର୍ଣ୍ଣ ଚନ୍ଦ୍ର ଭଇଁସାଲ, ଜଗବନ୍ଧୁ ହଂସ, ବଲସିଂ ଭାଟି, ଗଜିନ୍ଦ୍ର ହଂସ ପ୍ରମୁଖ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

ମସିହା ନିଉଜ ସର୍ଭିସ୍ 

Related posts

କିଶୋରନଗର ଶିଶୁ ମଙ୍ଗଳ କ୍ଲବ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା

masiha

ନଦୀରୁ ବୃଦ୍ଧା ଙ୍କ ମୃତଦେହ ଉଦ୍ଧାର 

Sunil Chandra Nayak

ଜନଜାତିୟ ଗୌରବ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!